ଆଇପିଏଲରେ ପ୍ରଥମ ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: ଆଇପିଏଲ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି। ଦଳ ୧୨.୫ ଓଭରରେ ୧୧୭ ରନର ଟାର୍ଗେଟକୁ ପିଛା କରିଥିଲା। ରିଆନ ରିକେଲଟନ ୬୨ ରନ ଏବଂ ସୂର୍ଯ୍ୟକୁମାର ଯାଦବ ୨୭ ରନ କରି ଅପରାଜିତ ରହିଥିଲେ। ସେହିପରି ରୋହିତ ଶର୍ମା ୧୩ ଏବଂ ୱିଲ ଜ୍ୟାକ୍ସ ୧୬ ରନ କରିଥିଲେ। ଉଭୟଙ୍କୁ ଆଣ୍ଡ୍ରେ ରସେଲ ଆଉଟ୍ କରିଥିଲେ। ସୋମବାର ଦିନ ମୁମ୍ବାଇ ଦଳ ୱାଙ୍ଖଡେ ଷ୍ଟାଡିୟମରେ ଟସ୍ ଜିତି […] The post ଆଇପିଏଲରେ ପ୍ରଥମ ମ୍ୟାଚ ଜିତିଲା ମୁମ୍ବାଇ appeared first on Odisha.News.

ଆଇପିଏଲରେ ପ୍ରଥମ ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: ଆଇପିଏଲ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି। ଦଳ ୧୨.୫ ଓଭରରେ ୧୧୭ ରନର ଟାର୍ଗେଟକୁ ପିଛା କରିଥିଲା। ରିଆନ ରିକେଲଟନ ୬୨ ରନ ଏବଂ ସୂର୍ଯ୍ୟକୁମାର ଯାଦବ ୨୭ ରନ କରି ଅପରାଜିତ ରହିଥିଲେ। ସେହିପରି ରୋହିତ ଶର୍ମା ୧୩ ଏବଂ ୱିଲ ଜ୍ୟାକ୍ସ ୧୬ ରନ କରିଥିଲେ। ଉଭୟଙ୍କୁ ଆଣ୍ଡ୍ରେ ରସେଲ ଆଉଟ୍ କରିଥିଲେ।

ସୋମବାର ଦିନ ମୁମ୍ବାଇ ଦଳ ୱାଙ୍ଖଡେ ଷ୍ଟାଡିୟମରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ଦଳ ୧୬.୨ ଓଭରରେ ୧୧୬ ରନରେ ଅଲଆଉଟ୍ ହୋଇଯାଇଥିଲା। ମୁମ୍ବାଇ ପାଇଁ ଡେବ୍ୟୁ କରୁଥିବା ଅଶ୍ୱିନୀ କୁମାର ୩ ଓଭରରେ ୪ ୱିକେଟ୍ ନେଇଥିଲେ। ସେ ତାଙ୍କର ଡେବ୍ୟୁ ଆଇପିଏଲ ମ୍ୟାଚ୍‌ରେ ୪ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି।ଅଶ୍ୱିନୀଙ୍କ ବ୍ୟତୀତ ଦୀପକ ଚହର ୨ଟି ୱିକେଟ ପାଇଥିଲେ।

ଅପରପକ୍ଷରେ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ଭିଗ୍ନେଶ ପୁଥୁର ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। କୋଲକାତା ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ସର୍ବାଧିକ ୨୬ ରନ ଏବଂ ରମନଦୀପ ସିଂହ ୨୨ ରନ କରିଥିଲେ।

The post ଆଇପିଏଲରେ ପ୍ରଥମ ମ୍ୟାଚ ଜିତିଲା ମୁମ୍ବାଇ appeared first on Odisha.News.