ଆଇପିଏଲ୍ ଖେଳିବେ କି ରିଷଭ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୨।୩: ଆଇପିଏଲ ୨୦୨୪ ପୂର୍ବରୁ, ଦିଲ୍ଲୀ ରାଜଧାନୀ ଏବଂ ଏହାର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ତାଙ୍କୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଫିଟ ଘୋଷଣା କରାଯାଇଛି। ମଙ୍ଗଳବାର ବୋର୍ଡ ଏହି ସୂଚନା ଦେଇଛି। ଏହାପୂର୍ବରୁ ସୋମବାର ବିସିସିଆଇ ସଚିବ ଜୟ ଶାହା କହିଥିଲେ, ପନ୍ତ ଫିଟ ଅଛନ୍ତି। ଆହତ କାରଣରୁ ଟିମ ଇଣ୍ଡିଆରୁ ଦୂରରେ ଥିବା […] The post ଆଇପିଏଲ୍ ଖେଳିବେ କି ରିଷଭ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୩: ଆଇପିଏଲ ୨୦୨୪ ପୂର୍ବରୁ, ଦିଲ୍ଲୀ ରାଜଧାନୀ ଏବଂ ଏହାର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ତାଙ୍କୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଫିଟ ଘୋଷଣା କରାଯାଇଛି। ମଙ୍ଗଳବାର ବୋର୍ଡ ଏହି ସୂଚନା ଦେଇଛି। ଏହାପୂର୍ବରୁ ସୋମବାର ବିସିସିଆଇ ସଚିବ ଜୟ ଶାହା କହିଥିଲେ, ପନ୍ତ ଫିଟ ଅଛନ୍ତି।
ଆହତ କାରଣରୁ ଟିମ ଇଣ୍ଡିଆରୁ ଦୂରରେ ଥିବା ପନ୍ତ କିଛି ସମୟ ପାଇଁ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ଥିଲେ। ଏଠାରେ ୨୬ ବର୍ଷୀୟ ଖେଳାଳି ଅଭ୍ୟାସ କରୁଥିବା ଦେଖାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ ଏବଂ ଆଇପିଏଲ ୨୦୨୪ରେ ଫେରିବାକୁ ପ୍ରସ୍ତୁତ।
ବିସିସିଆଇ ପନ୍ତ ଫିଟ ଘୋଷଣା କରି କହିଛି ଯେ, ଡିସେମ୍ବର ୩୦, ୨୦୨୨ରେ ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ୧୪ ମାସ ଚିକିତ୍ସିତ ହେବା ପରେ ରିଷଭ ପନ୍ତ ବର୍ତ୍ତମାନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଭାବରେ ଆଗାମୀ ଆଇପିଏଲ ପାଇଁ ଫିଟ ଘୋଷିତ ହୋଇଛନ୍ତି।
NEWS
![]()
Ahead of the #TATA @IPL 2024, the BCCI has issued the following medical and fitness updates for Rishabh Pant, Prasidh Krishna & Mohd. Shami.
Details
#TeamIndiahttps://t.co/VQDYeUnnqp
— BCCI (@BCCI) March 12, 2024
The post ଆଇପିଏଲ୍ ଖେଳିବେ କି ରିଷଭ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ୍ appeared first on Dharitri Odia News.
NEWS