ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ମାର୍ଚ୍ଚ ୨୨ ରୁ ମେ ଶେଷ ପର୍ଯ୍ୟନ୍ତ ସମୟ ୱିଣ୍ଡୋ ସ୍ଥିର କରିଛି । ଆସନ୍ତା ବର୍ଷ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହା ଆଇପିଏଲ୍‌କୁ ମଧ୍ୟ ପ୍ରଭାବିତ କରିବ । ଏହି କାରଣରୁ ସମ୍ପୂର୍ଣ୍ଣ ଆଇପିଏଲ୍‌ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଯଦି ସବୁକିଛି ଠିକ୍‌ ଥିବ […] The post ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ appeared first on Dharitri Odia News.

ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ମାର୍ଚ୍ଚ ୨୨ ରୁ ମେ ଶେଷ ପର୍ଯ୍ୟନ୍ତ ସମୟ ୱିଣ୍ଡୋ ସ୍ଥିର କରିଛି । ଆସନ୍ତା ବର୍ଷ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହା ଆଇପିଏଲ୍‌କୁ ମଧ୍ୟ ପ୍ରଭାବିତ କରିବ । ଏହି କାରଣରୁ ସମ୍ପୂର୍ଣ୍ଣ ଆଇପିଏଲ୍‌ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଯଦି ସବୁକିଛି ଠିକ୍‌ ଥିବ ତେବେ ଆଇପିଏଲ୍‌ ୨୦୨୪ ମାର୍ଚ୍ଚ ୨୨ରୁ ମେ ଶେଷ ମଧ୍ୟରେ କରାଯିବ।

ଖବର ଅନୁଯାୟୀ, ବିସିସିଆଇ ଆଇପିଏଲ ୨୦୨୪ ପାଇଁ ୱିଣ୍ଡୋ ସ୍ଥିର କରିଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଏହା ସହିତ ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ବିଷୟରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଯଦି ଜୋସ ହାଜଲେଉଡ୍‌ଙ୍କୁ ଛଡାଯାଏ, ତେବେ ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ ପାଇଁ ଉପଲବ୍ଧ ହେବେ। ଅଷ୍ଟ୍ରେଲିଆ ସହିତ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଖେଳାଳିମାନେ ମଧ୍ୟ ସମସ୍ତ ସିଜନରେ ଉପଲବ୍ଧ ରହିବେ।

ବାଂଲାଦେଶ ଖେଳାଳି ତାସ୍କିନ ଅହମ୍ମଦ ଏବଂ ଶୋରଫୁଲ ଇସଲାମ ଆଇପିଏଲ୍‌ ୨୦୨୪ରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଦୁଇ ଖେଳାଳିଙ୍କ ନାମ ମଧ୍ୟ ନିଲାମରେ ଅନ୍ତର୍ଭୂକ୍ତ ହେବ ନାହିଁ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ, କ୍ରିକେଟ ୱେଷ୍ଟଇଣ୍ଡିଜ, କ୍ରିକେଟ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଏବଂ ଜିମ୍ବାୱେ କ୍ରିକେଟ ବୋର୍ଡ ମଧ୍ୟ ବିସିସିଆଇକୁ କହିଛନ୍ତି ଯେ, ସେମାନଙ୍କ ଖେଳାଳିମାନେ ସମଗ୍ର ଆଇପିଏଲ ସିଜନ୍‌ରେରେ ଉପଲବ୍ଧ ହେବେ।

 

The post ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ appeared first on Dharitri Odia News.