ଆଇପିଏଲ୍ ନିଲାମୀର ୨ୟ ଦିନ, ୧୦ ଫ୍ରାଞ୍ଚାଇଜ୍ ୧୭୩କୋଟିରେ କିଣିବେ ଏତିକି ପ୍ଲେୟର
ନୂଆଦିଲ୍ଲୀ ୨୫।୧୧: ଆଇପିଏଲ୍ ୨୦୨୫ । ସାଉଦି ଆରବର ଜେଦ୍ଦାଠାରେ ଚାଲିଛି ମେଗା ଅକ୍ସନ । ପ୍ରଥମ ଦିନରେ ଅର୍ଥାତ୍ ୨୪ ନଭେମ୍ବରରେ ୧୦ ଫ୍ରାଞ୍ଚାଇଜ୍ ୭୨ ପ୍ଲେୟରଙ୍କୁ କିଣିଛନ୍ତି । ଏଥିପାଇଁ ଖର୍ଚ୍ଚ କରିଛନ୍ତି ମୋଟ ୪୬୭.୯୫ କୋଟି । ଆଜି ନିଲାମର ଦ୍ବିତୀୟ ଦିନ । ଦ୍ୱିତୀୟ ଦିନରେ ବିକ୍ରି ହେବେ ୧୩୨ ପ୍ଲେୟର । ଏମାନଙ୍କୁ କିଣିବା ପାଇଁ ୧୦ଟି ଯାକ ଫ୍ରାଞ୍ଚାଇଜ ପର୍ସରେ ବାକି ରହିଛି ମୋଟ ୧୭୩.୫୫ କୋଟି ଟଙ୍କା । ଦ୍ୱିତୀୟ ଦିନରେ ଫାଫ୍ ଡୁ ପ୍ଲେସିସ୍, ଗ୍ଲେନ୍ ଫିଲିପ୍ସ, ସାମ କୁରାନ୍, କେନ୍ ୱିଲିୟମସନ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଲକି ଫର୍ଗୁସନ୍, ଟିମ୍ ଡେଭିଡ, ୱିଲ ଜ୍ୟାକ, ନବୀନ ଉଲ ହକ, ଷ୍ଟିଭ ସ୍ମିଥ, ନୀତୀଶ ରାଣା ଏବଂ ଅଜିଙ୍କ୍ୟ ରାହାଣେ ନିଲାମକୁ ଓହ୍ଲାଇବେ । ପ୍ରଥମ ଦିନରେ ୩ ପ୍ଲେୟରଙ୍କ ଉପରେ ଏତେ ଟଙ୍କା ଉଡିଛି ଯେ ଆଇପିଏଲ୍ ଇତିହାସର ଭାଙ୍ଗି ଯାଇଛି ସବୁ ରେକର୍ଡ । ଏହି ୩ ଖେଳାଳି ହେଉଛନ୍ତି ୱିକେଟ୍ କିପର ଋଷଭ ପନ୍ତ, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ଭେଙ୍କଟେଶ ଆୟର । ପନ୍ତଙ୍କୁ ଲକ୍ଷ୍ନୌ ୨୭ କୋଟିରେ କିଣିଛି । ଏହି କାରଣରୁ ସେ ହୋଇଛନ୍ତି ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି । ପନ୍ତଙ୍କ ବ୍ୟତୀତ ଶ୍ରେୟସ୍ ଆୟରଙ୍କୁ ୨୬.୭୫ କୋଟିରେ କିଣିଛି ପଞ୍ଜାବ । ଏହାସହିତ ଶ୍ରେୟସ୍ ଆଇପିଏଲ୍ ଇତିହାସର ଦ୍ୱିତୀୟ ମହଙ୍ଗା ଖେଳାଳି
ନୂଆଦିଲ୍ଲୀ ୨୫।୧୧: ଆଇପିଏଲ୍ ୨୦୨୫ । ସାଉଦି ଆରବର ଜେଦ୍ଦାଠାରେ ଚାଲିଛି ମେଗା ଅକ୍ସନ । ପ୍ରଥମ ଦିନରେ ଅର୍ଥାତ୍ ୨୪ ନଭେମ୍ବରରେ ୧୦ ଫ୍ରାଞ୍ଚାଇଜ୍ ୭୨ ପ୍ଲେୟରଙ୍କୁ କିଣିଛନ୍ତି । ଏଥିପାଇଁ ଖର୍ଚ୍ଚ କରିଛନ୍ତି ମୋଟ ୪୬୭.୯୫ କୋଟି । ଆଜି ନିଲାମର ଦ୍ବିତୀୟ ଦିନ । ଦ୍ୱିତୀୟ ଦିନରେ ବିକ୍ରି ହେବେ ୧୩୨ ପ୍ଲେୟର । ଏମାନଙ୍କୁ କିଣିବା ପାଇଁ ୧୦ଟି ଯାକ ଫ୍ରାଞ୍ଚାଇଜ ପର୍ସରେ ବାକି ରହିଛି ମୋଟ ୧୭୩.୫୫ କୋଟି ଟଙ୍କା ।
ଦ୍ୱିତୀୟ ଦିନରେ ଫାଫ୍ ଡୁ ପ୍ଲେସିସ୍, ଗ୍ଲେନ୍ ଫିଲିପ୍ସ, ସାମ କୁରାନ୍, କେନ୍ ୱିଲିୟମସନ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଲକି ଫର୍ଗୁସନ୍, ଟିମ୍ ଡେଭିଡ, ୱିଲ ଜ୍ୟାକ, ନବୀନ ଉଲ ହକ, ଷ୍ଟିଭ ସ୍ମିଥ, ନୀତୀଶ ରାଣା ଏବଂ ଅଜିଙ୍କ୍ୟ ରାହାଣେ ନିଲାମକୁ ଓହ୍ଲାଇବେ । ପ୍ରଥମ ଦିନରେ ୩ ପ୍ଲେୟରଙ୍କ ଉପରେ ଏତେ ଟଙ୍କା ଉଡିଛି ଯେ ଆଇପିଏଲ୍ ଇତିହାସର ଭାଙ୍ଗି ଯାଇଛି ସବୁ ରେକର୍ଡ ।
ଏହି ୩ ଖେଳାଳି ହେଉଛନ୍ତି ୱିକେଟ୍ କିପର ଋଷଭ ପନ୍ତ, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ଭେଙ୍କଟେଶ ଆୟର । ପନ୍ତଙ୍କୁ ଲକ୍ଷ୍ନୌ ୨୭ କୋଟିରେ କିଣିଛି । ଏହି କାରଣରୁ ସେ ହୋଇଛନ୍ତି ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି । ପନ୍ତଙ୍କ ବ୍ୟତୀତ ଶ୍ରେୟସ୍ ଆୟରଙ୍କୁ ୨୬.୭୫ କୋଟିରେ କିଣିଛି ପଞ୍ଜାବ । ଏହାସହିତ ଶ୍ରେୟସ୍ ଆଇପିଏଲ୍ ଇତିହାସର ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ।
ତୃତୀୟ ସ୍ଥାନରେ ରହିଛନ୍ତି ଭେଙ୍କଟେଶ ଆୟର । କେକେଆର ତାଙ୍କୁ ୨୩.୭୫ କୋଟିରେ କିଣିଛି । ତେବେ ଏହି ଷ୍ଟାର ପ୍ଲେୟାର ବିଗତ ସିଜିନ ଯାଏଁ କେକେଆର ପାଇଁ ଖେଳୁଥିଲେ । କିନ୍ତୁ ଚଳିତବର୍ଷ କେକେଆର ଭେଙ୍କଟେଶଙ୍କୁ ରିଟେନ କରିନଥିଲା । ଏଥିପାଇଁ ନିଲାମରେ ଭେଙ୍କଟେଶଙ୍କୁ କିଣିବା ପାଇଁ କେକେଆରକୁ ନିଜର ପୁରା ଶକ୍ତି ଲଗେଇବାକୁ ପଡିଥିଲା ।