ଆଇପିଏଲ୍‌ ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୫।୨: ମାର୍ଚ୍ଚ ୨୨ ରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଏହା ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି। ଆଇପିଏଲ ପୂର୍ବରୁ ପ୍ରାୟ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସଂପର୍କରେ ଶିଖର ଧାୱନ ମଧ୍ୟ ପଡ଼ିଆକୁ ଫେରିଛନ୍ତି। ନିକଟରେ ସେ ଏକ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଯେତେବେଳେ କି ଦୀନେଶ କାର୍ତ୍ତିକ କିଛି ବିଶେଷ କରିପାରି ନ ଥିଲେ। କାର୍ତ୍ତିକ ଶୂନ୍ୟରେ ଆଉଟ ହୋଇଥିଲେ। ଡିଓ୍ବାଇ ପାଟିଲ ଟି-୨୦ କପ […] The post ଆଇପିଏଲ୍‌ ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌ appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୫।୨: ମାର୍ଚ୍ଚ ୨୨ ରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଏହା ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି। ଆଇପିଏଲ ପୂର୍ବରୁ ପ୍ରାୟ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସଂପର୍କରେ ଶିଖର ଧାୱନ ମଧ୍ୟ ପଡ଼ିଆକୁ ଫେରିଛନ୍ତି। ନିକଟରେ ସେ ଏକ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଯେତେବେଳେ କି ଦୀନେଶ କାର୍ତ୍ତିକ କିଛି ବିଶେଷ କରିପାରି ନ ଥିଲେ। କାର୍ତ୍ତିକ ଶୂନ୍ୟରେ ଆଉଟ ହୋଇଥିଲେ। ଡିଓ୍ବାଇ ପାଟିଲ ଟି-୨୦ କପ ୨୦୨୪ର ଏକ ମ୍ୟାଚରେ ଧାୱନ ୨୮ଟି ବଲ ସମ୍ମୁଖରେ ୩୯ ରନ ସ୍କୋର କରିଥିଲେ।
ଧାୱନ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳନ୍ତି। ସେ ଅନେକ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଧାୱନ ଆଇପିଏଲ ୨୦୨୪ ପୂର୍ବରୁ ପଡ଼ିଆକୁ ଫେରିଛନ୍ତି। ସେ ଡିଓ୍ବାଇ ପାଟିଲ ଟି-୨୦ କପ୍‌ ଏକ ମ୍ୟାଚରେ ୨୮ ବଲ ସମ୍ମୁଖରେ ୩୯ ରନ ସଂଗ୍ରହ କରିଥିଲେ। ଧାୱନଙ୍କ ଏହି ଇନିଂସରେ ୨ଟି ଛକା ଓ ୫ ଚୌକା ସାମିଲ ଥିଲା। ଦୀନେଶ କାର୍ତ୍ତିକ ଶୂନ୍ୟରେ ଆଉଟ୍‌ ହୋଇଥିଲେ। କାର୍ତ୍ତିକ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଉଇକେଟ କିପର ବ୍ୟାଟ୍ସମ୍ୟାନ। କାର୍ତ୍ତିକ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିଥିଲା।
ଧାୱନ ଏପର୍ଯ୍ୟନ୍ତ ୨୧୭ ଆଇପିଏଲ ମ୍ୟାଚ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ୬୬୧୬ ରନ ସ୍କୋର କରାଯାଇଛି। ଏହି ଟୁର୍ନାମେଣ୍ଟରେ ଧାୱନ ୨ ଶତକ ଏବଂ ୫୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଶ୍ରେଷ୍ଠ ସ୍କୋର ୧୦୬ ରନ ହୋଇଛି। ସେହିପରି ଦୀନେଶ କାର୍ତ୍ତିକ ୨୪୨ଟି ମ୍ୟାଚ ଖେଳିଛନ୍ତି। ସେ ୪୫୧୬ ରନ ସ୍କୋର କରିଛନ୍ତି। ଏଥିରେ ୨୦ ଅର୍ଦ୍ଧଶତକ ସାମିଲ ଅଛି।
ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଅନୁଷ୍ଠିତ ହେବ।

The post ଆଇପିଏଲ୍‌ ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌ appeared first on Dharitri Odia News.