ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର
ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍ଏସ୍ଓ କ୍ଷେତୀଶ ପ୍ରିୟଦର୍ଶୀ ସାହୁ ପୂର୍ବ ବର୍ଷର ବିବରଣୀ ପଠନ କରିଥିଲେ। ଚଳିତଥର ଏହି ଜାତୀୟ ଦିବସକୁ ଧୂମ୍ଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡିଗ୍ରୀ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଛାତ୍ରୀଛାତ୍ରଙ୍କ ଦ୍ୱାରା […] The post ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର appeared first on Dharitri Odia News.
ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍ଏସ୍ଓ କ୍ଷେତୀଶ ପ୍ରିୟଦର୍ଶୀ ସାହୁ ପୂର୍ବ ବର୍ଷର ବିବରଣୀ ପଠନ କରିଥିଲେ। ଚଳିତଥର ଏହି ଜାତୀୟ ଦିବସକୁ ଧୂମ୍ଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡିଗ୍ରୀ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଛାତ୍ରୀଛାତ୍ରଙ୍କ ଦ୍ୱାରା ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପ୍ରତିଯୋଗିତା କରାଯିବା ସହ ସେହିଦିନ ପଡ଼ିଆରେ ସାମୁହିକ ପରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଗଣମାଧ୍ୟମଙ୍କ ପରାମର୍ଶ କ୍ରମେ ଗଣଦୌଡ଼ ପୂର୍ବଦିନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଯାହା ସମସ୍ତେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଚଳିତଥର ତହସିଲଦାର ଶରତ ଶବର ଜାତୀୟ ପତ୍ତାକା ଉତ୍ତୋଳନ କରିବା ଓ ସାମୁହିକ ପରେଡରେ ଅଭିବାଦନ ଗ୍ରହଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ସେହିପରି ବିଭିନ୍ନ ଉପକମିଟିର କର୍ମକର୍ତ୍ତା ଚୟନ ଓ ଦାୟିତ୍ୱ ବଣ୍ଟନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସବ୍ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ସରପଞ୍ଚ ଚନ୍ଦ୍ରିକା ମଲିକ, ଏବିଇଓ ବନମାଳୀ ମାଝୀ, ବିଧାୟକଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ପିଟର ଦିଗାଲ, ପତିତପାବନ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ବଣିକ ସଂଘ ହୋଟେଲ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଅନ୍ତରଙ୍ଗ ଯୁବସଂଘ ସମେତ ଅଞ୍ଚଳବାସୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
The post ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର appeared first on Dharitri Odia News.