ଆଇପିଏଲ୍‌‌-୧୮: ଆଜିଠୁ ମେଗା ନିଲାମୀ

ଜେଦ୍ଦା: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀ ପ୍ରକ୍ରିୟା ରବିବାରଠୁ ଆରମ୍ଭ ହେବ। ସାଉଦୀ ଆରବର ଜେଦ୍ଦା ସହରରେ ୨ ଦିନ ଧରି ହେବାକୁ ଥିବା ଏହି ଚର୍ଚ୍ଚତ ଖେଳାଳି ନିଲାମରେ ଏଥର ୫୭୭ ଜଣ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ। ଅଂଶଗ୍ରହଣକାରୀ ୧୦ ଗୋଟି ଫ୍ରାଞ୍ଚାଇଜ ଏଥର ନିଲାମୀ ଲାଗି ୪୬ ଜଣ ଖେଳାଳିଙ୍କୁ ଦଳରେ ରିଟେନ […]

ଆଇପିଏଲ୍‌‌-୧୮: ଆଜିଠୁ ମେଗା ନିଲାମୀ
ipl

ଜେଦ୍ଦା: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀ ପ୍ରକ୍ରିୟା ରବିବାରଠୁ ଆରମ୍ଭ ହେବ। ସାଉଦୀ ଆରବର ଜେଦ୍ଦା ସହରରେ ୨ ଦିନ ଧରି ହେବାକୁ ଥିବା ଏହି ଚର୍ଚ୍ଚତ ଖେଳାଳି ନିଲାମରେ ଏଥର ୫୭୭ ଜଣ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ। ଅଂଶଗ୍ରହଣକାରୀ ୧୦ ଗୋଟି ଫ୍ରାଞ୍ଚାଇଜ ଏଥର ନିଲାମୀ ଲାଗି ୪୬ ଜଣ ଖେଳାଳିଙ୍କୁ ଦଳରେ ରିଟେନ ତଥା ବଜାୟ ରଖିଛନ୍ତି। ନିଲାମୀ ଲାଗି ଆଇପିଏଲ୍‌‌ ପକ୍ଷରୁ ୫୭୭ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏମାନଙ୍କ ମଧ୍ୟରେ ୩୬୭ ଜଣ ଭାରତୀୟ ଖେଳାଳି ରହିଥିବାବେଳେ ୨୧୦ଜଣ ବିଦେଶୀ ରହିଛନ୍ତି। ୧୦ଟି ଯାକ ଫ୍ରାଞ୍ଚାଇଜ ଏମାନଙ୍କ ମଧ୍ୟରୁ ମୋଟ୍‌‌ ୨୧୦ଜଣ ଖେଳାଳିଙ୍କୁ ଦଳରେ କ୍ରୟ କରିପାରିବେ। ସେମାନଙ୍କ ମଧ୍ୟରେ ୭୦ ଜଣ ବିଦେଶୀ କ୍ରିକେଟର୍‌‌ ରହିବା ବାଧ୍ୟତାମୂଳକ। ପ୍ରତି ୩ ବର୍ଷରେ ଆଇପିଏଲ୍‌‌ର ଏହି ମେଗା ନିଲାମୀ ହୋଇଥାଏ।

୨ କୋଟି ମୂଳ ଦରରେ ୮୧ ଖେଳାଳି
ଏହି ମେଗା ନିଲାମୀରେ ସାମିଲ ହୋଇଥିବା ୫୭୭ ଜଣ ଖେଲାଳିଙ୍କୁ ୮ଟି କାଟାଗୋରୀରେ ସାମିଲ କରାଯାଇଛି। ଏହି ୮ଟି କାଟାଗୋରୀ ମଧ୍ୟରୁ ୨ କୋଟି ମୂଳଦର ସର୍ବାଗ୍ରେ ରହିଛି। ୮୧ଜଣ ତାରକା ଖେଳାଳିଙ୍କ ମୂଳଦର ୨ କୋଟି ରଖାଯାଇଛି। ଅର୍ଥାତ୍‌‌ ନିଲାମୀରେ ସେମାନଙ୍କ ଡାକରା ୨ କୋଟିରୁ ଆରମ୍ଭ ହେବ। ଏହା ପଛକୁ ୧.୫୦ କୋଟି, ୧.୨୫ କୋଟି, ୧ କୋଟି, ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷ ଟଙ୍କା ମୂଳଦର ଥିବା କାଟଗୋରୀ ରହିଛି। ପୂର୍ବରୁ ସର୍ବନିମ୍ନ ମୂଳଦର ୨୦ ଲକ୍ଷ ଟଙ୍କା ରହିଥିବାବେଳେ ଏଥର ୧୦ ଲକ୍ଷ ଟଙ୍କା ଏଥିରେ ବୃଦ୍ଧି ଘଟିଛି।

ମରକ୍ୟୁ ତାଲିକାରେ ୧୨ ଜଣ ଖେଳାଳି
ଏଥର ନିଲାମୀ ଲାଗି ୧୨ ଜଣଙ୍କୁ ମରକ୍ୟୁ ଖେଳାଳି ତାଲିକାରେ ରଖାଯାଇଛି। ସେମାନଙ୍କୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ମରକ୍ୟୁ-୧ରେ ଋଷଭ ପନ୍ତ, ଶ୍ରେୟାସ ଆୟର, ଜୋଶ ବଟଲର୍‌‌, ଅର୍ଶଦୀପ୍‌‌ ସିଂହ, କାଗିସୋ ରାବାଡା ଓ ମିଚେଲ ଷ୍ଟାର୍କ ରହିଛନ୍ତି। ସେହିଭଳି ମରକ୍ୟୁ-୨ରେ ଲୋକେଶ ରାହୁଲ, ଯୁଜବେନ୍ଦ୍ର ଚହଲ, ଲିଆମ ଲିଭିଂଷ୍ଟୋନ, ଡେଭିଡ ମିଲର, ମହମ୍ମଦ ସାମି ଓ ମହମ୍ମଦ ସିରାଜ ସ୍ଥାନ ପାଇଛନ୍ତି।

ରିଟେନ ରହିଛନ୍ତି ୧୦ ଖେଳାଳି
୧୦ ଗୋଟି ଫ୍ରାଞ୍ଚାଇଜ ମେଗା ନିଲାମୀ ପୂର୍ବରୁ ମୋଟ୍‌‌ ୪୬ଜଣ ଖେଳାଳିଙ୍କୁ ଦଳରେ ବଜାୟ ତଥା ରିଟେନ ରଖିଛନ୍ତି। ଏମାନଙ୍କ ମଧ୍ୟରେ ଚେନ୍ନାଇ ସୁପର୍‌‌ କିଙ୍ଗ୍‌‌ସ ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ରୁତୁରାଜ ଗାଏକୱାଡ, ମଥିଶା ପତିରାଣା, ବେଙ୍ଗାଲୁରୁ ବିରାଟ କୋହଲି, ରଜତ ପଟିଦାର, କୋଲକାତା ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରିନ, ଆନ୍ଦ୍ରେ ରସେଲ, ମୁମ୍ବାଇ ଯଶପ୍ରୀତ୍‌‌ ବୁମ୍‌‌ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦି ପାଣ୍ଡ୍ୟା, ରୋହିତ୍‌‌ ଶର୍ମା, ହାଇଦ୍ରାବାଦ୍‌‌ ହେନରିଚ୍‌‌ କ୍ଲାସେନ, ପ୍ୟାଟ୍‌‌ କମିନ୍ସ, ଅଭିଷେକ ଶର୍ମା, ଲକ୍ଷ୍ନୌ ନିକୋଲସ ପୁରନ, ରବି ବିଷ୍ଣୋଇ, ରାଜସ୍ଥାନ ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ଗୁଜରାଟ ରଶିଦ ଖାନ, ଶୁବମାନ ଗିଲ୍‌‌ ପ୍ରମୁଖଙ୍କୁ ରିଟେନ୍‌‌ କରିଛି।