ଆଇପିଏଲ୍ ୨୦୨୪ ଭାଙ୍ଗିଲା ଭ୍ୟୁଅରସିପ୍ର ପୁରୁଣା ରେକର୍ଡ, ପ୍ରଥମ ୧୦ ମ୍ୟାଚ୍କୁ ଦେଖିଲେ ୩୫ କୋଟି ଲୋକ
ନୂଆଦିଲ୍ଲୀ: ଆଇପିଏଲ୍ର ୧୭ତମ ସିଜିନରେ ୧୬ଟି ମ୍ୟାଚ୍ ଖେଳ ସରିଛି। ଏହି ସମୟରେ ଅନେକ ହାଇ ଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚ୍ ସମୟରେ ଅନେକ ରେକର୍ଡ ସୃଷ୍ଟି ହୋଇଛି ଏବଂ ଧ୍ଵସ୍ତ ମଧ୍ୟ ହୋଇଛି। ପ୍ଲେ ଅଫରେ ପହଞ୍ଚିବା ପାଇଁ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ଆଇପିଏଲର ପ୍ରାରମ୍ଭିକ ୧୦ ମ୍ୟାଚ୍ର ଭ୍ୟୁଅରସିପ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଗତ ସଂସ୍କରଣର ସମସ୍ତ ରେକର୍ଡ ଧ୍ଵସ୍ତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରକ ଡିଜନୀ ଷ୍ଟାର ଗୁରୁବାର ସୂଚନା ଦେଇଛି ଯେ, ପ୍ରାରମ୍ଭିକ ୧୦ ମ୍ୟାଚ୍ର ସିଧା ପ୍ରସାରଣକୁ ୩୫ କୋଟି ଦର୍ଶକ ଦେଖିଛନ୍ତି। Also read: ହାଟ୍ରିକ୍ ପରାଜୟ ପରେ ଇଶାନ କିସନଙ୍କୁ ଦଣ୍ଡିତ କଲା ଟିମ୍, ଭାଇରାଲ ହେଲା ଭିଡିଓବ୍ରଡକାଷ୍ଟ ଅଡିଅନ୍ସ ରିସର୍ଚ୍ଚ କାଉନସିଲ(BARC)ର ସଦ୍ୟତମ ରିପୋର୍ଟ ମୁତାବକ ଆଇପିଏଲ୍ର ୧୭ର ପ୍ରଥମ ୧୦ ମ୍ୟାଚ୍କୁ ୩୫ କୋଟି ଲୋକ ଦେଖି ସାରିଲେଣି। ଏହା ଟୁର୍ଣ୍ଣାମେଣ୍ଟର କୌଣସି ସଂସ୍କରଣ ତୁଳନାରେ ଢେର ଅଧିକ। ଏପରିକି କୋଭିଡ୍ ସମୟର ରେକର୍ଡ ମଧ୍ୟ ଧ୍ଵସ୍ତ ହୋଇଛି। ପ୍ରଥମ ୧୦ ମ୍ୟାଚ୍ର ଓ୍ଵାଚ୍ ଟାଇମ ୮,୦୨୮ କୋଟି ମିନିଟ୍ ରେକର୍ଡ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି।ଟୁର୍ଣ୍ଣାମେଣ୍ଟର ୧୭ମ ସଂସ୍କରଣର ମ୍ୟାଚ୍ ରେଟିଂ ମଧ୍ୟ ଗତ ସଂସ୍କରଣ ତୁଳନାରେ ୨୨ ପ୍ରତିଶତ ଅଧିକ ବଢିଛି। ସେ
ନୂଆଦିଲ୍ଲୀ: ଆଇପିଏଲ୍ର ୧୭ତମ ସିଜିନରେ ୧୬ଟି ମ୍ୟାଚ୍ ଖେଳ ସରିଛି। ଏହି ସମୟରେ ଅନେକ ହାଇ ଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚ୍ ସମୟରେ ଅନେକ ରେକର୍ଡ ସୃଷ୍ଟି ହୋଇଛି ଏବଂ ଧ୍ଵସ୍ତ ମଧ୍ୟ ହୋଇଛି। ପ୍ଲେ ଅଫରେ ପହଞ୍ଚିବା ପାଇଁ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ଆଇପିଏଲର ପ୍ରାରମ୍ଭିକ ୧୦ ମ୍ୟାଚ୍ର ଭ୍ୟୁଅରସିପ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଗତ ସଂସ୍କରଣର ସମସ୍ତ ରେକର୍ଡ ଧ୍ଵସ୍ତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରକ ଡିଜନୀ ଷ୍ଟାର ଗୁରୁବାର ସୂଚନା ଦେଇଛି ଯେ, ପ୍ରାରମ୍ଭିକ ୧୦ ମ୍ୟାଚ୍ର ସିଧା ପ୍ରସାରଣକୁ ୩୫ କୋଟି ଦର୍ଶକ ଦେଖିଛନ୍ତି।
Also read: ହାଟ୍ରିକ୍ ପରାଜୟ ପରେ ଇଶାନ କିସନଙ୍କୁ ଦଣ୍ଡିତ କଲା ଟିମ୍, ଭାଇରାଲ ହେଲା ଭିଡିଓ
ବ୍ରଡକାଷ୍ଟ ଅଡିଅନ୍ସ ରିସର୍ଚ୍ଚ କାଉନସିଲ(BARC)ର ସଦ୍ୟତମ ରିପୋର୍ଟ ମୁତାବକ ଆଇପିଏଲ୍ର ୧୭ର ପ୍ରଥମ ୧୦ ମ୍ୟାଚ୍କୁ ୩୫ କୋଟି ଲୋକ ଦେଖି ସାରିଲେଣି। ଏହା ଟୁର୍ଣ୍ଣାମେଣ୍ଟର କୌଣସି ସଂସ୍କରଣ ତୁଳନାରେ ଢେର ଅଧିକ। ଏପରିକି କୋଭିଡ୍ ସମୟର ରେକର୍ଡ ମଧ୍ୟ ଧ୍ଵସ୍ତ ହୋଇଛି। ପ୍ରଥମ ୧୦ ମ୍ୟାଚ୍ର ଓ୍ଵାଚ୍ ଟାଇମ ୮,୦୨୮ କୋଟି ମିନିଟ୍ ରେକର୍ଡ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି।
ଟୁର୍ଣ୍ଣାମେଣ୍ଟର ୧୭ମ ସଂସ୍କରଣର ମ୍ୟାଚ୍ ରେଟିଂ ମଧ୍ୟ ଗତ ସଂସ୍କରଣ ତୁଳନାରେ ୨୨ ପ୍ରତିଶତ ଅଧିକ ବଢିଛି। ସେମିତିରେ ଏପ୍ରିଲ ୮ରୁ ଏପ୍ରିଲ ୧୪ ମଧ୍ୟରେ ଅନେକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ପ୍ରସାରଣକାରୀ ଆଶା ରଖିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟ ଆଗକୁ ବଢିବା ସହିତ ଭ୍ୟୁଅରର୍ସିପରେ ବୃଦ୍ଧି ଘଟିବ। ଡିଜନୀ ଷ୍ଟାରର କ୍ରୀଡ଼ା ପ୍ରମୁଖ ସଂଯୋଗ ଗୁପ୍ତା କହିଛନ୍ତି, ଆମେ ଟାଟା ଆଇପିଏଲ୍ ୨୦୨୪ର ରେକର୍ଡ ସଂଖ୍ୟକ ଭ୍ୟୁଅରସିପ ଦେଖି ଆମେ ଅଭିଭୂତ।