ପବିତ୍ର ଇଦ୍-ଉଲ-ଜୁହା ବା ବକ୍ରି ଇଦ୍‌, ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ

କଟକ ୧୭।୦୬ : ପବିତ୍ର ଇଦ୍ ଉଲ ଜୁହା ବା ବକ୍ରି ଇଦ୍‌ରେ କଟକର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରାଯାଇଛି। ମୁସଲମାନ ଭାଇ ମାନଙ୍କ ପାଇଁ ଇଦ୍ ଉଲ ଜୁହା ହେଉଛି ତ୍ୟାଗ ଓ ବଳିଦାନର ପର୍ଵ। କିଛି ମୁସଲମାନ ଶ୍ରଦ୍ଧାଳୁ ଏହି ଦିନଟିରେ ପଶୁ ବଳି ଦେବାରେ ବିଶ୍ବାସ କରୁଥିବା ବେଳେ ଅଧିକାଂଶ କିନ୍ତୁ ଏହି ଦିନଟିକୁ ତ୍ୟାଗର ଦିନ ଭାବେ ବିବେଚନା କରି ଆଜିର ଦିନରେ ନିଜ ଭିତରେ ଥିବା ଅଵଗୁଣକୁ ଆହ୍ଲାଙ୍କ ପାଖରେ ତ୍ୟାଗ କରିବାରେ ବିଶ୍ବାସ ରଖନ୍ତି। କିମ୍ବଦନ୍ତୀ ଅନୁସାରେ ଆହ୍ଲାଙ୍କୁ ଅତି ଭଲ ପାଉଥିବା ଇଵ୍ରାହିମଙ୍କ ଭକ୍ତିର ପରୀକ୍ଷା ନେଵା ପାଇଁ ଆହ୍ଲା ତାଙ୍କୁ ନିଜର ସଵୁଠୁ ପ୍ରିୟ ଜିନିଷକୁ ଉତ୍ସର୍ଗ କରିଵା ପାଇଁ କହିଥିଲେ। ଇଵ୍ରାହିମଙ୍କ ପାଇଁ ତାଙ୍କ ପୁଅ ସବୁଠୁ ପ୍ରିୟ ଥିବାରୁ,ସେ ତାଙ୍କ ପୁଅଙ୍କୁ ଆହ୍ଲାଙ୍କ ପାଖରେ ଵଳି ଦେଵା ପାଇଁ ନେଇଥିଲେ। ମାତ୍ର ଭଳି ଦେଵା ବେଳେ ଆହ୍ଲା ଇଵ୍ରାହିମଙ୍କ ପୁଅଙ୍କୁ ବଞ୍ଚାଇଥିଲେ ଓ ଆହ୍ଲାଙ୍କ ପ୍ରତି ତାଙ୍କର ଭଲ ପାଇବାର ଏହା ଏକ ପରୀକ୍ଷା ଥିଲା ବୋଲି କହିଥିଲେ। ସେଵେଠୁ ମୁସଲମାନ ସମ୍ପ୍ରଦାୟ ଏହି ଦିନକୁ ବଳିଦାନର ପର୍ଵ ଭାବେ ପାଳନ କରନ୍ତି ଓ ଏହି ଦିନ ପାଳିଥିବା ପଶୁଟିକୁ ଵଳି ଦେବାର ପରମ୍ପରା ରହିଛି। ଆଜି ଇଦ୍ ଉଲ ଜୁହା ଅବସରରେ କଟକର କଦମ୍ ଏ ରସୁଲ, ଇଦଗାହ ପଡିଆ ଓ ଛୋଟି ମସଜିଦ ଭଳି ବିଭିନ୍ନ ମସଜିଦ ଓ ଇଦଗାହରେ ସମୁହ ନମାଜ ପାଠ କରାଯାଇଛି।କିଛି ମୁସଲମାନ ଏହି ଦିନଟିର ପଶୁ ଵଳି ଦ

ପବିତ୍ର ଇଦ୍-ଉଲ-ଜୁହା ବା ବକ୍ରି ଇଦ୍‌, ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ

କଟକ ୧୭।୦୬ : ପବିତ୍ର ଇଦ୍ ଉଲ ଜୁହା ବା ବକ୍ରି ଇଦ୍‌ରେ କଟକର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରାଯାଇଛି। ମୁସଲମାନ ଭାଇ ମାନଙ୍କ ପାଇଁ ଇଦ୍ ଉଲ ଜୁହା ହେଉଛି ତ୍ୟାଗ ଓ ବଳିଦାନର ପର୍ଵ। କିଛି ମୁସଲମାନ ଶ୍ରଦ୍ଧାଳୁ ଏହି ଦିନଟିରେ ପଶୁ ବଳି ଦେବାରେ ବିଶ୍ବାସ କରୁଥିବା ବେଳେ ଅଧିକାଂଶ କିନ୍ତୁ ଏହି ଦିନଟିକୁ ତ୍ୟାଗର ଦିନ ଭାବେ ବିବେଚନା କରି ଆଜିର ଦିନରେ ନିଜ ଭିତରେ ଥିବା ଅଵଗୁଣକୁ ଆହ୍ଲାଙ୍କ ପାଖରେ ତ୍ୟାଗ କରିବାରେ ବିଶ୍ବାସ ରଖନ୍ତି। 

କିମ୍ବଦନ୍ତୀ ଅନୁସାରେ ଆହ୍ଲାଙ୍କୁ ଅତି ଭଲ ପାଉଥିବା ଇଵ୍ରାହିମଙ୍କ ଭକ୍ତିର ପରୀକ୍ଷା ନେଵା ପାଇଁ ଆହ୍ଲା ତାଙ୍କୁ ନିଜର ସଵୁଠୁ ପ୍ରିୟ ଜିନିଷକୁ ଉତ୍ସର୍ଗ କରିଵା ପାଇଁ କହିଥିଲେ। ଇଵ୍ରାହିମଙ୍କ ପାଇଁ ତାଙ୍କ ପୁଅ ସବୁଠୁ ପ୍ରିୟ ଥିବାରୁ,ସେ ତାଙ୍କ ପୁଅଙ୍କୁ ଆହ୍ଲାଙ୍କ ପାଖରେ ଵଳି ଦେଵା ପାଇଁ ନେଇଥିଲେ। ମାତ୍ର ଭଳି ଦେଵା ବେଳେ ଆହ୍ଲା ଇଵ୍ରାହିମଙ୍କ ପୁଅଙ୍କୁ ବଞ୍ଚାଇଥିଲେ ଓ ଆହ୍ଲାଙ୍କ ପ୍ରତି ତାଙ୍କର ଭଲ ପାଇବାର ଏହା ଏକ ପରୀକ୍ଷା ଥିଲା ବୋଲି କହିଥିଲେ। ସେଵେଠୁ ମୁସଲମାନ ସମ୍ପ୍ରଦାୟ ଏହି ଦିନକୁ ବଳିଦାନର ପର୍ଵ ଭାବେ ପାଳନ କରନ୍ତି ଓ ଏହି ଦିନ ପାଳିଥିବା ପଶୁଟିକୁ ଵଳି ଦେବାର ପରମ୍ପରା ରହିଛି। ଆଜି ଇଦ୍ ଉଲ ଜୁହା ଅବସରରେ କଟକର କଦମ୍ ଏ ରସୁଲ, ଇଦଗାହ ପଡିଆ ଓ ଛୋଟି ମସଜିଦ ଭଳି ବିଭିନ୍ନ ମସଜିଦ ଓ ଇଦଗାହରେ ସମୁହ ନମାଜ ପାଠ କରାଯାଇଛି।

କିଛି ମୁସଲମାନ ଏହି ଦିନଟିର ପଶୁ ଵଳି ଦେଵା କଥା ବିଶ୍ବାସ କରୁଥିବା ବେଳେ ଅଧିକାଂଶ ଶ୍ରଦ୍ଧାଳୁ କିନ୍ତୁ ଏହି ଦିନଟିକୁ ତ୍ୟାଗର ପର୍ବ ଵୋଲି ବିଶ୍ବାସ କରନ୍ତି। ଏହି ପବିତ୍ର ଦିନରେ ନିଜ ଭିତରେ ଥିବା ଅଵଗୁଣକୁ ଆହ୍ଲାଙ୍କ ନିକଟରେ ସମର୍ପଣ କରିଦେଵା ବା ଅଵଗୁଣକୁ ଵଳି ଦେଵା ହିଁ ଇଦ୍ ଉଲ ଜୁହାର ଅନ୍ୟତମ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ବୋଲି ଅନେକ ମତ ଦିଅନ୍ତି। ଏହା ସହ ମୁସଲମାନ ବୁଦ୍ଧିଜୀବୀଙ୍କ ଅନୁସାରେ ଇଦ୍ ଉଲ ଜୁହାର ଆଉ ଗୋଟିଏ ଦିଗ ହେଉଛି ସ୍ବଚ୍ଛଳ ଵର୍ଗର ଲୋକମାନେ ଖାଦ୍ୟ ଆକାରରେ ଗରିବ ମାନଙ୍କୁ ସହାୟତା ଦେଵା,ଯାହା ଦ୍ଵାରା ଗରିଵ ଲୋକଟିଏ ମଧ୍ୟ ପର୍ବପର୍ବାଣୀରେ ଭଲ ଭାବେ ପେଟପୁରା କିଛି ଖାଇପାରିଵ।