ଆଇପିଏଲ୍ ୨୦୨୪ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କଲେ ଅଭିଷେକ ଶର୍ମା, ଭାଙ୍ଗିଲେ ଅନେକ ଖେଳାଳିଙ୍କ ରେକର୍ଡ
ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଅଭିଷେକ ଶର୍ମା ବୁଧବାର ନିଜ ଆଇପିଏଲ୍ କ୍ୟାରିୟରରେ ଖେଳିଛନ୍ତି ସ୍ମରଣୀୟ ଇନିଂସ। ଧୂଆଁଧାର ବ୍ୟାଟିଂ କରି ୨୦୨୪ ଆଇପିଏଲ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଚଳିତ ସିଜିନରେ କୋଲକାତାର ଆନ୍ଦ୍ରେ ରସେଲଙ୍କୁ ସେ ପଛରେ ପକାଇଛନ୍ତି। ରସେଲ ହାଇଦ୍ରାବାଦ ବିପକ୍ଷରେ ୨୦ ବଲରେ ଅରର୍ଦ୍ଧଶତକ ହାସଲ କରିଥିଲେ। ଆଉ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ୨୪ ବଲରେ ୬୩ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୩ ଚୌକା ଓ ୭ ଛକା ସାମିଲ।ଏହା ସହିତ ଏସଆରଏଚ ପାଇଁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ସେ ଟ୍ରେଭିସ୍ ହେଡଙ୍କୁ ପଛରେ ପକାଇଛନ୍ତି। ଅଷ୍ଟ୍ରେଲିଆର ଟ୍ରେଭିସ୍ ହେଡ୍ ଆଜି ଏମଆଇ ବିପକ୍ଷ ମୁକାବିଲାରେ ୧୮ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଭିଷେକ ଓ ହେଡ୍ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡ଼ିଥିଲେ। ହେଡ୍ ୨୪ ବଲରୁ ୯ ଚୌକା ଓ ୩ ଛକା ସହ ୬୨ ରନ କରିଥିଲେ। ଅଭିଷେକ ମୁମ୍ବାଇ ବିରୋଧରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଖେଳାଳି ହୋଇଛନ୍ତି। ସେ ଋଷଭ ପନ୍ତଙ୍କ ରେକର୍ଡ ମଧ୍ୟ ଧ୍ଵସ୍ତ କରିଛନ୍ତି, ଯିଏ ୧୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।ମୁମ୍ବାଇ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ କରିଥିବା ଖେଳାଳି୧୪- ପାଟ୍ କମିନ୍ସ(କେକେ
ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଅଭିଷେକ ଶର୍ମା ବୁଧବାର ନିଜ ଆଇପିଏଲ୍ କ୍ୟାରିୟରରେ ଖେଳିଛନ୍ତି ସ୍ମରଣୀୟ ଇନିଂସ। ଧୂଆଁଧାର ବ୍ୟାଟିଂ କରି ୨୦୨୪ ଆଇପିଏଲ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଚଳିତ ସିଜିନରେ କୋଲକାତାର ଆନ୍ଦ୍ରେ ରସେଲଙ୍କୁ ସେ ପଛରେ ପକାଇଛନ୍ତି। ରସେଲ ହାଇଦ୍ରାବାଦ ବିପକ୍ଷରେ ୨୦ ବଲରେ ଅରର୍ଦ୍ଧଶତକ ହାସଲ କରିଥିଲେ। ଆଉ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ୨୪ ବଲରେ ୬୩ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୩ ଚୌକା ଓ ୭ ଛକା ସାମିଲ।
ଏହା ସହିତ ଏସଆରଏଚ ପାଇଁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ସେ ଟ୍ରେଭିସ୍ ହେଡଙ୍କୁ ପଛରେ ପକାଇଛନ୍ତି। ଅଷ୍ଟ୍ରେଲିଆର ଟ୍ରେଭିସ୍ ହେଡ୍ ଆଜି ଏମଆଇ ବିପକ୍ଷ ମୁକାବିଲାରେ ୧୮ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଭିଷେକ ଓ ହେଡ୍ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡ଼ିଥିଲେ। ହେଡ୍ ୨୪ ବଲରୁ ୯ ଚୌକା ଓ ୩ ଛକା ସହ ୬୨ ରନ କରିଥିଲେ। ଅଭିଷେକ ମୁମ୍ବାଇ ବିରୋଧରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଖେଳାଳି ହୋଇଛନ୍ତି। ସେ ଋଷଭ ପନ୍ତଙ୍କ ରେକର୍ଡ ମଧ୍ୟ ଧ୍ଵସ୍ତ କରିଛନ୍ତି, ଯିଏ ୧୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।
ମୁମ୍ବାଇ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ କରିଥିବା ଖେଳାଳି
୧୪- ପାଟ୍ କମିନ୍ସ(କେକେଆର) ପୁଣେ, ୨୦୨୨
୧୬- ଅଭିଷେକ ଶର୍ମା(ଏସଆରଏଚ) ହାଇଦ୍ରାବାଦ, ୨୦୨୪
୧୮- ଋଷଭ ପନ୍ତ(ଡିସି) ମୁମ୍ବାଇ, ୨୦୧୮
୧୯- ଆଜିଙ୍କ୍ୟ ରାହାଣେ(ସିଏସକେ) ମୁମ୍ବାଇ, ୨୦୨୩
ଏସଆରଏଚ ପାଇଁ ଦ୍ରୁତତମ ଅର୍ଦ୍ଧଶତକ କରିଥିବା ଖେଳାଳି
୧୬- ଅଭିଷେକ ଶର୍ମା ବନାମ ମୁମ୍ବାଇ, ୨୦୨୪
୧୮- ଟ୍ରେଭିସ୍ ହେଡ ବନାମ ମୁମ୍ବାଇ, ୨୦୨୪
୨୦-ଡେଭିଡ୍ ଓ୍ଵାର୍ଣ୍ଣର ବନାମ ସିଏସକେ, ୨୦୧୫
୨୦- ଡେଭିଡ୍ ଓ୍ଵାର୍ଣ୍ଣର ବନାମ କେକେଆର, ୨୦୧୭
୨୦- ମୋଇସେସ୍ ହେନରିକ୍ସ ବନାମ ଆରସିବି, ୨୦୧୫
୨୧- ଡେଭିଡ୍ ଓ୍ଵାର୍ଣ୍ଣର ବନାମ ଆରସିବି, ୨୦୧୬