କେଜରିୱାଲଙ୍କ ଗିରଫକୁ ନେଇ ଉଦ୍ଧବା ଠାକରେଙ୍କ ପାର୍ଟିର ବଡ଼ ବୟାନ, ଜାଣନ୍ତୁ କହିଛି କ’ଣ?
ମୁମ୍ବାଇ ୨୩।୩: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ‘ସାମନା’ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ ପ୍ରଶ୍ନ କରିଛି। ‘ସାମନା’ ସମ୍ପାଦକୀୟରେ ଲେଖା ଯାଇଛି ଯେ ‘ଭାରତୀୟ ଗଣତନ୍ତ୍ର ଆଉ କେତେ ଟୁକୁରା ହେବାକୁ ବାକି ଅଛି?’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ସରକାରୀ ବାସଭବନରେ ପଶି ଇଡି ଗିରଫ କରିଛି। ଦିଲ୍ଲୀ ବିଧାନସଭାରେ କେଜରିୱାଲଙ୍କ ସଂଖ୍ୟାଗରିଷ୍ଠତା ରହିଛି। ପଞ୍ଜାବରେ ତାଙ୍କ ‘ଆପ’ ପାର୍ଟିର ସରକାର ରହିଛି। କେଜରିୱାଲ ଲୋକସଭା ନିର୍ବାଚନରେ ‘ଇଣ୍ଡିଆ ଆଲାଏନ୍ସ’ ସହିତ ମେଣ୍ଟ କରିଛି। ଏଣୁ ଦିଲ୍ଲୀ ଓ ପଞ୍ଜାବରେ ବିଜେପିକୁ ଝଟକା ଲାଗିବ। କେଜରିୱାଲଙ୍କୁ କଂଗ୍ରେସ ସହିତ ଯିବାରେ ରୋକିବା ପାଇଁ ଇଡି ମାଧ୍ୟମରେ ଆତଙ୍କ ସୃଷ୍ଟି କରାଯାଇଛି। ‘ସାମନା’ରେ ଲେଖା ଯାଇଛି ଯେତେବେଳେ କେଜରିୱାଲ ବିଜେପି ଆଗରେ ନଇଁବେନି ବୋଲି ମନା କରିଦେଲେ ଇଡି ତାଙ୍କ ସରକାରୀ ବାସଭବନରେ ପଶି ତାଙ୍କୁ ଗିରଫ କରିଛି। ମଦ ଦୁର୍ନୀତି ଆଦି ସବୁ କେବଳ ବାହାନା। ଯଦି କେଜରିୱାଲ କଂଗ୍ରେସର ହାତ ଛାଡି ବିଜେପିର ‘ୱାସିଂ ମେସିନ’ ସହିତ ହାତ ମିଳାଇ ଦେଇଥାନ୍ତେ ତେବେ ଅଜିତ ପାୱାରଙ୍କ ଭଳି କେଜରିୱାଲଙ୍କୁ ମଧ୍ୟ ବିଜେପିର ନୂଆ ଶଙ୍କରାଚାର୍ଯ୍ୟ ରୂପେ ନିଯୁକ୍ତି କରାଯାଇଥାନ୍ତା। ସାମନା ସମ୍ପାଦକୀୟରେ ଆଗକୁ ଲେଖିଛି ଯେ ଏହା ପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋ
ମୁମ୍ବାଇ ୨୩।୩: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ‘ସାମନା’ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ ପ୍ରଶ୍ନ କରିଛି। ‘ସାମନା’ ସମ୍ପାଦକୀୟରେ ଲେଖା ଯାଇଛି ଯେ ‘ଭାରତୀୟ ଗଣତନ୍ତ୍ର ଆଉ କେତେ ଟୁକୁରା ହେବାକୁ ବାକି ଅଛି?’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ସରକାରୀ ବାସଭବନରେ ପଶି ଇଡି ଗିରଫ କରିଛି। ଦିଲ୍ଲୀ ବିଧାନସଭାରେ କେଜରିୱାଲଙ୍କ ସଂଖ୍ୟାଗରିଷ୍ଠତା ରହିଛି। ପଞ୍ଜାବରେ ତାଙ୍କ ‘ଆପ’ ପାର୍ଟିର ସରକାର ରହିଛି। କେଜରିୱାଲ ଲୋକସଭା ନିର୍ବାଚନରେ ‘ଇଣ୍ଡିଆ ଆଲାଏନ୍ସ’ ସହିତ ମେଣ୍ଟ କରିଛି। ଏଣୁ ଦିଲ୍ଲୀ ଓ ପଞ୍ଜାବରେ ବିଜେପିକୁ ଝଟକା ଲାଗିବ।
କେଜରିୱାଲଙ୍କୁ କଂଗ୍ରେସ ସହିତ ଯିବାରେ ରୋକିବା ପାଇଁ ଇଡି ମାଧ୍ୟମରେ ଆତଙ୍କ ସୃଷ୍ଟି କରାଯାଇଛି। ‘ସାମନା’ରେ ଲେଖା ଯାଇଛି ଯେତେବେଳେ କେଜରିୱାଲ ବିଜେପି ଆଗରେ ନଇଁବେନି ବୋଲି ମନା କରିଦେଲେ ଇଡି ତାଙ୍କ ସରକାରୀ ବାସଭବନରେ ପଶି ତାଙ୍କୁ ଗିରଫ କରିଛି। ମଦ ଦୁର୍ନୀତି ଆଦି ସବୁ କେବଳ ବାହାନା। ଯଦି କେଜରିୱାଲ କଂଗ୍ରେସର ହାତ ଛାଡି ବିଜେପିର ‘ୱାସିଂ ମେସିନ’ ସହିତ ହାତ ମିଳାଇ ଦେଇଥାନ୍ତେ ତେବେ ଅଜିତ ପାୱାରଙ୍କ ଭଳି କେଜରିୱାଲଙ୍କୁ ମଧ୍ୟ ବିଜେପିର ନୂଆ ଶଙ୍କରାଚାର୍ଯ୍ୟ ରୂପେ ନିଯୁକ୍ତି କରାଯାଇଥାନ୍ତା।

ସାମନା ସମ୍ପାଦକୀୟରେ ଆଗକୁ ଲେଖିଛି ଯେ ଏହା ପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଏହିପରି ଇଡି ଗିରଫ
କରିଥିଲା। ଯେତେବେଳେ ଜନତାଙ୍କ ପୂର୍ଣ୍ଣ ବହୁମତରେ ନିର୍ବାଚିତ ସରକାରଙ୍କୁ ଉପୁଡା ନ ଯାଇଛି ସେତେବେଳେ ଇଡି ଭଳି ତନ୍ତ୍ରକୁ ବ୍ୟବହାର କରି କେବଳ ବିରୋଧୀ ଦଳଙ୍କ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବାର ନୀତି ମୋଦି-ଶାହ ସରକାର ଆପଣେଇଛନ୍ତି। ଏହାକୁ ହିଁ ‘ତାନାସାହି’ କୁହାଯାଏ। ଏସିୟା ଓ ଚୀନ ଭଳି ଦେଶମାନଙ୍କରେ ବିରୋଧୀଙ୍କୁ ସହଜରେ ଗାୟବ କରିଦିଆଯାଏ ଅଥବା ମାରି ଦିଆଯାଏ। ଆମ ଦେଶରେ ଗଣତନ୍ତ୍ରର ବଦହଜମି ଯୋଗୁ ବିରୋଧୀଙ୍କୁ ମିଥ୍ୟା ମୋକଦ୍ଦମାରେ ଫଶାଇ ମାସମାସ ଧରି ସେମାନଙ୍କୁ ଜେଲକୁ ପଠାଇ ଦିଆଯାଏ।
‘ସାମନା’ ଲେଖିଛି ଯେ ଦେଶରେ ଲୋକସଭା ନିର୍ବାଚନର ଘୋଷଣା ହୋଇସାରିଲାଣି। ନିର୍ବାଚନ ଭୟମୁକ୍ତ ବାତାବରଣରେ ପାରଦର୍ଶୀ ଉପାୟରେ ହେବ, ଏପରି ଘୋଷଣା ନିର୍ବାଚନ କମିଶନ କରିଛନ୍ତି। ହେଲେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ସରକାର ବିରୋଧୀଙ୍କୁ ଏହି ଭଳି ଗଳା ଚିପିବାକୁ କେଉଁ ସଂକେତ ବୁଝାଯିବ ବୋଲି ପ୍ରଶ୍ନ କରାଯାଇଛି। ବିପକ୍ଷଙ୍କୁ ନିର୍ବାଚନ ଲଢିବାରୁ ରୋକିବାକୁ ଏହା ଚଳାଯାଇଥିବା ଆତଙ୍କବାଦ ବୋଲି କୁହାଯାଇଛି।