ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ୍‌; ଭାରତୀୟ ପ୍ଲେୟରଙ୍କ ଉପରେ ନଜର, ଲାଗିବ କୋଟିକୋଟିର ନିଲାମୀ

ନୂଆଦିଲ୍ଲୀ ୨୪।୦୮: ଆଇପିଏଲ୍‌ ୨୦୨୫ । ମେଗା ଅକ୍ସନ୍‌କୁ ସମସ୍ତେ କରିଛନ୍ତି ଅପେକ୍ଷା । ବଡ ବଡ ପ୍ଲେୟରଙ୍କୁ କିଣିବେ ଫ୍ରାଞ୍ଚାଇଜ୍ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ମେଗା ଅକ୍ସନ୍‌ରେ ବେଶ୍‌ ଡିମାଣ୍ଡରେ ଭାରତୀୟ ପ୍ଲେୟର । ବିଗତ କିଛି ବର୍ଷରେ ଭାରତୀୟ ପ୍ଲେୟରଙ୍କ ଦାମ୍‌ ଆକାଶଛୁଆଁ ହୋଇଛି । ମେଗା ଅକ୍ସନରେ ଅନେକ ଭାରତୀୟ ଖେଳାଳୀ ନିଲାମୀ ପାଇଁ ରହିବେ ଉପଲବ୍ଧ । ଯାହାଙ୍କ ଦାମ୍‌ ବହୁତ ଅଧିକ ହୋଇପାରେ । ଏପରି କିଛି ଭାରତୀୟ ପ୍ଲେୟର ଅଛନ୍ତି ଯିଏକି ଆଇପିଏଲ୍‌ ୨୦୨୫ରେ ବହୁତ ଦାମରେ ହୋଇପାରନ୍ତି ବିକ୍ରି । ଖାସ୍‌ କରି ୩ ଭାରତୀୟ ପ୍ଲେୟରଙ୍କ ଉପରେ ରହିଛି ନଜର । ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶର୍ମା । ଆଇପିଏଲ୍‌ରେ ମଧ୍ୟ ମୁମ୍ବାଇ ଇଣ୍ଡିଆ ପାଇଁ କରିଛନ୍ତି  କ୍ୟାପଟେନ୍ସିପ୍‌ । ୫ଥର ଆଇପିଏଲ୍‌ ଟ୍ରଫି ହାତେଇଛି ଏମ୍‌ଆଇ । କିନ୍ତୁ ଚଳିତ ବର୍ଷ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ପଛ ଘୁଞ୍ଚା ଦେଇଥିଲେ ରୋହିତ । ଆଉ ଅଧିନାୟକ  ପଦରୁ ହଟିଯାଇଥିଲେ । ସେ ଆଇପିଏଲ୍‌ ୨୦୨୪ରେ ୧୪ଟି ମ୍ୟାଚ ଖେଳି ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହିତ କରିଥିଲେ ୪୧୭ ରନ୍‌ । ରିପୋର୍ଟ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମ୍ଭାବିତ ଏହା ବିଦାୟୀ ମ୍ୟାଚ୍‌ ହୋଇଥାଇପାରେ । ଏମିତିରେ ବି ପଞ୍ଜାବ କିଙ୍ଗ୍ସ ଏବଂ ସିଏସକେ ପରି ଫ୍ରାଞ୍ଚାଇଜ୍ ତାଙ୍କ ପାଇଁ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ରହିଛନ୍ତି ତେୟାର । ଖାସ୍‌ କରି ସ

ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ୍‌; ଭାରତୀୟ ପ୍ଲେୟରଙ୍କ ଉପରେ ନଜର, ଲାଗିବ କୋଟିକୋଟିର ନିଲାମୀ

ନୂଆଦିଲ୍ଲୀ ୨୪।୦୮: ଆଇପିଏଲ୍‌ ୨୦୨୫ । ମେଗା ଅକ୍ସନ୍‌କୁ ସମସ୍ତେ କରିଛନ୍ତି ଅପେକ୍ଷା । ବଡ ବଡ ପ୍ଲେୟରଙ୍କୁ କିଣିବେ ଫ୍ରାଞ୍ଚାଇଜ୍ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ମେଗା ଅକ୍ସନ୍‌ରେ ବେଶ୍‌ ଡିମାଣ୍ଡରେ ଭାରତୀୟ ପ୍ଲେୟର । ବିଗତ କିଛି ବର୍ଷରେ ଭାରତୀୟ ପ୍ଲେୟରଙ୍କ ଦାମ୍‌ ଆକାଶଛୁଆଁ ହୋଇଛି । ମେଗା ଅକ୍ସନରେ ଅନେକ ଭାରତୀୟ ଖେଳାଳୀ ନିଲାମୀ ପାଇଁ ରହିବେ ଉପଲବ୍ଧ । ଯାହାଙ୍କ ଦାମ୍‌ ବହୁତ ଅଧିକ ହୋଇପାରେ । ଏପରି କିଛି ଭାରତୀୟ ପ୍ଲେୟର ଅଛନ୍ତି ଯିଏକି ଆଇପିଏଲ୍‌ ୨୦୨୫ରେ ବହୁତ ଦାମରେ ହୋଇପାରନ୍ତି ବିକ୍ରି । ଖାସ୍‌ କରି ୩ ଭାରତୀୟ ପ୍ଲେୟରଙ୍କ ଉପରେ ରହିଛି ନଜର । 


ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶର୍ମା । ଆଇପିଏଲ୍‌ରେ ମଧ୍ୟ ମୁମ୍ବାଇ ଇଣ୍ଡିଆ ପାଇଁ କରିଛନ୍ତି  କ୍ୟାପଟେନ୍ସିପ୍‌ । ୫ଥର ଆଇପିଏଲ୍‌ ଟ୍ରଫି ହାତେଇଛି ଏମ୍‌ଆଇ । କିନ୍ତୁ ଚଳିତ ବର୍ଷ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ପଛ ଘୁଞ୍ଚା ଦେଇଥିଲେ ରୋହିତ । ଆଉ ଅଧିନାୟକ  ପଦରୁ ହଟିଯାଇଥିଲେ । ସେ ଆଇପିଏଲ୍‌ ୨୦୨୪ରେ ୧୪ଟି ମ୍ୟାଚ ଖେଳି ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହିତ କରିଥିଲେ ୪୧୭ ରନ୍‌ । ରିପୋର୍ଟ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମ୍ଭାବିତ ଏହା ବିଦାୟୀ ମ୍ୟାଚ୍‌ ହୋଇଥାଇପାରେ । ଏମିତିରେ ବି ପଞ୍ଜାବ କିଙ୍ଗ୍ସ ଏବଂ ସିଏସକେ ପରି ଫ୍ରାଞ୍ଚାଇଜ୍ ତାଙ୍କ ପାଇଁ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ରହିଛନ୍ତି ତେୟାର । ଖାସ୍‌ କରି ସେତେବେଳେ କି ଯେତେବେଳେ ଟିମ୍‌ ପାଇଁ କ୍ୟାପଟେନ୍‌ଙ୍କ ଆବଶ୍ୟକତା ରହିଛି । 


ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ଅଧିନାୟକ କେ.ଏଲ୍ ରାହୁଲ । ୨୦୨୨ରେ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ । ପ୍ରଥମ ୨ଟି ସିଜନରେ ସେ ଦଳକୁ ପ୍ଲେ ଅଫ୍କୁ ନେଇଥିଲେ । ତେବେ ଆଇପିଏଲ୍ ୨୦୨୪ରେ ଟିମ୍‌ କରିଥିଲା ଖରାପ ପ୍ରଦର୍ଶନ । ଆଉ ରାହୁଲଙ୍କ ଭବିଷ୍ୟତ ଉପରେ ଉଠିଛି ପ୍ରଶ୍ନ । ତେବେ ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିଜ ପାଖରେ ରଖିବାର ରହିଛି କମ୍‌ ସମ୍ଭାବନା । କିନ୍ତୁ ବ୍ୟାଟିଂ କ୍ଷମତା ତାଙ୍କୁ ନିଲାମରେ ଏକ ବଡ ନାଁ ହୋଇପାରେ ।  


ହର୍ଷିତ ରାଣା । କୋଲକାତା ନାଇଟ୍ ରାଇଡର୍ସର ଯୁବ ଦ୍ରୁତ ବୋଲର । ଆଇପିଏଲ୍ ୨୦୨୪ରେ କରିଥିଲେ ଚମତ୍କାର ପ୍ରଦର୍ଶନ । ୨୨ ବର୍ଷୀୟ ହର୍ଷିତ ରାଣା ୧୩ଟି ମ୍ୟାଚରେ ନେଇଥିଲେ ୧୯ ୱିକେଟ୍ । ଏମିତିକି ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ନାଇଟ୍ ରାଇଡର୍ସ ତାଙ୍କ ପ୍ରଦର୍ଶନକୁ ନଜରରେ ରଖି ତାଙ୍କୁ ରିଟେନ୍‌ କରିପାରେ । କିନ୍ତୁ ମେଗା ନିଲାମୀର ସୀମିତତା କାରଣରୁ ଅନ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ନିଜ ଦଳରେ ସାମିଲ୍‌ କରିବାକୁ ନିଲାମୀ ଲଗାଇପାରନ୍ତି  । ତେବେ ଦେଖିବାକୁ ବାକି ରହିଲା ମେଗା ଅକ୍ସନ୍‌ରେ କେଉଁ ପ୍ଲେୟର କେତେ ପ୍ରାଇସ୍‌ ହେଉଛନ୍ତି ବିକ୍ରି ।