ଟୋଲ୍‌କୁ ନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ଼ ନିଷ୍ପତ୍ତି। ବର୍ଷ ବର୍ଷ ଧରି ପ୍ରଚଳିତ ଟୋଲ ସିଷ୍ଟମ ବନ୍ଦ ହେବ। ଏହାସହିତ ସାଟେଲାଇଟ ଟୋଲ କଲେକ୍ସନ ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଶୁକ୍ରବାର ସେ କହିଛନ୍ତି ଯେ ସରକାର ଟୋଲ ରଦ୍ଦ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ସାଟେଲାଇଟ୍‌ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ। ଏହି ସିଷ୍ଟମ ଲାଗୁ କରିବା ପଛରେ ଲକ୍ଷ୍ୟ ହେଉଛି ଟୋଲ ସଂଗ୍ରହ ବୃଦ୍ଧି କରିବା ଏବଂ ଟୋଲ ପ୍ଲାଜାରେ ଭିଡ଼ କମାଇବା।ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେବାବେଳେ ସେ ଏହା ମଧ୍ୟ କହିଛନ୍ତି ଯେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) କାର୍ଯ୍ୟକାରୀ କରିବାକୁ ଯାଉଛି। ସମ୍ପ୍ରତି ଏହା କେବଳ ମନୋନୀତ ଟୋଲ୍ ପ୍ଲାଜାରେ ଲାଗିବ। ଏହାପୂର୍ବରୁ ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ ନିତିନ ଗଡକରୀ କହିଥିଲେ, "ବର୍ତ୍ତମାନ ଆମେ ଟୋଲ୍  ରଦ୍ଦ କରୁଛୁ ଏବଂ ସେଠାରେ ସାଟେଲାଇଟ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ମଧ୍ୟ ରହିବ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ ଏବଂ ଦୂରତା ଅନୁଯାୟୀ ଫି ଆଦାୟ କରାଯିବ।  GNSS- ଆଧାରିତ ସିଷ୍ଟମଗୁଡ଼ିକ ଉପରେ ହିତାଧିକାରୀମାନଙ୍କ ସହିତ ପରାମର୍ଶ କରିବା ପାଇଁ ଜୁନ୍ ୨୫ରେ ଏକ ଆନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଏହାପୂର୍ବରୁ ଡିସେମ୍ବର ମାସରେ ନିତିନ ଗଡକରୀ ଘୋଷଣ

ଟୋଲ୍‌କୁ ନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ଼ ନିଷ୍ପତ୍ତି। ବର୍ଷ ବର୍ଷ ଧରି ପ୍ରଚଳିତ ଟୋଲ ସିଷ୍ଟମ ବନ୍ଦ ହେବ। ଏହାସହିତ ସାଟେଲାଇଟ ଟୋଲ କଲେକ୍ସନ ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଶୁକ୍ରବାର ସେ କହିଛନ୍ତି ଯେ ସରକାର ଟୋଲ ରଦ୍ଦ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ସାଟେଲାଇଟ୍‌ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ। ଏହି ସିଷ୍ଟମ ଲାଗୁ କରିବା ପଛରେ ଲକ୍ଷ୍ୟ ହେଉଛି ଟୋଲ ସଂଗ୍ରହ ବୃଦ୍ଧି କରିବା ଏବଂ ଟୋଲ ପ୍ଲାଜାରେ ଭିଡ଼ କମାଇବା।

ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେବାବେଳେ ସେ ଏହା ମଧ୍ୟ କହିଛନ୍ତି ଯେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) କାର୍ଯ୍ୟକାରୀ କରିବାକୁ ଯାଉଛି। ସମ୍ପ୍ରତି ଏହା କେବଳ ମନୋନୀତ ଟୋଲ୍ ପ୍ଲାଜାରେ ଲାଗିବ। ଏହାପୂର୍ବରୁ ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ ନିତିନ ଗଡକରୀ କହିଥିଲେ, "ବର୍ତ୍ତମାନ ଆମେ ଟୋଲ୍  ରଦ୍ଦ କରୁଛୁ ଏବଂ ସେଠାରେ ସାଟେଲାଇଟ ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ମଧ୍ୟ ରହିବ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ ଏବଂ ଦୂରତା ଅନୁଯାୟୀ ଫି ଆଦାୟ କରାଯିବ।  GNSS- ଆଧାରିତ ସିଷ୍ଟମଗୁଡ଼ିକ ଉପରେ ହିତାଧିକାରୀମାନଙ୍କ ସହିତ ପରାମର୍ଶ କରିବା ପାଇଁ ଜୁନ୍ ୨୫ରେ ଏକ ଆନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା। 

ଏହାପୂର୍ବରୁ ଡିସେମ୍ବର ମାସରେ ନିତିନ ଗଡକରୀ ଘୋଷଣା କରିଥିଲେ ଯେ ମାର୍ଚ୍ଚ 2024 ସୁଦ୍ଧା ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ଟୋଲ ପ୍ଲାଜାରେ ଅପେକ୍ଷା ସମୟ ହ୍ରାସ କରିବା ପାଇଁ ବିଶ୍ୱ ବ୍ୟାଙ୍କକୁ ସୂଚନା ଦିଆଯାଇଛି। FASTag  ପାଇଁ ଟୋଲ୍ ପ୍ଲାଜାରେ ହାରାହାରି ଅପେକ୍ଷା ସମୟ ଯଥେଷ୍ଟ ହ୍ରାସ ପାଇଛି।