ଶସ୍ତା ହେବ ରେଞ୍ଜ୍ ରୋଭର ଲଗ୍‌ଜୁରି କାର୍: ପ୍ରିମିୟମ କାର୍‌କୁ ଭାରତରେ ତିଆରି କରିବ ଟାଟା

ନୂଆଦିଲ୍ଲୀ: ଟାଟା ମୋଟର୍ସ ମାଲିକାନାରେ ଥିବା ବ୍ରିଟିଶ ଅଟୋମୋବାଇଲ ବ୍ରାଣ୍ଡ ଜାଗୁଆର ଲ୍ୟାଣ୍ଡ ରୋଭର ପ୍ରଥମ ଥର ପାଇଁ ବ୍ରିଟେନ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀର ଲଗ୍‌ଜୁରି କାର ରେଞ୍ଜ ରୋଭର ବର୍ତ୍ତମାନ କେବଳ ଭାରତରେ ହିଁ ତିଆରି ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ରେଞ୍ଜ ରୋଭରକୁ କେବଳ ବ୍ରିଟେନରେ ତିଆରି କରାଯାଇ ସାରା ବିଶ୍ୱକୁ ରପ୍ତାନି କରାଯାଉଛି। ଏଥିପାଇଁ ଭାରତୀୟ କମ୍ପାନୀ ଟାଟା ମୋଟର୍ସ ମାଲିକାନା ସତ୍ତ୍ୱେ ବି ଏହି କାର ଭାରତରେ ବି ମହଙ୍ଗା ପଡ଼ୁଛି। ଯଦି ଏହା ଭାରତରେ ତିଆରି ହେବ ତେବେ କାର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିବ। ରେଞ୍ଜ ରୋଭରର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଉଛି।୧୫ ରୁ ୯୦ ଲକ୍ଷ ଟଙ୍କା ଶସ୍ତା ହେବଭାରତରେ ରେଞ୍ଜ ରୋଭର ମଡେଲଗୁଡିକ ୬୮ ଲକ୍ଷରୁ ୪.୫ କୋଟି ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଯଦି  ଏହାର ୨୦ ପ୍ରତିଶତ ମୂଲ୍ୟ ହ୍ରାସ ହୁଏ, ତେବେ ଏହି ମଡେଲଗୁଡିକ ୧୫ ରୁ ୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯିବ। ଜାଗୁଆର ଲ୍ୟାଣ୍ଡ ରୋଭର ଅନୁଯାୟୀ, ପୁଣେ ପ୍ଲାଣ୍ଟରେ ରେଞ୍ଜ୍‌ ରୋଭର ସମସ୍ତ ମଡେଲର ଆସମ୍ବେଲ କରାଯିବ। ଏହାପରେ କାର ମୂଲ୍ୟ ୧୮ ରୁ ୨୨ ପ୍ରତିଶତ ହ୍ରାସ ହୋଇପାରେ। କମ୍ପାନୀ କହିଛି ଯେ ରେଞ୍ଜ ରୋଭର ସ୍ପୋର୍ଟର ଡେଲିଭରି ମଧ୍ୟ ଚଳିତ ବର୍ଷ ଅଗଷ୍ଟରୁ ଆରମ୍ଭ ହୋଇପାରେ।ଜାଗୁଆର ଲ୍ୟାଣ୍ଡ ରୋଭର ଉପରେ ମଜଭୁତ ହେବ ଲୋକଙ୍କ ବିଶ୍ୱାସଟାଟା ଗ୍ରୁପ୍ ଚେୟ

ଶସ୍ତା ହେବ ରେଞ୍ଜ୍ ରୋଭର ଲଗ୍‌ଜୁରି କାର୍: ପ୍ରିମିୟମ କାର୍‌କୁ ଭାରତରେ ତିଆରି କରିବ ଟାଟା

ନୂଆଦିଲ୍ଲୀ: ଟାଟା ମୋଟର୍ସ ମାଲିକାନାରେ ଥିବା ବ୍ରିଟିଶ ଅଟୋମୋବାଇଲ ବ୍ରାଣ୍ଡ ଜାଗୁଆର ଲ୍ୟାଣ୍ଡ ରୋଭର ପ୍ରଥମ ଥର ପାଇଁ ବ୍ରିଟେନ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀର ଲଗ୍‌ଜୁରି କାର ରେଞ୍ଜ ରୋଭର ବର୍ତ୍ତମାନ କେବଳ ଭାରତରେ ହିଁ ତିଆରି ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ରେଞ୍ଜ ରୋଭରକୁ କେବଳ ବ୍ରିଟେନରେ ତିଆରି କରାଯାଇ ସାରା ବିଶ୍ୱକୁ ରପ୍ତାନି କରାଯାଉଛି। ଏଥିପାଇଁ ଭାରତୀୟ କମ୍ପାନୀ ଟାଟା ମୋଟର୍ସ ମାଲିକାନା ସତ୍ତ୍ୱେ ବି ଏହି କାର ଭାରତରେ ବି ମହଙ୍ଗା ପଡ଼ୁଛି। ଯଦି ଏହା ଭାରତରେ ତିଆରି ହେବ ତେବେ କାର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିବ। ରେଞ୍ଜ ରୋଭରର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଉଛି।

୧୫ ରୁ ୯୦ ଲକ୍ଷ ଟଙ୍କା ଶସ୍ତା ହେବ

ଭାରତରେ ରେଞ୍ଜ ରୋଭର ମଡେଲଗୁଡିକ ୬୮ ଲକ୍ଷରୁ ୪.୫ କୋଟି ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଯଦି  ଏହାର ୨୦ ପ୍ରତିଶତ ମୂଲ୍ୟ ହ୍ରାସ ହୁଏ, ତେବେ ଏହି ମଡେଲଗୁଡିକ ୧୫ ରୁ ୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯିବ। ଜାଗୁଆର ଲ୍ୟାଣ୍ଡ ରୋଭର ଅନୁଯାୟୀ, ପୁଣେ ପ୍ଲାଣ୍ଟରେ ରେଞ୍ଜ୍‌ ରୋଭର ସମସ୍ତ ମଡେଲର ଆସମ୍ବେଲ କରାଯିବ। ଏହାପରେ କାର ମୂଲ୍ୟ ୧୮ ରୁ ୨୨ ପ୍ରତିଶତ ହ୍ରାସ ହୋଇପାରେ। କମ୍ପାନୀ କହିଛି ଯେ ରେଞ୍ଜ ରୋଭର ସ୍ପୋର୍ଟର ଡେଲିଭରି ମଧ୍ୟ ଚଳିତ ବର୍ଷ ଅଗଷ୍ଟରୁ ଆରମ୍ଭ ହୋଇପାରେ।

ଜାଗୁଆର ଲ୍ୟାଣ୍ଡ ରୋଭର ଉପରେ ମଜଭୁତ ହେବ ଲୋକଙ୍କ ବିଶ୍ୱାସ

ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଦେଶରେ ଉତ୍ପାଦନ ଆରମ୍ଭ କରିବା ପରେ ଜାଗୁଆର ଲ୍ୟାଣ୍ଡ ରୋଭର ଉପରେ ଲୋକଙ୍କ ଆତ୍ମବିଶ୍ୱାସକୁ ଆହୁରି ମଜଭୁତ ହେବ। ଏହା ଆମ ପାଇଁ ଏକ ବିଶେଷ ସୁଯୋଗ। ଦେଶରେ ରେଞ୍ଜ୍‌ ରୋଭର ସିରିଜ୍‌ର ଉତ୍ପାଦନ ଆରମ୍ଭ କରିବାକୁ ଆମେ ଗର୍ବିତ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ ଭାରତରେ ଉତ୍ପାଦନ ଆରମ୍ଭ ହେବା ପରେ ରେଞ୍ଜ ରୋଭରର ବିକ୍ରି ଆହୁରି ବଢ଼ିବ ବୋଲି ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି।

ଭାରତରେ JLR ବିକ୍ରି ୮୧ ପ୍ରତିଶତ ବୃଦ୍ଧି 

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଏମଡି ରାଜନ ଅମ୍ବା କହିଛନ୍ତି ଯେ ଏହା ଏକ ବଡ ପଦକ୍ଷେପ। JLR ପ୍ରଥମ ଥର ପାଇଁ ବ୍ରିଟେନ ବାହାରେ କୌଣସି ସ୍ଥାନରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ମୂଲ୍ୟ ହ୍ରାସ କରି, ଆମେ ଅଧିକରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାରେ ଲାଭବାନ ହେବୁ। ରେଞ୍ଜ ରୋଭର ସିରିଜ୍ ପ୍ରାୟ ୫୪ ବର୍ଷ ଧରି ଚମତ୍କାର ପ୍ରଦର୍ଶନ କରିଆସୁଛି। କମ୍ପାନୀର ଏହି ନିଷ୍ପତ୍ତିରୁ ଜଣାପଡ଼ୁଛି ଯେ କେତେ ଦ୍ରୁତ ଗତିରେ ଭାରତୀୟ ବଜାର ଦାମୀ କାରଗୁଡ଼ିକୁ ଗ୍ରହଣ କରୁଛି। ଗତ ଆର୍ଥିକ ବର୍ଷରେ, JLR ଭାରତରେ ୪,୪୩୬ କାର ବିକ୍ରି କରିଥିଲା। କମ୍ପାନୀର ବିକ୍ରିରେ ପ୍ରାୟ ୮୧ ପ୍ରତିଶତ ବୃଦ୍ଧି ଘଟିଛି।