ଆଇପିଏଲ୍ ୨୦୨୫ରୁ ବାଦ୍ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି…
ନୂଆଦିଲ୍ଲୀ,୨।୧୧: ଆଇପିଏଲ୍ ୨୦୨୫ ପୂର୍ବରୁ ମେଗା ଅକ୍ସନ ଆୟୋଜିତ ହେବ। ନିକଟରେ ରିଟେନ୍ଶନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ ଟିମ୍ ମିଶି ମୋଟ ୪୭ ଖେଳାଳିଙ୍କୁ ରିଟେନ୍ କରିଥିଲେ। ଏବେ ବାକି ଖେଳାଳି ଅକ୍ସନରେ ନଜର ଆସିବେ। ଏସବୁ ମଧ୍ୟରେ ଜଣେ ଭେଟେରାନ ଖେଳାଳିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି ଆଇପିଏଲ୍ ୨୦୨୫ରୁ ବାଦ୍ ପଡ଼ିପାରନ୍ତି। ବିସିସିଆଇର ନୂଆ ନିୟମକୁ ନେଇ ଉକ୍ତ ଖେଳାଳି ଅକ୍ସନରେ ନିଜ ନାମ ଦେବେ ନାହିଁ […] The post ଆଇପିଏଲ୍ ୨୦୨୫ରୁ ବାଦ୍ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି… appeared first on Dharitri Odia News.
ନୂଆଦିଲ୍ଲୀ,୨।୧୧: ଆଇପିଏଲ୍ ୨୦୨୫ ପୂର୍ବରୁ ମେଗା ଅକ୍ସନ ଆୟୋଜିତ ହେବ। ନିକଟରେ ରିଟେନ୍ଶନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ ଟିମ୍ ମିଶି ମୋଟ ୪୭ ଖେଳାଳିଙ୍କୁ ରିଟେନ୍ କରିଥିଲେ। ଏବେ ବାକି ଖେଳାଳି ଅକ୍ସନରେ ନଜର ଆସିବେ। ଏସବୁ ମଧ୍ୟରେ ଜଣେ ଭେଟେରାନ ଖେଳାଳିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି ଆଇପିଏଲ୍ ୨୦୨୫ରୁ ବାଦ୍ ପଡ଼ିପାରନ୍ତି। ବିସିସିଆଇର ନୂଆ ନିୟମକୁ ନେଇ ଉକ୍ତ ଖେଳାଳି ଅକ୍ସନରେ ନିଜ ନାମ ଦେବେ ନାହିଁ ବୋଲି କୁହାଯାଉଛି।
ଆଇପିଏଲ୍ ମେଗା ଅକ୍ସନ ଲାଗି ରେଜିଷ୍ଟ୍ରେଶନର ଅନ୍ତିମ ତାରିଖ ରବିବାର ଅର୍ଥାତ ୩ ନଭେମ୍ବର ଅଟେ। ହେଲେ ଏଥିରେ ଇଂଲଣ୍ଡ ଟେଷ୍ଟ ଟିମ୍ର ଅଧିନାୟକ ବେନ ଷ୍ଟୋକ୍ସ ଅକ୍ସନରେ ନିଜ ନାମ ଦେବେ ନାହିଁ। ଦ ଟେଲିଗ୍ରାଫ ରିପୋର୍ଟ ମୁତାବକ, ଷ୍ଟୋକ୍ସ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗତ ସିଜନରେ ମଧ୍ୟ ସେ ଖେଳି ନ ଥିଲେ। ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୧୬.୨୫ କୋଟିରେ କିଣିଥିଲା। ହେଲେ ସେ ଆହତ ହେବାକୁ ନେଇ କିଛି ମ୍ୟାଚ୍ ଖେଳିଥିଲେ।
ରିପୋର୍ଟ ମୁତାବକ, ଷ୍ଟୋକ୍ସ ଇଂଲଣ୍ଡ ପାଇଁ ହ୍ବାଇଟ୍ ବଲ୍ କ୍ରିକେଟ ଖେଳିବାକୁ ଚାହାନ୍ତି। ସେ ୨୦୨୨ରେ ଦଳ ପକ୍ଷରୁ ଅନ୍ତିମ ଟି୨୦ ଖେଳିଥିଲେ। ସେହିଭଳି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରୁ ଅବସର ନିଷ୍ପତ୍ତିରୁ ଓହରିଯାଇ ୨୦୨୩ରେ ଦିନିକିଆ ବିଶ୍ୱକପ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ।ହେଲେ ଏବେ ସେ ପୁଣିଥରେ ଦିନିକିଆ ଏବଂ ଟି୨୦ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି। ଆସନ୍ତା ବର୍ଷ ଆରମ୍ଭରୁ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏମିତିରେ ଷ୍ଟୋକ୍ସ ନିଜ କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି।
କେବଳ ଏତିକି ନୁହେଁ ଷ୍ଟୋକ୍ସ ଅକ୍ସନରୁ ହଟିବା ପଛର ଆଉ ଏକ କାରଣ ବିସିସିଆଇର ନୂଆ ନିୟମ ବୋଲି କୁହାଯାଉଛି। ଆଇପିଏଲ୍ ଗଭର୍ନି କାଉନସିଲର ନୂଆ ନିୟମ ମୁତାବକ ଅକ୍ସନରେ ବିକ୍ରି ହେବା ପରେ ଯଦି କେହି ବିଦେଶୀ ଖେଳାଳି କୌଣସି ଉପଯୁକ୍ତ କାରଣ ନ ଥାଇ ନିଜ ନାମ ଫେରାଇ ନିଅନ୍ତି ତେବେ ତାଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲଗାଯାଇପାରେ।
The post ଆଇପିଏଲ୍ ୨୦୨୫ରୁ ବାଦ୍ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି… appeared first on Dharitri Odia News.