ଆଇପିଏଲ୍ରୁ ବାଦ୍ ପଡ଼ିଲେ ମୟଙ୍କ
ନୂଆଦିଲ୍ଲୀ,୧୫ା୫: ମୟଙ୍କ ଯାଦବ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲ୍ ସିଜନର ଅବଶିଷ୍ଟାଂଶ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଏ ନେଇ ଆଇପିଏଲ୍ ପକ୍ଷରୁ ଗୁରୁବାର ବିବୃତି ଜାରି କରାଯାଇଛି। ୨୨ ବର୍ଷୀୟ ମୟଙ୍କ ଚଳିତ ସିଜନରେ ମାତ୍ର ୨ ମ୍ୟାଚ୍ ଖେଳି ୧୨.୫୦ ବ୍ୟୟବହୁଳ ଇକୋନୋମୀ ରେଟ ସହ ୨ ଉଇକେଟ ନେଇଥିଲେ। ସେ ବ୍ୟାକ ଇଞ୍ଜୁରୀ କାରଣରୁ ଆଇପିଏଲ୍ ଆରମ୍ଭରୁ ଉପଲବ୍ଧ ମଧ୍ୟ ନ ଥିଲେ। ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ (ସିଓଇ)ରେ ଲମ୍ବା ରେହାବିଲିଟେଶନ […] The post ଆଇପିଏଲ୍ରୁ ବାଦ୍ ପଡ଼ିଲେ ମୟଙ୍କ appeared first on Dharitri Odia News.
ନୂଆଦିଲ୍ଲୀ,୧୫ା୫: ମୟଙ୍କ ଯାଦବ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲ୍ ସିଜନର ଅବଶିଷ୍ଟାଂଶ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଏ ନେଇ ଆଇପିଏଲ୍ ପକ୍ଷରୁ ଗୁରୁବାର ବିବୃତି ଜାରି କରାଯାଇଛି।
୨୨ ବର୍ଷୀୟ ମୟଙ୍କ ଚଳିତ ସିଜନରେ ମାତ୍ର ୨ ମ୍ୟାଚ୍ ଖେଳି ୧୨.୫୦ ବ୍ୟୟବହୁଳ ଇକୋନୋମୀ ରେଟ ସହ ୨ ଉଇକେଟ ନେଇଥିଲେ। ସେ ବ୍ୟାକ ଇଞ୍ଜୁରୀ କାରଣରୁ ଆଇପିଏଲ୍ ଆରମ୍ଭରୁ ଉପଲବ୍ଧ ମଧ୍ୟ ନ ଥିଲେ। ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ (ସିଓଇ)ରେ ଲମ୍ବା ରେହାବିଲିଟେଶନ ପରେ ମୟଙ୍କ ଏପ୍ରିଲ ୧୬ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି) ଦଳରେ ଯୋଗ ଦେଇଥିଲେ। ଏଲ୍ଏସ୍ଜି ପକ୍ଷରୁ ମୟଙ୍କଙ୍କ ବଦଳ ଖେଳାଳି ଭାବେ ନ୍ୟୁଜିଲାଣ୍ଡ ପେସର ଓ୍ବିଲିଅମ ଓରର୍କେଙ୍କୁ ଦଳରେ ସାମିଲ କରାଯାଇଛି।
The post ଆଇପିଏଲ୍ରୁ ବାଦ୍ ପଡ଼ିଲେ ମୟଙ୍କ appeared first on Dharitri Odia News.