ଆଇପିଏଲ୍‌ରେ ଅଧିନାୟକ ରହିବେନି କେ.ଏଲ୍ ରାହୁଲ, ଲକ୍ଷ୍ନୌ ଟିମ୍‌ରୁ ହେଲେ କି ବାହାର?

ମୁମ୍ୱାଇ ୨୮/୦୮: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଛାଡିବେ କି କେ.ଏଲ୍ ରାହୁଲ । କାରଣ ରାହୁଲ ଓ ଟିମ୍‌ ମାଲିକ ସଞ୍ଜୀବ ଗୋୟଙ୍କାଙ୍କ ସହ ବୈଠକ ପରେ ଅନେକ ଚର୍ଚ୍ଚା ହେଉଛି । କୋଲକାତାରେ ହୋଇଥିବା ଏହି ବୈଠକରେ ପରେ ଅନେକ କିଛି ଶୁଣିବାକୁ ମିଳୁଛି । ମିଡିଆ ରିପୋର୍ଟରେ ସାମ୍ନାକୁ ଆସିଥିବା ତଥ୍ୟରେ ଜଣାପଡିଛି ରାହୁଲ୍ ଏବେ ଲକ୍ଷ୍ନୌ ଟିମ୍‌ର କ୍ୟାପଟେନ୍ ଛାଡିବେ । ଫ୍ରାଞ୍ଚାଇଜ୍ ତାଙ୍କୁ ଆଇପିଏଲ୍ ୨୦୨୫ ପାଇଁ ତାଙ୍କୁ ରିଲିଜ କରିବ । କୁହାଯାଉଛି କି, ରାହୁଲ ଲକ୍ଷ୍ନୌର କ୍ୟାପଟେନ୍ସି ହେବା ପରେ ବହୁତ ଚାପରେ ରହୁଥିଲେ । ଏବେ ସେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ । ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନ ହେବାର ଅଛି । ଏହାରି ଭିତରେ ରାହୁଲଙ୍କ ଜାଗାରେ କିଏ ହେବ ଲକ୍ଷ୍ନୌର କ୍ୟାପଟେନ୍ ହେବ କଳ୍ପନା ଜଳ୍ପନା ଚାଲିଛି । ରିପୋର୍ଟରେ ବି ବହୁତ କଥା ଶୁଣିବାକୁ ମିଳୁଛି । ରିପୋର୍ଟ କୁହେ ଗୋୟଙ୍କା ବି ଏହାକୁ ନେଇ ସହମତି ଜଣାଇଛନ୍ତି । କହିଛନ୍ତି କି ସେ ରାହୁଲଙ୍କୁ ସେ ରିଟେନ୍ କରିବେ । ତେବେ କୃଣାଳ ପାଣ୍ୟା କିମ୍ୱା ନିକୋଲାସ ପୂରନ କ୍ୟାପଟେନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାହୁଲ ୫ ଡିସେମ୍ୱରରେ ଦିଲ୍ଲୀପ ଟ୍ରଫି ଖେଳିବେ । ଏହା ପରେ ୧୯ ସେପ୍ଟେମ୍ୱରରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ ଖେଳାଯିବ ।  

ଆଇପିଏଲ୍‌ରେ ଅଧିନାୟକ ରହିବେନି କେ.ଏଲ୍ ରାହୁଲ, ଲକ୍ଷ୍ନୌ ଟିମ୍‌ରୁ ହେଲେ କି ବାହାର?

ମୁମ୍ୱାଇ ୨୮/୦୮: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଛାଡିବେ କି କେ.ଏଲ୍ ରାହୁଲ । କାରଣ ରାହୁଲ ଓ ଟିମ୍‌ ମାଲିକ ସଞ୍ଜୀବ ଗୋୟଙ୍କାଙ୍କ ସହ ବୈଠକ ପରେ ଅନେକ ଚର୍ଚ୍ଚା ହେଉଛି । କୋଲକାତାରେ ହୋଇଥିବା ଏହି ବୈଠକରେ ପରେ ଅନେକ କିଛି ଶୁଣିବାକୁ ମିଳୁଛି । ମିଡିଆ ରିପୋର୍ଟରେ ସାମ୍ନାକୁ ଆସିଥିବା ତଥ୍ୟରେ ଜଣାପଡିଛି ରାହୁଲ୍ ଏବେ ଲକ୍ଷ୍ନୌ ଟିମ୍‌ର କ୍ୟାପଟେନ୍ ଛାଡିବେ । 

ଫ୍ରାଞ୍ଚାଇଜ୍ ତାଙ୍କୁ ଆଇପିଏଲ୍ ୨୦୨୫ ପାଇଁ ତାଙ୍କୁ ରିଲିଜ କରିବ । କୁହାଯାଉଛି କି, ରାହୁଲ ଲକ୍ଷ୍ନୌର କ୍ୟାପଟେନ୍ସି ହେବା ପରେ ବହୁତ ଚାପରେ ରହୁଥିଲେ । ଏବେ ସେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ । ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନ ହେବାର ଅଛି । ଏହାରି ଭିତରେ ରାହୁଲଙ୍କ ଜାଗାରେ କିଏ ହେବ ଲକ୍ଷ୍ନୌର କ୍ୟାପଟେନ୍ ହେବ କଳ୍ପନା ଜଳ୍ପନା ଚାଲିଛି । 

ରିପୋର୍ଟରେ ବି ବହୁତ କଥା ଶୁଣିବାକୁ ମିଳୁଛି । ରିପୋର୍ଟ କୁହେ ଗୋୟଙ୍କା ବି ଏହାକୁ ନେଇ ସହମତି ଜଣାଇଛନ୍ତି । କହିଛନ୍ତି କି ସେ ରାହୁଲଙ୍କୁ ସେ ରିଟେନ୍ କରିବେ । ତେବେ କୃଣାଳ ପାଣ୍ୟା କିମ୍ୱା ନିକୋଲାସ ପୂରନ କ୍ୟାପଟେନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାହୁଲ ୫ ଡିସେମ୍ୱରରେ ଦିଲ୍ଲୀପ ଟ୍ରଫି ଖେଳିବେ । ଏହା ପରେ ୧୯ ସେପ୍ଟେମ୍ୱରରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ ଖେଳାଯିବ ।