ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ: ପୂର୍ବାଞ୍ଚଳ ଆଇଜି ହେଲେ ଦୀପକ କୁମାର
ଭୁବନେଶ୍ୱର,୧ା୩(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ତଥା ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ଡକ୍ଟର ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ପୂର୍ବାଞ୍ଚଳ ଆଇଜି ତଥା ୨୦୦୪ ବ୍ୟାଚ୍ ଆଇପିଏସ୍ […] The post ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ: ପୂର୍ବାଞ୍ଚଳ ଆଇଜି ହେଲେ ଦୀପକ କୁମାର appeared first on Dharitri Odia News.
ଭୁବନେଶ୍ୱର,୧ା୩(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ତଥା ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ଡକ୍ଟର ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ସେହିପରି ପୂର୍ବାଞ୍ଚଳ ଆଇଜି ତଥା ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଏଥ୍ସହିତ ତାଙ୍କୁ ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ତଥା କେନ୍ଦ୍ରାପଡ଼ା ଏସ୍ପି ଥିବା ବି. ଯୁଗଳ କିଶୋରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍ପି ତଥା ୨୦୧୭ ବ୍ୟାଚ୍ ଆଇପିଏସ୍ ଅଫିସର ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍ପି ଭାବେ ବଦଳି କରାଯାଇଛି।
The post ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ: ପୂର୍ବାଞ୍ଚଳ ଆଇଜି ହେଲେ ଦୀପକ କୁମାର appeared first on Dharitri Odia News.