ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ

ପ୍ୟାରିସ, ୧୩ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ବେଳେ ଆଇଫେଲ ଟାଓ୍ବାର ଉପରକୁ ଅନଧିକାର ଚଢ଼ିଯାଇଥିବା ବ୍ୟକ୍ତି ଜଣକ ଜଣେ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ପୋଲିସ ହେପାଜତରୁ ସେ ସୋମବାର ଛାଡ଼ ପାଇଛନ୍ତି। ହେଲେ ସ୍ଥାନୀୟ ପୋଲିସ ଏହି ଐତିହାସିକ ସ୍ଥଳରେ ଅନଧିକାର ପ୍ରବେଶ ଘଟଣାର ତଦନ୍ତ ଜାରି ରଖିଛି। ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର କିଛି ଘଣ୍ଟା ପୂର୍ବରୁ ଅପରାହ୍ନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। […] The post ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ appeared first on Dharitri Odia News.

ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ

ପ୍ୟାରିସ, ୧୩ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ବେଳେ ଆଇଫେଲ ଟାଓ୍ବାର ଉପରକୁ ଅନଧିକାର ଚଢ଼ିଯାଇଥିବା ବ୍ୟକ୍ତି ଜଣକ ଜଣେ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ପୋଲିସ ହେପାଜତରୁ ସେ ସୋମବାର ଛାଡ଼ ପାଇଛନ୍ତି। ହେଲେ ସ୍ଥାନୀୟ ପୋଲିସ ଏହି ଐତିହାସିକ ସ୍ଥଳରେ ଅନଧିକାର ପ୍ରବେଶ ଘଟଣାର ତଦନ୍ତ ଜାରି ରଖିଛି।

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର କିଛି ଘଣ୍ଟା ପୂର୍ବରୁ ଅପରାହ୍ନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣକ ଫୁଙ୍ଗୁଳା ଦେହରେ ଆଇଫେଲ ଟାଓ୍ବାର ଉପରକୁ ଚଢୁଥିବା ଦେଖିବାକୁ ମିଳିଥିଲା। ଫ୍ରେଞ୍ଚ ପୋଲିସ ତୁରନ୍ତ ଆଇଫେଲ ଟାଓ୍ବାର ଅଞ୍ଚଳକୁ ଖାଲି କରିଦେଇଥିଲେ। ଆଇଫେଲ ଟାଓ୍ବାରର ଉଚ୍ଚତା ହେଉଛି ୩୩୦ ମିଟର (୧,୦୮୩ ଫୁଟ୍‌)। ସେ ସ୍ମାରକର ଦ୍ୱିତୀୟ ଭାଗରେ ଲଗା ଯାଇଥିବା ରିଙ୍ଗ ଉପରକୁ ଚଢିଯାଇଥିଲେ।

ସେ କେଉଁ ବାଟ ଦେଇ ଚଢିଥିଲେ ତାହା ଜଣାପଡ଼ିନାହିଁ। ଫ୍ରେଞ୍ଚ ପୋଲିସ ବ୍ୟକ୍ତିଙ୍କୁ ଓହ୍ଲାଇବାର ବ୍ୟବସ୍ଥା କରିଥିଲେ। ଅଲିମ୍ପିକ୍ସ ପ୍ରତିଯୋଗିତାଗୁଡ଼ିକ ଶେଷ ହୋଇଯିବା ପରେ ପ୍ୟାରିସରେ ସୁରକ୍ଷା କର୍ମୀଙ୍କ ଧ୍ୟାନ ଉଦ୍‌ଯାପନୀ ଉତ୍ସବ ଉପରକୁ ଚାଲିଯାଇଥିଲା।

ସୂଚନାଯୋଗ୍ୟ, ପୋଲିସ ଅପରାହ୍ନ ୩ଟାରେ ଅଞ୍ଚଳକୁ ଖାଲି କରିଥିଲା। କିଛି ପର୍ଯ୍ୟଟକ ଦ୍ୱିତୀୟ ତାଲାରେ ଅଟକି ଯାଇଥିଲେ। ସ୍ଥାନ ଛାଡ଼ିଚାଲିଯିବା ଲାଗି ସେମାନଙ୍କୁ ୩୦ ମିନିଟ ସମୟ ଦିଆଯାଇଥିଲା। ଆଇଫେଲ ଟାଓ୍ବାର ଉପରେ ଚଢିଥିବା ଲୋକକୁ ପୋଲିସ ଅଟକ ରଖିଥିଲା।

 

The post ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ appeared first on Dharitri Odia News.