ଆଇଫୋନ୍ ଚୋରାଇ ନେଇଥିଲା ମାଙ୍କଡ଼; ଫ୍ରୁଟି ଦେବାରୁ ଫେରାଇଲା, ଦେଖନ୍ତୁ ଭିଡିଓ
ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଅନେକ ପର୍ଯ୍ୟଟନସ୍ଥଳରେ ମାଙ୍କଡ଼ମାନଙ୍କର ମିଠା ମିଠା ହରକତ ଦେଖିଥିବେ ନିଶ୍ଚୟ। କାହାଠୁ ଫଳ ତ ଆଉ କାହାଠୁ ନଡିଆ ଛଡାଇ ନିଅନ୍ତି। ଏବେ କିନ୍ତୁ ମାଙ୍କଡ଼ ଆଇଫୋନ୍ ଛଡାଇ ନେଇଛି। ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାଙ୍କଡ଼ଟି ଜଣେ ଯୁବକଙ୍କ ଆଇଫୋନକୁ ଛଡାଇ ନେଇ ପାଚେରୀ ଉପରକୁ ପଳାଉଛି। ପାଚେରୀ ଉପରେ ଆଉ ଦୁଇ ମାଙ୍କଡ଼ ଏକାଠି ହୋଇ ବସି ରହୁଛନ୍ତି। ଏହି ସମୟରେ ଲୋକଙ୍କ ଗହଳି ହୋଇଯାଇଥିଲା। ଯୁବକ ଜଣକ ଅତି ଚତୁରତାର ସହ ଏକ ଫ୍ରୁଟି ପ୍ୟାକେଟକୁ ମାଙ୍କଡ଼ ନିକଟକୁ ଛାଟିଥିଲେ।