ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ…
ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ବଚ୍ଛତା ଅଭିଯାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି ନାଗପୁର ମୁନସିପାଲଟି କର୍ପୋରେସନର ସ୍ବଚ୍ଛ ଭାରତ ଅଭିଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ସେ ଗାନ୍ଧୀଙ୍କ ଆଦର୍ଶ ନେଇ ବାର୍ତ୍ତା ଦେଇଥିଲେ। ତେବେ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଯେଉଁମାନେ ପାନ ମସାଲା ଏବଂ ଗୁଟଖା ଖାଉଛନ୍ତି ଏବଂ ରାସ୍ତାରେ ଛେପ ପକାଉଛନ୍ତି ସେମାନଙ୍କ ଫଟୋ ଉଠାଇ ଖବରକାଗଜରେ ପ୍ରକାଶ କରାଯିବା […] The post ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ… appeared first on Dharitri Odia News.
ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ବଚ୍ଛତା ଅଭିଯାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି ନାଗପୁର ମୁନସିପାଲଟି କର୍ପୋରେସନର ସ୍ବଚ୍ଛ ଭାରତ ଅଭିଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ସେ ଗାନ୍ଧୀଙ୍କ ଆଦର୍ଶ ନେଇ ବାର୍ତ୍ତା ଦେଇଥିଲେ। ତେବେ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଯେଉଁମାନେ ପାନ ମସାଲା ଏବଂ ଗୁଟଖା ଖାଉଛନ୍ତି ଏବଂ ରାସ୍ତାରେ ଛେପ ପକାଉଛନ୍ତି ସେମାନଙ୍କ ଫଟୋ ଉଠାଇ ଖବରକାଗଜରେ ପ୍ରକାଶ କରାଯିବା ଉଚିତ।
ସେ ଆହୁରି କହିଛନ୍ତି, ଆମ ଦେଶର ଲୋକମାନେ ବହୁତ ଚତୁର ଅଟନ୍ତି। ଚକୋଲେଟ ଖାଇ ରାପରକୁ ରାସ୍ତାରେ ଫିଙ୍ଗି ଦିଅନ୍ତି। ଯେତେବେଳେ ସେହି ବ୍ୟକ୍ତି ବିଦେଶ ଯାଆନ୍ତି, ସେତେବେଳେ ସେ ନିଜ ପକେଟରେ ଚକୋଲେଟ ରାପର ରଖନ୍ତି ଏବଂ ସେଠାରେ ଭଲ ଆଚରଣ ପ୍ରଦର୍ଶନ କରନ୍ତି। କିନ୍ତୁ ଏଠାରେ ସେ ରାସ୍ତାରେ ଅଳିଆ ଫିଙ୍ଗନ୍ତି। ତେବେ ଲୋକଙ୍କୁ ମନାଇବା ପାଇଁ ଗଡକରୀ ନିଜର ଏକ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ ଆଜିକାଲି ଚକୋଲେଟ ଖାଉଛି, କିନ୍ତୁ ଘରକୁ ଯିବା ପରେ ଚକୋଲେଟ ରାପରକୁ ଫିଙ୍ଗିଦିଏ। ଏହାପୂର୍ବରୁ ଚକୋଲେଟ୍ ଖାଇ ମୋର କାରରେ ରାପର ଫିଙ୍ଗିବାର ଅଭ୍ୟାସ ରହିଥିଲା।
The post ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ… appeared first on Dharitri Odia News.