ଆଇଫୋନ୍‌ ନେଲା ହମାସ ମୁଖ୍ୟଙ୍କ ଜୀବନ! ବଢୁଛି ସନ୍ଦେହ

ଓ୍ବାଶିଂଟନ୍‌,୫ା୮: ଇରାନର ରାଜଧାନୀ ତେହେରାନରେ ହମାସ ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି ଏବଂ ପ୍ରତିଶୋଧ ନେବାକୁ ମଧ୍ୟ ଶପଥ ନେଇଛି। ଇରାନ କହିଛି ଯେ, ଶୋଇଥିବା ସମୟରେ ହାନିୟେଙ୍କ କୋଠରୀରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଆକ୍ରମଣ ନିକଟରୁ କରାଯାଇଥିଲା। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ସମାରୋହରେ ହମାସ ମୁଖ୍ୟ ହାନିୟେ ମଙ୍ଗଳବାର ତେହେରାନ ଯାଇଥିଲେ। ଏହି ସମୟ […] The post ଆଇଫୋନ୍‌ ନେଲା ହମାସ ମୁଖ୍ୟଙ୍କ ଜୀବନ! ବଢୁଛି ସନ୍ଦେହ appeared first on Dharitri Odia News.

ଆଇଫୋନ୍‌ ନେଲା ହମାସ ମୁଖ୍ୟଙ୍କ ଜୀବନ! ବଢୁଛି ସନ୍ଦେହ

ଓ୍ବାଶିଂଟନ୍‌,୫ା୮: ଇରାନର ରାଜଧାନୀ ତେହେରାନରେ ହମାସ ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି ଏବଂ ପ୍ରତିଶୋଧ ନେବାକୁ ମଧ୍ୟ ଶପଥ ନେଇଛି। ଇରାନ କହିଛି ଯେ, ଶୋଇଥିବା ସମୟରେ ହାନିୟେଙ୍କ କୋଠରୀରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଆକ୍ରମଣ ନିକଟରୁ କରାଯାଇଥିଲା।
ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ସମାରୋହରେ ହମାସ ମୁଖ୍ୟ ହାନିୟେ ମଙ୍ଗଳବାର ତେହେରାନ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଇରାନ ସେନାର ଏକ ଅତ୍ୟନ୍ତ ସୁରକ୍ଷିତ ଗେଷ୍ଟ ହାଉସରେ ରହିଥିଲେ, ଯେଉଁଠାରେ ତାଙ୍କୁ ଟାର୍ଗେଟ କରାଯାଇଥିଲା। କୁହାଯାଏ ଯେ ହାନିୟେ କେଉଁଠାରେ ରହିବେ ସେ ବିଷୟରେ କାହାରି ପାଖରେ କୌଣସି ସୂଚନା ନ ଥିଲା। ଏହା ସତ୍ତ୍ୱେ ଆକ୍ରମଣକାରୀଙ୍କ ହାନିଆ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଥିଲା।
ପ୍ରତିରକ୍ଷା ବିଶେଷଜ୍ଞ କାମାର ଆଗ କହିଛନ୍ତି ଯେ ଇସ୍ରାଏଲ ଇସମାଇଲ ହାନିୟେଙ୍କୁ ଦୀର୍ଘ ସମୟ ଧରି ଟ୍ରାକିଂ କରୁଥିଲା। ଆଗାଙ୍କ ଅନୁଯାୟୀ, ହାନିୟେଙ୍କର ଏକ ଆଇଫୋନ ଥିଲା ଯାହା ମାଧ୍ୟମରେ ଇସ୍ରାଏଲ ଟ୍ରାକିଂ କରୁଥିଲା। ଏହା ମାଧ୍ୟମରେ ଅଭିଯୁକ୍ତ ହାନିୟେଙ୍କୁ ଅତି ନିକଟରୁ ମାରିବାରେ ସଫଳ ହୋଇଥିଲେ।

The post ଆଇଫୋନ୍‌ ନେଲା ହମାସ ମୁଖ୍ୟଙ୍କ ଜୀବନ! ବଢୁଛି ସନ୍ଦେହ appeared first on Dharitri Odia News.