ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ
ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ ହୋଇଛି। ବିଷାକ୍ତ ଘୋଷିତ ଔଷଧ ମଧ୍ୟରେ ରହିଛି ରକ୍ତଚାପ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହୃତ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲର ଟେଲ୍ମା ଏଚ୍, ପିତ୍ତାଶୟ ପଥୁରୀ ଚିକିତ୍ସା ପାଇଁ ବ୍ୟବହୃତ ସନ୍ ଫାର୍ମାସ୍ୟୁଟିକାଲର ଓସ୍ରୋକଲ୍-୩୦୦, ଫୁସ୍ଫୁସୀୟ ଧମନୀ ଉଚ୍ଚ ରକ୍ତଚାପ ଚିକିତ୍ସାରେ ଲାଗୁଥିବା ପୁଲମୋସିଲ୍ ଇଞ୍ଜେକ୍ାନ ଏବଂ ଗ୍ୟାଷ୍ଟ୍ରିକ୍ ଚିକିତ୍ସା ପାଇଁ ପାଣ୍ଟୋସିଡ୍। […] The post ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ ହୋଇଛି। ବିଷାକ୍ତ ଘୋଷିତ ଔଷଧ ମଧ୍ୟରେ ରହିଛି ରକ୍ତଚାପ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହୃତ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲର ଟେଲ୍ମା ଏଚ୍, ପିତ୍ତାଶୟ ପଥୁରୀ ଚିକିତ୍ସା ପାଇଁ ବ୍ୟବହୃତ ସନ୍ ଫାର୍ମାସ୍ୟୁଟିକାଲର ଓସ୍ରୋକଲ୍-୩୦୦, ଫୁସ୍ଫୁସୀୟ ଧମନୀ ଉଚ୍ଚ ରକ୍ତଚାପ ଚିକିତ୍ସାରେ ଲାଗୁଥିବା ପୁଲମୋସିଲ୍ ଇଞ୍ଜେକ୍ାନ ଏବଂ ଗ୍ୟାଷ୍ଟ୍ରିକ୍ ଚିକିତ୍ସା ପାଇଁ ପାଣ୍ଟୋସିଡ୍। ବିଦେଶରେ କେତେକ ଭାରତୀୟ ଔଷଧ ମାନକ ପରୀକ୍ଷାରେ ଫେଲ୍ ମାରିବା ପରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ) ଏବଂ ରାଜ୍ୟ ଔଷଧ ନିୟନ୍ତ୍ରକ (ଏସ୍ଡିସି)ଗୁଡ଼ିକ ଗତ ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଔଷଧ କମ୍ପାନୀ ପରିସରରେ ଅନୁଧ୍ୟାନ କରିଥିଲେ। ୩୦୦ରୁ ଅଧିକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଉତ୍ପାଦନ ଅର୍ଡର ବନ୍ଦ କରିବା, ସ୍ଥଗିତ ରଖିବା, ଲାଇସେନ୍ସ ବାତିଲ ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ନିୟାମକ ଡେଟାବେସ୍ ଦ୍ୱାରା ପାଜିଭା-୪୦, ପାଣ୍ଟୋମେଡ୍-୪୦, ସେଫିକ୍ସାଇମ୍ ଓରାଲ ସସ୍ପେନ୍ଶନ ଆଇପି, ମକ୍ସିମେଡ୍ ସିଭି, ଫ୍ରୁସ୍ମାଇଡ୍ ଇଞ୍ଜେକ୍ଶନ ଆଇପି ୨୦ ଏମ୍ଜି, ନୋଡୋସିସ୍ ଟାବ୍ଲେଟ୍, ପାଣ୍ଟୋପ୍ରାଜୋଲ ଇଞ୍ଜେକ୍ଶନ, ବିଭି ୪୦ ଏମ୍ଜି ଉପଯୁକ୍ତ ମାନର ହୋଇ ନ ଥିବା ତାଲିକାରେ ରଖାଯାଇଥିଲା। ତେବେ ରଦ୍ଦ ହୋଇଥିବା ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ର ଔଷଧକୁ ସନ୍ ଫାର୍ମାସ୍ୟୁଟିକାଲ୍ସ ଏବଂ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ ଉତ୍ପାଦନ କରି ନ ଥିବା ଡିସିଜିଆଇକୁ ଜଣାଇଛନ୍ତି।
The post ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ appeared first on Dharitri Odia News.