ଅମନ ଜିତିଲେ ବ୍ରୋଞ୍ଜ୍
ପ୍ୟାରିସ୍, ୧୦ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ରେସ୍ଲର ଅମନ ସେରାଓ୍ବତ୍। ୫୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅମନ୍ ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ମ୍ୟାଚ୍ରେ ପୁଏର୍ଟାରିକୋର କ୍ରୁଜ ଡାରିଆନ୍ ଟୋଇଙ୍କୁ ୧୩-୫ରେ ପରାସ୍ତ କରିଛନ୍ତି। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ କୁସ୍ତିରୁ ଏହାର ପ୍ରଥମ ପଦକ ଜିତିବାରେ ସଫଳ ହୋଇଛି। ସେହିପରି ଅମନ (୨୧ ବର୍ଷ) ଅଲିମ୍ପିକ୍ସରେ ସର୍ବକନିଷ୍ଠ ପଦକ ବିଜେତା ହେବାର […] The post ଅମନ ଜିତିଲେ ବ୍ରୋଞ୍ଜ୍ appeared first on Dharitri Odia News.
ପ୍ୟାରିସ୍, ୧୦ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ରେସ୍ଲର ଅମନ ସେରାଓ୍ବତ୍। ୫୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅମନ୍ ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ମ୍ୟାଚ୍ରେ ପୁଏର୍ଟାରିକୋର କ୍ରୁଜ ଡାରିଆନ୍ ଟୋଇଙ୍କୁ ୧୩-୫ରେ ପରାସ୍ତ କରିଛନ୍ତି। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ କୁସ୍ତିରୁ ଏହାର ପ୍ରଥମ ପଦକ ଜିତିବାରେ ସଫଳ ହୋଇଛି। ସେହିପରି ଅମନ (୨୧ ବର୍ଷ) ଅଲିମ୍ପିକ୍ସରେ ସର୍ବକନିଷ୍ଠ ପଦକ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମରୁ ଅମନ ୨ ପଏଣ୍ଟର ଅଗ୍ରଣୀ ହାସଲ କରିଥିବା ବେଳେ କ୍ରୁଜ୍ ୩ ପଏଣ୍ଟ ହାସଲ କରିଥିଲେ। ତେବେ ଏହାପରେ ଅମନ ନିରନ୍ତର ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହ ୧୩-୫ରେ ବିଜୟ ହାସଲ କରିଥିଲେ। ଏହା ସହିତ ଶୁକ୍ରବାର ସୁଦ୍ଧା ଭାରତ ୧ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ମୋଟ ୬ ପଦକ ହାସଲ କରିଛି। ଗୁରୁବାର ୨୧ ବର୍ଷୀୟ ଅମନ ଦ୍ୱିତୀୟ ରାଉଣ୍ଡରେ ୨୦୨୨ର ବିଶ୍ୱ ଚାମ୍ପିୟନ ଆଲବାନିଆ ଜେଲିମଖାନ ଆବାକାରୋଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ନର୍ଥ ମାସେଡୋନିଆର ପୂର୍ବତନ ୟୁରୋପିଆନ ଚାମ୍ପିୟନ ଭ୍ଲାଡିମିର ଇଗୋରୋଭଙ୍କୁ ୧୦-୦ରେ ସହଜରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ତେବେ ସେମି ଫାଇନାଲରେ ଜାପାନର ହିଗୁଚି ରାଇଙ୍କ ନିକଟରୁ ପରାଜିତ ହେବା ସହ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ଖେଳିଥିଲେ। ଅଲିମ୍ପିକ୍ସ ରେସ୍ଲିଂରେ ଏହା ଭାରତର ସପ୍ତମ ପଦକ।
The post ଅମନ ଜିତିଲେ ବ୍ରୋଞ୍ଜ୍ appeared first on Dharitri Odia News.