ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ

କୋରାପୁଟ / ନାରାୟଣପାଟଣା,୨୫।୮(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ନାରାୟଣପାଟଣା ବସ୍‌ଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟ ବି. ଶିବାଜୀ। ୩ ଦିନ ମଧ୍ୟରେ ନାରାୟଣପାଟଣା ଅଞ୍ଚଳରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ବି. ଶିବାଜୀଙ୍କୁ ପ୍ରାୟ ୩ ଦିନ ତଳେ ଜର ହୋଇଥିଲା। ସେ ପାର୍ବତୀପୁରମ୍‌ ଯାଇ […] The post ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ appeared first on Dharitri Odia News.

ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ
କୋରାପୁଟ / ନାରାୟଣପାଟଣା,୨୫।୮(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ନାରାୟଣପାଟଣା ବସ୍‌ଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟ ବି. ଶିବାଜୀ। ୩ ଦିନ ମଧ୍ୟରେ ନାରାୟଣପାଟଣା ଅଞ୍ଚଳରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ ବି. ଶିବାଜୀଙ୍କୁ ପ୍ରାୟ ୩ ଦିନ ତଳେ ଜର ହୋଇଥିଲା। ସେ ପାର୍ବତୀପୁରମ୍‌ ଯାଇ ଟେଷ୍ଟ କରିବା ପରେ ଡେଙ୍ଗୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଔଷଧ ନେଇ ଘରକୁ ଆସିଥିଲେ। ଶନିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୁରୁତର ଅବସ୍ଥାରେ ସ୍ବତନ୍ତ୍ର ଗାଡ଼ିରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସକାଳେ ତାଙ୍କ ପେଟ୍‌ଲେଟ କମିଯିବାରୁ ବି. ଶିବାଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଗତ ୨୩ ତାରିଖରେ ବାଉରୀ ସାହିର ଏ .ସରସ୍ବତୀଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ଜିଲା ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର ଡାକ୍ତର ମୁକ୍ତିକାନ୍ତ ଖଟୁଆଙ୍କୁ ପଚାରିବାରୁ ଆନ୍ଧ୍ରରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଡେଙ୍ଗୁ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

The post ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ appeared first on Dharitri Odia News.