ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ
ବଲାଙ୍ଗିର, ୨୩।୦୫(ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଜିଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଆଜି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ରବି ଧାନ କିଣାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଜିଲାରେ ଚଳିତ ମେ ମାସ ୨୩ରୁ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ […] The post ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ appeared first on Dharitri Odia News.
ବଲାଙ୍ଗିର, ୨୩।୦୫(ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଜିଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଆଜି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ରବି ଧାନ କିଣାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଜିଲାରେ ଚଳିତ ମେ ମାସ ୨୩ରୁ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୦ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସମୁଦାୟ ୧୨୨ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ରବି ଧାନ କ୍ରୟ କରାଯିବ।
ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲାର ୧୧୬୫୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସମୁଦାୟ ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ ପ୍ରଥମ ପର୍ଯ୍ୟାୟରେ ଜିଲାକୁ ମିଳିଛି। ଝାଙ୍କରପାଲି ପେକ୍ସରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ , ସମବାୟ ସମିତି ଉପ ନିବନ୍ଧକ ପ୍ରମୋଦ ବରିହା ଙ୍କ ସମେତ ଯୋଗାଣ ,ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ।
The post ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ appeared first on Dharitri Odia News.