ଆଇପିଏଲ୍‌ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ୍‌ ଇନଷ୍ଟାଗ୍ରାମରେ ଏ ନେଇ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ସୁସ୍ଥ ହେବା ଲାଗି କରୁଥିବା ବ୍ୟାୟାମର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଫିଟ୍‌ ନଜର ଆସୁଥିଲେ ହେଁ ଚାଲିବାରେ ଅସୁବିଧା ହେଉଥିବା ଦେଖାଯାଉଛି। ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସୂର୍ଯ୍ୟକୁମାର ଏନ୍‌ସିଏରେ କଠୋର ପରିଶ୍ରମ କରୁଥିବା ଦେଖାଯାଉଛି। ସେ […] The post ଆଇପିଏଲ୍‌ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ୍‌ ଇନଷ୍ଟାଗ୍ରାମରେ ଏ ନେଇ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ସୁସ୍ଥ ହେବା ଲାଗି କରୁଥିବା ବ୍ୟାୟାମର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଫିଟ୍‌ ନଜର ଆସୁଥିଲେ ହେଁ ଚାଲିବାରେ ଅସୁବିଧା ହେଉଥିବା ଦେଖାଯାଉଛି।

ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସୂର୍ଯ୍ୟକୁମାର ଏନ୍‌ସିଏରେ କଠୋର ପରିଶ୍ରମ କରୁଥିବା ଦେଖାଯାଉଛି। ସେ ଦୌଡ଼ିବା ସହ ଜିମ୍‌ରେ ହାଲ୍‌କା ବ୍ୟାୟାମ କରୁଛନ୍ତି।

କହିରଖୁଛୁ, ଜାନୁଆରୀ ୧୭ରେ ସୂର୍ଯ୍ୟକୁମାର ଜର୍ମାନୀରେ ନିଜର ଅସ୍ତ୍ରୋପଚାର କରିଥିଲେ। ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳୁଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସମୟରେ ତାଙ୍କୁ ଆଘାତ ଲାଗିବା ପରେ ଏହା ତାଙ୍କର ଦ୍ୱିତୀୟ ସର୍ଜରୀ ଥିଲା।

The post ଆଇପିଏଲ୍‌ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର appeared first on Dharitri Odia News.