କାର୍‌ ଧୋଇଲେ ଦେବେ ଏତିକି ଟଙ୍କା ଜରିମାନା

ବେଙ୍ଗାଲୁରୁ,୮ା୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ଜଳସଙ୍କଟ ଦେଖାଦେଇଛି। ଏନେଇ ସରକାର ଶୁକ୍ରବାର ବେଙ୍ଗାଲୁରୁରେ  କାର୍‌ ଧୋଇବା, ବଗିଚା ଏବଂ ନିର୍ମାଣକାର୍ଯ୍ୟ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିୟମ ଉଲ୍ଲଂଘନ କଲେ କର୍ନାଟକ ଜଳ ଯୋଗାଣ ଏବଂ ସ୍ବେରେଜ ବୋର୍ଡ ୫୦୦୦ ଟଙ୍କା ଜୋରିମାନା କରିବାକୁ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁ ନଗର ପ୍ରଶାସନ ଗୁରୁବାର ଜଳ ପରିମାଣ ଏବଂ ବିତରଣ ଦୂରତାକୁ ଆଧାର କରି ଓ୍ବାଟର ଟ୍ୟାଙ୍କର୍‌ ପାଇଁ […] The post କାର୍‌ ଧୋଇଲେ ଦେବେ ଏତିକି ଟଙ୍କା ଜରିମାନା appeared first on Dharitri Odia News.

କାର୍‌ ଧୋଇଲେ ଦେବେ ଏତିକି ଟଙ୍କା ଜରିମାନା

ବେଙ୍ଗାଲୁରୁ,୮ା୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ଜଳସଙ୍କଟ ଦେଖାଦେଇଛି। ଏନେଇ ସରକାର ଶୁକ୍ରବାର ବେଙ୍ଗାଲୁରୁରେ  କାର୍‌ ଧୋଇବା, ବଗିଚା ଏବଂ ନିର୍ମାଣକାର୍ଯ୍ୟ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ନିୟମ ଉଲ୍ଲଂଘନ କଲେ କର୍ନାଟକ ଜଳ ଯୋଗାଣ ଏବଂ ସ୍ବେରେଜ ବୋର୍ଡ ୫୦୦୦ ଟଙ୍କା ଜୋରିମାନା କରିବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ବେଙ୍ଗାଲୁରୁ ନଗର ପ୍ରଶାସନ ଗୁରୁବାର ଜଳ ପରିମାଣ ଏବଂ ବିତରଣ ଦୂରତାକୁ ଆଧାର କରି ଓ୍ବାଟର ଟ୍ୟାଙ୍କର୍‌ ପାଇଁ ମୂଲ୍ୟ ଧାର୍ଯ୍ୟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।

ଗ୍ରୀଷ୍ମ ପ୍ରବାହ ଆରମ୍ଭ ପୂର୍ବରୁ ମଧ୍ୟ ସହର ପ୍ରବଳ ଜଳ ଅଭାବ ସହ ସଂଗ୍ରାମ କରୁଛି। ବିଗତ ମୌସୁମୀ ବର୍ଷାରେ କମ୍‌ ବୃଷ୍ଟିପାତ ହେତୁ ସହରର ଅଭାବରୁ ସହରର ୩୦୦୦ରୁ ଅଧିକ ବୋରଓ୍ବେଲ ମଧ୍ୟ ଶୁଖିଯାଇଛି।ଟେକ୍‌ ହବ୍‌ରେ ଆପାର୍ଟମେଣ୍ଟ କମ୍ପ୍ଲେକ୍ସଗୁଡ଼ିକ ମଧ୍ୟ ଜଳ ବ୍ୟବହାର ଉପରେ ନିୟମ ଲାଗୁ କରିବା ଆରମ୍ଭ କରି ଦେଇଛନ୍ତି।

The post କାର୍‌ ଧୋଇଲେ ଦେବେ ଏତିକି ଟଙ୍କା ଜରିମାନା appeared first on Dharitri Odia News.