ଆଇସିସି ଚାମ୍ପିଅନ୍ସ ଟ୍ରଫି; ରବିବାର ଲିଗ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା, ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ଟକ୍କର

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରବିବାର ଖେଳାଯିବ ଲିଗ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା । ଦୁବାଇରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିବାରୁ ଏହି ମ୍ୟାଚ୍ ସେତେଟା ଗୁରୁତ୍ବପୂର୍ଣ୍ଣ ହେବ ନାହିଁ । ମାତ୍ର ଗ୍ରୁପର ଶୀର୍ଷ ସ୍ଥାନରେ ରହିବାକୁ ସଂଘର୍ଷ କରିବେ ଦୁଇ ଟିମ୍ । ସେହିପରି ମ୍ୟାଚର ଫଳାଫଳରେ ସେମି ଫାଇନାଲ୍ ଲାଇନ୍-ଅପ୍ ମଧ୍ୟ ଚୂଡ଼ାନ୍ତ ହେବ । ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି  ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିସାରିଛନ୍ତି । ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି । ରବିବାର ମ୍ୟାଚ୍‌ ଉପରେ ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର କରୁଛି । ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ । ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଗ୍ରୁପ୍-ବିରୁ ଇଂଲଣ୍ଡ ଓ ଆଫଗାନିସ୍ତାନ ବିଦାୟ ନେଇଛନ୍ତି ।  ଆଫଗାନିସ୍ତାନ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ହେଁ ବର୍ଷା ଯୋଗୁଁ ଦଳର ସେମି ଫାଇନାଲ୍‌ ସ୍ୱପ୍ନ ମଉଳି ଯାଇଥିଲା ।  ଇଂଲଣ୍ଡ ୩ଟି ଯାକ ଲିଗ୍‌ ମ୍ୟାଚ୍

ଆଇସିସି ଚାମ୍ପିଅନ୍ସ ଟ୍ରଫି; ରବିବାର ଲିଗ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା, ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ଟକ୍କର

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରବିବାର ଖେଳାଯିବ ଲିଗ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା । ଦୁବାଇରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିବାରୁ ଏହି ମ୍ୟାଚ୍ ସେତେଟା ଗୁରୁତ୍ବପୂର୍ଣ୍ଣ ହେବ ନାହିଁ । ମାତ୍ର ଗ୍ରୁପର ଶୀର୍ଷ ସ୍ଥାନରେ ରହିବାକୁ ସଂଘର୍ଷ କରିବେ ଦୁଇ ଟିମ୍ । ସେହିପରି ମ୍ୟାଚର ଫଳାଫଳରେ ସେମି ଫାଇନାଲ୍ ଲାଇନ୍-ଅପ୍ ମଧ୍ୟ ଚୂଡ଼ାନ୍ତ ହେବ । 

ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି  ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିସାରିଛନ୍ତି । ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି । ରବିବାର ମ୍ୟାଚ୍‌ ଉପରେ ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର କରୁଛି । ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ । ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଗ୍ରୁପ୍-ବିରୁ ଇଂଲଣ୍ଡ ଓ ଆଫଗାନିସ୍ତାନ ବିଦାୟ ନେଇଛନ୍ତି ।  ଆଫଗାନିସ୍ତାନ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ହେଁ ବର୍ଷା ଯୋଗୁଁ ଦଳର ସେମି ଫାଇନାଲ୍‌ ସ୍ୱପ୍ନ ମଉଳି ଯାଇଥିଲା ।  ଇଂଲଣ୍ଡ ୩ଟି ଯାକ ଲିଗ୍‌ ମ୍ୟାଚ୍‌ ହାରିଥିଲା । 

ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ଇନିଂସ ଖେଳିଥିଲେ କୋହଲି । ସେ ଆଜି ସପ୍ତମ ଭାରତୀୟ ଭାବେ  ୩୦୦ତମ ଦିନିକିଆ ଖେଳିବେ । ଭାରତ  ଏହି ମ୍ୟାଚ୍‌ ପାଇଁ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ସେମି ଫାଇନାଲ୍‌ ପାଇଁ ସାଇତି ରଖିବା ପାଇଁ ଆସନ୍ତାକାଲି ବିଶ୍ରାମ ଦିଆଯିବ । ତାଙ୍କ ସ୍ଥାନରେ ଅର୍ଶଦୀପ  ସିଂହ ଖେଳିବେ । ସେହିପରି କେଏଲ  ରାହୁଲଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ  ଖେଳିବାକୁ ସୁଯୋଗ ମିଳିପାରେ । ନ୍ୟୁଜିଲାଣ୍ଡ ଦଳରେ ୪ଜଣ  ବାମ ହାତି ବ୍ୟାଟର ରହିଛନ୍ତି । ତେଣୁ ଭାରତ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ୱାସିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିବ । ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ପରିବର୍ତ୍ତନ ହେବ ।  ପ୍ରମୁଖ ମଧ୍ୟକ୍ରମ ବ୍ୟାଟର ଡାରିଲ ମିଚେଲ ଫିଟ୍‌  ଘୋଷିତ ହୋଇଛନ୍ତି । ଫଳରେ ସେ ଆଜି  ଏକାଦଶକୁ ଫେରିବେ ।  

ଭାରତ ୨୫ବର୍ଷ ତଳ ପରାଜୟର  ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ  ଟ୍ରଫିରେ ଉଭୟ ଦଳ ପୂର୍ବରୁ ଥରେ ମାତ୍ର ସାମ୍ନାସାମ୍ନି ହୋଇଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ କ୍ରିସ୍ କେର୍ଣ୍ଣସ  ଅପରାଜିତ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ ।