ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ
ଦୁବାଇ, ୯।୩: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରି ନେଇଥିଲା। ଏହା ପୂର୍ବରୁ ଭାରତ ୨୦୦୨ ଓ […] The post ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ appeared first on Dharitri Odia News.
ଦୁବାଇ, ୯।୩: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରି ନେଇଥିଲା।
ଏହା ପୂର୍ବରୁ ଭାରତ ୨୦୦୨ ଓ ୨୦୧୩ରେ ଚାମ୍ପିୟନ ହୋଇଥିଲା। ଏଥର ଚାମ୍ପିୟନ ହୋଇ ତୃତୀୟ ଥର ଟାଇଟଲ ହାସଲ କରିବା ସହ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ହେବାର ରେକର୍ଡ କରିଛି। ଅନ୍ୟପକ୍ଷରେ ୨୦୦୦ରେ ଚାମ୍ପିୟନ ନ୍ୟୁଜିଲାଣ୍ଡ ୨୦୦୯ ଭଳି ଏଥର ମଧ୍ୟ ରନରଅପ୍ରେ ସନ୍ତୁଷ୍ଟ ହୋଇଛି। ଭାରତ ୨୦୦୦ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏଥର ସମାନ ପ୍ରତିଦ୍ୱନ୍ଦ୍ୱୀକୁ ହରାଇ ସେହି ପରାଜୟର ମଧୁର ପ୍ରତିଶୋଧ ନେଇଛି।
The post ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ appeared first on Dharitri Odia News.