ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଖେଳିବାକୁ ପାକିସ୍ତାନ ଯିବନି ଭାରତ: ପିସିବିକୁ ସୂଚନା ଦେଲା ଆଇସିସି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତୀୟ କ୍ରିକେଟ୍ ଟିମ। ଏନେଇ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସୂଚନା ଦେଇଛି। ଏକ ଅଫିସିଆଲ ମେଲ୍ ଦେଇ ଆଇସିସି ପିସିବିକୁ ଏହି ସୂଚନା ଦେଇଥିବା ସୂଚନା ମିଳିଛି। ଆଇସିସି ଠାରୁ ଏହି ସୂଚନା ମିଳିବା ପରେ ପିସିବି ଏହି ମେଲ୍‌କୁ ପାକିସ୍ତାନ ସରକାରଙ୍କ ପାଖକୁ ଫରୱାର୍ଡ କରିଛି। ପାକିସ୍ତାନ ସରକାର ଯେଉଁ ନିଷ୍ପତ୍ତି ନେବେ ପିସିବି ସେହି ପଦକ୍ଷେପ ନେବ ବୋଲି କୁହାଯାଉଛି। ଭାରତୀୟ ଟିମ୍ ପାକିସ୍ତାନ ନ ଯିବା ନେଇ ଖବର ପ୍ରକଶ ପାଇବା ପରେ ପିସିବି ମୁଖ୍ୟ ମୋହସିନ ନକବୀ ବିସିସିଆଇ ଠାରୁ ଏକ ଲଖିତ ଉତ୍ତର ମାଗିଥିଲେ। ଏହାପରେ ଖେଳ କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ବିସିସିଆଇ ଆଇସିସିକୁ ଏ ବିଷୟରେ ଲିଖିତ ଭାବେ ଜଣାଇଥିଲା।  ଏବେ ଆଇସିସି ଠାରୁ ଇ-ମେଲ ମିଳିବା ପରେ ପିସିବି ପ୍ରବକ୍ତା ସୂଚନା ଦେଇ କହିଛନ୍ତି “ପିସିବି ଆଇସିସ ଠାରୁ ଏକ ଇ-ମେଲ ପାଇଛି। ଯେଉଁଥିରେ କୁହାଯାଇଛି ଯେ ବିସିସଆଇ ଆଇସିସି ଚାମ୍ପିୟନ ଟ୍ରଫି ୨୦୨୫ ଖେଳିବାକୁ ପାକିସ୍ତାନ ଆସିପାରିବ ନାହିଁ। ପରବର୍ତ୍ତି ନିର୍ଦ୍ଦେଶ ଓ ପରାମର୍ଶ ପାଇଁ ପିସିବି ଏହି ମେଲ୍‌କୁ ପାକିସ୍ତାନ ସରକାରଙ୍କୁ ଫରୱାର୍ଡ କରିଛି।” ଦୀର୍ଘ ୮ ପର୍ଷ ପରେ ପାକିସ୍ତାନ ଚାମ୍ପିୟନ ଟ୍ରଫିର ଆୟୋଜନ କରୁଛି। ଏଥିରେ ଶୀର୍ଷ ୮ଟି ଟିମ୍ ପ୍ରତିଯୋଗୀତା କରିବେ। ତେଣୁ ପିସିବି ମୁଖ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଖେଳିବାକୁ ପାକିସ୍ତାନ ଯିବନି ଭାରତ: ପିସିବିକୁ ସୂଚନା ଦେଲା ଆଇସିସି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତୀୟ କ୍ରିକେଟ୍ ଟିମ। ଏନେଇ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସୂଚନା ଦେଇଛି। ଏକ ଅଫିସିଆଲ ମେଲ୍ ଦେଇ ଆଇସିସି ପିସିବିକୁ ଏହି ସୂଚନା ଦେଇଥିବା ସୂଚନା ମିଳିଛି। ଆଇସିସି ଠାରୁ ଏହି ସୂଚନା ମିଳିବା ପରେ ପିସିବି ଏହି ମେଲ୍‌କୁ ପାକିସ୍ତାନ ସରକାରଙ୍କ ପାଖକୁ ଫରୱାର୍ଡ କରିଛି। ପାକିସ୍ତାନ ସରକାର ଯେଉଁ ନିଷ୍ପତ୍ତି ନେବେ ପିସିବି ସେହି ପଦକ୍ଷେପ ନେବ ବୋଲି କୁହାଯାଉଛି। 

ଭାରତୀୟ ଟିମ୍ ପାକିସ୍ତାନ ନ ଯିବା ନେଇ ଖବର ପ୍ରକଶ ପାଇବା ପରେ ପିସିବି ମୁଖ୍ୟ ମୋହସିନ ନକବୀ ବିସିସିଆଇ ଠାରୁ ଏକ ଲଖିତ ଉତ୍ତର ମାଗିଥିଲେ। ଏହାପରେ ଖେଳ କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ବିସିସିଆଇ ଆଇସିସିକୁ ଏ ବିଷୟରେ ଲିଖିତ ଭାବେ ଜଣାଇଥିଲା।  

ଏବେ ଆଇସିସି ଠାରୁ ଇ-ମେଲ ମିଳିବା ପରେ ପିସିବି ପ୍ରବକ୍ତା ସୂଚନା ଦେଇ କହିଛନ୍ତି “ପିସିବି ଆଇସିସ ଠାରୁ ଏକ ଇ-ମେଲ ପାଇଛି। ଯେଉଁଥିରେ କୁହାଯାଇଛି ଯେ ବିସିସଆଇ ଆଇସିସି ଚାମ୍ପିୟନ ଟ୍ରଫି ୨୦୨୫ ଖେଳିବାକୁ ପାକିସ୍ତାନ ଆସିପାରିବ ନାହିଁ। ପରବର୍ତ୍ତି ନିର୍ଦ୍ଦେଶ ଓ ପରାମର୍ଶ ପାଇଁ ପିସିବି ଏହି ମେଲ୍‌କୁ ପାକିସ୍ତାନ ସରକାରଙ୍କୁ ଫରୱାର୍ଡ କରିଛି।” 

ଦୀର୍ଘ ୮ ପର୍ଷ ପରେ ପାକିସ୍ତାନ ଚାମ୍ପିୟନ ଟ୍ରଫିର ଆୟୋଜନ କରୁଛି। ଏଥିରେ ଶୀର୍ଷ ୮ଟି ଟିମ୍ ପ୍ରତିଯୋଗୀତା କରିବେ। ତେଣୁ ପିସିବି ମୁଖ୍ୟ ଭାରତର ପାକିସ୍ତାନ ଗସ୍ତକୁ ଜୋର୍ ଦେଉଛନ୍ତି। ଭାରତକୁ ଆଣିବାକୁ ପାକିସ୍ତାନ ଯଥା ସାଧ୍ୟ ଚାପ ପକାଇବାକୁ ଚେଷ୍ଟା କରୁଛି।