ଆଇସିସିର ମାସିକ ପୁରସ୍କାର, ଡିସେମ୍ବରରେ ବୁମ୍‌ରା ଶ୍ରେଷ୍ଠ ଖେଳାଳି

ମୁମ୍ବାଇ ୧୫।୦୧ : ବୁମ୍‌.. ବୁମ୍‌ ...ବୁମ୍‌ରା । ବୁମ୍‌ରା ବେଷ୍ଟ । ଜଶପ୍ରୀତ୍‌ ବୁମ୍‌ରା ଶ୍ରେଷ୍ଠ ପୁରୁଷ ଖେଳାଳି । ଡିସେମ୍ବର ମାସ ପାଇଁ ଜଶପ୍ରୀତ୍‌ ବୁମ୍‌ରା ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି । ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ଟିମ୍‌ ଇଣ୍ଡିଆର ତାରକା ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମରା ଗତ ଡିସେମ୍ବର ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ଆଇସିସି ପୁରସ୍କାର ପାଇଛନ୍ତି । ସେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ଏବଂ ଦକ୍ଷିଣ ଆଫ୍ରିକାର ଡାନ୍‌ ପାଟରସନ୍‌ଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇଛନ୍ତି । ଗତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ତାଙ୍କ ବୋଲିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କାର ଲାଗି ଚୟନ କରାଯାଇଛି । ବୁମରା ଡିସେମ୍ବର ମାସରେ ୩ଟି ଟେଷ୍ଟ ଖେଳି ୧୪.୨୨ ଆଭରେଜ୍‌ରେ ମୋଟ ୩୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ବ୍ରିସବେନ  ଓ ମେଲବର୍ଣ୍ଣ ଟେଷ୍ଟରେ ୯ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ସେ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ ହୋଇଥିଲେ। ଏହି ସିରିଜରେ ସେ ସବୁ ମ୍ୟାଚ୍‌ରେ ଏକାକୀ ଲଢ଼େଇ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍‌ରେ ୨୦୦ ୱିକେଟ୍‌ ପୂରଣ କରିଥିଲେ। ବଲ୍‌ ଅନୁସାରେ ସେ ୨୦୦ ୱିକେଟ୍‌ ପୂରଣରେ ଚତୁର୍ଥ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ ।ସୂଚନାଯୋଗ୍ୟ ଯେ

ଆଇସିସିର ମାସିକ ପୁରସ୍କାର, ଡିସେମ୍ବରରେ ବୁମ୍‌ରା ଶ୍ରେଷ୍ଠ ଖେଳାଳି

ମୁମ୍ବାଇ ୧୫।୦୧ : ବୁମ୍‌.. ବୁମ୍‌ ...ବୁମ୍‌ରା । ବୁମ୍‌ରା ବେଷ୍ଟ । ଜଶପ୍ରୀତ୍‌ ବୁମ୍‌ରା ଶ୍ରେଷ୍ଠ ପୁରୁଷ ଖେଳାଳି । ଡିସେମ୍ବର ମାସ ପାଇଁ ଜଶପ୍ରୀତ୍‌ ବୁମ୍‌ରା ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି । ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । 

ଟିମ୍‌ ଇଣ୍ଡିଆର ତାରକା ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମରା ଗତ ଡିସେମ୍ବର ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ଆଇସିସି ପୁରସ୍କାର ପାଇଛନ୍ତି । ସେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ଏବଂ ଦକ୍ଷିଣ ଆଫ୍ରିକାର ଡାନ୍‌ ପାଟରସନ୍‌ଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇଛନ୍ତି । ଗତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ତାଙ୍କ ବୋଲିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କାର ଲାଗି ଚୟନ କରାଯାଇଛି । 

ବୁମରା ଡିସେମ୍ବର ମାସରେ ୩ଟି ଟେଷ୍ଟ ଖେଳି ୧୪.୨୨ ଆଭରେଜ୍‌ରେ ମୋଟ ୩୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ବ୍ରିସବେନ  ଓ ମେଲବର୍ଣ୍ଣ ଟେଷ୍ଟରେ ୯ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ସେ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ ହୋଇଥିଲେ। ଏହି ସିରିଜରେ ସେ ସବୁ ମ୍ୟାଚ୍‌ରେ ଏକାକୀ ଲଢ଼େଇ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍‌ରେ ୨୦୦ ୱିକେଟ୍‌ ପୂରଣ କରିଥିଲେ। ବଲ୍‌ ଅନୁସାରେ ସେ ୨୦୦ ୱିକେଟ୍‌ ପୂରଣରେ ଚତୁର୍ଥ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ବୁମ୍‌ରା ୪୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୨୦୫ଟି ଓ୍ୱିକେଟ୍ ନେଇଛନ୍ତି । ବାକି ୮୯ ଦିନିକିଆ ମ୍ୟାଚ୍‌ ଖେଳି ୧୪୯ଟି ଓ୍ୱିକେଟ୍‌ ନେଇଛନ୍ତି । ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୧୯ ରନ୍‌ ଦେଇ ୬ ଓ୍ୱିକେଟ୍‌ । ସେହିପରି ୭୦ ଟି-୨୦ ମ୍ୟାଚ୍‌ ଖେଳି ୮୯ଟି ଓ୍ୱିକେଟ୍‌ ଅକ୍ତିଆର୍‌ କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ୭ରନ୍‌ ଦେଇ ୩ଟି ଓ୍ୱିକେଟ୍ ନେବା । 

ଚାମ୍ପିଅନ୍ସ ଟ୍ରଫି ରଣଜୀ ଖେଳିବେ ରୋହିତ, କ୍ୟାପଟେନ୍ ରାହାଣେଙ୍କ ସହ ଦେଖାଇଲେ ଦମ୍