ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ କଠୋର ହେଲା ଆମେରିକା, ୪ କମ୍ପାନୀ ଉପରେ ଲଗାଇଲା ବ୍ୟାନ୍‌

ନୂଆଦିଲ୍ଲୀ ୨୦।୧୨: ପାକିସ୍ତାନକୁ ଝଟକା ଦେଲା ଆମେରିକା । ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ ଆମେରିକା ହେଲା କଠୋର । ଗୋଟିଏ ଦିନ ପୂର୍ବରୁ ୪ଟି କମ୍ପାନୀ ଉପରେ ଲଗାଇଲା ପ୍ରତିବନ୍ଧକ । ଯାହା ପାକିସ୍ତାନ ପାଇଁ ବଡ ସୃଷ୍ଟି କରିପାରେ ବଡ ଅସୁବିଧା । ହ୍ବାଇଟ୍‌ ହାଉସ୍‌ ତରଫରୁ କୁହାଯାଇଛି ଯେ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୋଗ୍ରାମରେ ପାକିସ୍ତାନର କ୍ଷମତା ଦକ୍ଷିଣ ଏସିଆର ବାହାରେ ଆମେରିକା ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ହୋଇଯିବ । ହ୍ବାଇଟ୍‌ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନର ଏହି କାର୍ଯ୍ୟକଳାପ ଆମେରିକା ପାଇଁ ବିପଦ ହୋଇପାରେ । ଆମେରିକା ଚାରିଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଆସିଛି। ବାସ୍ତବରେ ଆମେରିକା ପାକିସ୍ତାନର ସରକାରୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି) ସମେତ ୪ଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମକୁ ସହଯୋଗ କରିବା ପାଇଁ ଲଗାଯାଇଛି ପ୍ରତିବନ୍ଧକ । ଏହି କମ୍ପାନୀ କରାଚିର । NDC ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମ୍ ସହ ସାମିଲ । ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଜନ୍ ଫିନର୍ ଏକ ଥିଙ୍କ ଟ୍ୟାଙ୍କକୁ କହିଛନ୍ତି ଯେ ଦୂରଗାମୀ କ୍ଷେପଣାସ୍ତ୍ର

ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ କଠୋର ହେଲା ଆମେରିକା, ୪ କମ୍ପାନୀ ଉପରେ ଲଗାଇଲା ବ୍ୟାନ୍‌

ନୂଆଦିଲ୍ଲୀ ୨୦।୧୨: ପାକିସ୍ତାନକୁ ଝଟକା ଦେଲା ଆମେରିକା । ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ ଆମେରିକା ହେଲା କଠୋର । ଗୋଟିଏ ଦିନ ପୂର୍ବରୁ ୪ଟି କମ୍ପାନୀ ଉପରେ ଲଗାଇଲା ପ୍ରତିବନ୍ଧକ । ଯାହା ପାକିସ୍ତାନ ପାଇଁ ବଡ ସୃଷ୍ଟି କରିପାରେ ବଡ ଅସୁବିଧା । ହ୍ବାଇଟ୍‌ ହାଉସ୍‌ ତରଫରୁ କୁହାଯାଇଛି ଯେ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୋଗ୍ରାମରେ ପାକିସ୍ତାନର କ୍ଷମତା ଦକ୍ଷିଣ ଏସିଆର ବାହାରେ ଆମେରିକା ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ହୋଇଯିବ । 

ହ୍ବାଇଟ୍‌ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନର ଏହି କାର୍ଯ୍ୟକଳାପ ଆମେରିକା ପାଇଁ ବିପଦ ହୋଇପାରେ । ଆମେରିକା ଚାରିଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଆସିଛି। ବାସ୍ତବରେ ଆମେରିକା ପାକିସ୍ତାନର ସରକାରୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି) ସମେତ ୪ଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମକୁ ସହଯୋଗ କରିବା ପାଇଁ ଲଗାଯାଇଛି ପ୍ରତିବନ୍ଧକ । ଏହି କମ୍ପାନୀ କରାଚିର । NDC ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମ୍ ସହ ସାମିଲ । 

ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଜନ୍ ଫିନର୍ ଏକ ଥିଙ୍କ ଟ୍ୟାଙ୍କକୁ କହିଛନ୍ତି ଯେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ପାଇଁ ବାଇଡେନ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଗତବର୍ଷ ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମକୁ ସହଯୋଗ କରିବା ପାଇଁ ଆମେ ଅଣପାକିସ୍ତାନୀ ୟୁନିଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲୁ।

ସେ କହିଛନ୍ତି ଯେ ପାକିସ୍ତାନର ସରକାରୀ କମ୍ପାନୀ ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ ବିରୋଧରେ ସିଧାସଳଖ ପ୍ରତିବନ୍ଧକ ଲଗାଇଛୁ । ଏହି କମ୍ପାନୀ ପାକିସ୍ତାନର ଦୂର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍ପାଦନ ଏବଂ ବିକାଶରେ ସିଧାସଳଖ ଜଡିତ ଥିଲା। ପ୍ରଥମଥର ପାଇଁ ଆମେ ପାକିସ୍ତାନର ଏକ ସରକାରୀ କମ୍ପାନୀ ଉପରେ ଲଗାଇଛୁ ପ୍ରତିବନ୍ଧକ । ଫିନର ଆହୁରି କହିଛନ୍ତି ଯେ ଆମେ ପାକିସ୍ତାନର ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଚାପ ଜାରି ରଖିବୁ। ଆମର ସମସ୍ୟାର ସମାଧାନ ପାଇଁ ଆମେ କୂଟନୈତିକ ସମାଧାନ ମଧ୍ୟ ଅନୁସନ୍ଧାନ ଜାରି ରଖିବୁ ।