ଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତ
ଦେବଗଡ଼,୧୯।୧୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାଙ୍କୁ ରବିବାର ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଅପହରଣ ଘଟଣା ଜିଲାରେ ପ୍ରଥମ। ସୂଚନା ଅନୁଯାୟୀ, ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତୁଣି ସନ୍ଧ୍ୟାରେ ପଡ଼ୋଶୀ ଘରୁ ଟ୍ୟୁସନ ସାରି ନିଜ ଆଈଙ୍କ ସହିତ ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୩୦୦ ମିଟର ଦୂରରେ ଏକ କଳା ରଙ୍ଗର ପଲସର ବାଇକ୍ରେ […] The post ଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତ appeared first on Dharitri Odia News.
ଦେବଗଡ଼,୧୯।୧୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାଙ୍କୁ ରବିବାର ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଅପହରଣ ଘଟଣା ଜିଲାରେ ପ୍ରଥମ।
ସୂଚନା ଅନୁଯାୟୀ, ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତୁଣି ସନ୍ଧ୍ୟାରେ ପଡ଼ୋଶୀ ଘରୁ ଟ୍ୟୁସନ ସାରି ନିଜ ଆଈଙ୍କ ସହିତ ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୩୦୦ ମିଟର ଦୂରରେ ଏକ କଳା ରଙ୍ଗର ପଲସର ବାଇକ୍ରେ ଆସିଥିବା ମୁଖା ପିନ୍ଧିଥିବା ୨ ଦୁର୍ବୃତ୍ତ ଆଈଙ୍କୁ ଧକ୍କା ମାରି ଶିଶୁଟିକୁ ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ବନ୍ଧୁ ପରିଜନ ଓ ପଡୋଶୀଙ୍କ ସହାୟତାରେ ଶିଶୁକୁ ଖୋଜୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଥାନା ଅଧିକାରୀ ସରୋଜ କୁମାର ସେଠୀ ନିଜେ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକ ଏବଂ ପଡୋଶୀଙ୍କୁ ପଚରା ଉଚରା କରିଛନ୍ତି। ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାସହ ଥାନାରେ ପହଞ୍ଚି ଅଧିକ ତଦାରଖ କରୁଛନ୍ତି।
The post ଆଈଙ୍କୁ ଧକ୍କା ଦେଇ ଶିଶୁ କନ୍ୟାଙ୍କୁ ଅପହରଣ କଲେ ଦୁର୍ବୃତ୍ତ appeared first on Dharitri Odia News.