ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି,୨୧।୮(ପ୍ରଶାନ୍ତ କୁମାର ବିଶ୍ବାଳ): ଫ୍ୟାକ୍ଟ୍ରିରୁ କାମ କରିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ମିତ୍ରପୁର ନିକଟ ଚଣ୍ଡୀପୁର ରାସ୍ତାରେ। ନୀଳଗିରି ଥାନା ଧୋବସିଳା ପଞ୍ଚାୟତ ସାରୁପାଳ ଅଞ୍ଚଳର ପ୍ରତାପ ଚନ୍ଦ୍ର ବାରିକଙ୍କ ପୁଅ ଅରୁଣ ବାରିକ ମଙ୍ଗଳବାର ରାତିରେ ବାଇକ ଯୋଗେ (ଇମାମୀ ପେପର ମିଲ) ଫ୍ୟାକ୍ଟ୍ରିକୁ କାମ କରିବା ପାଇଁ ଯାଉଥିବା ସମୟରେ ମିତ୍ରପୁର ନିକଟ ଚଣ୍ଡୀପୁର ଠାରେ ତିନି ଜଣ […] The post ଯୁବକଙ୍କୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି,୨୧।୮(ପ୍ରଶାନ୍ତ କୁମାର ବିଶ୍ବାଳ): ଫ୍ୟାକ୍ଟ୍ରିରୁ କାମ କରିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ମିତ୍ରପୁର ନିକଟ ଚଣ୍ଡୀପୁର ରାସ୍ତାରେ। ନୀଳଗିରି ଥାନା ଧୋବସିଳା ପଞ୍ଚାୟତ ସାରୁପାଳ ଅଞ୍ଚଳର ପ୍ରତାପ ଚନ୍ଦ୍ର ବାରିକଙ୍କ ପୁଅ ଅରୁଣ ବାରିକ ମଙ୍ଗଳବାର ରାତିରେ ବାଇକ ଯୋଗେ (ଇମାମୀ ପେପର ମିଲ) ଫ୍ୟାକ୍ଟ୍ରିକୁ କାମ କରିବା ପାଇଁ ଯାଉଥିବା ସମୟରେ ମିତ୍ରପୁର ନିକଟ ଚଣ୍ଡୀପୁର ଠାରେ ତିନି ଜଣ ଯୁବକ ଅରୁଣକୁ ଅଟକାଇ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆଖିବୁଜା ଆକ୍ରମଣ କରିଥିଲେ। ତବେ ଦୁର୍ବୃତ୍ତମାନେ ଅରୁଣଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରୁଥିବା ବେଳେ ସେ ବୁଲି ପଡିବାରୁ ତାଙ୍କ କାନ୍ଧ ଓ ପେଟରେ ଗଭୀର ଆଘାତ ସହ ହାତ ଦେଖାଇବାରୁ ବୁଢା ଆଙ୍ଗୁଳି ଛିଣ୍ଡି ଯାଇଥିବା ଜଣାପଡିଛି।
ଘଟଣାସ୍ଥଳରୁ ତାଙ୍କ ପଲସର ବାଇକଟିକୁ ଛଡାଇ ନେଇଛନ୍ତି। ପାଖ ଲୋକେ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଗୁରୁତ୍ବର ଅରୁଣଙ୍କୁ ପ୍ରଥମେ ନୀଳଗିରି ମେଡିକାଲ ଓ ପରେ ବାଲେଶ୍ବର ନେଇ ଚିକିତ୍ସା କରୁଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଛି ନା ଛିନତାଇ ପାଇଁ ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ନୀଳଗିରି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ଏକ ମାମଲା ନଂ ୨୬୭/୨୪ ରୁଜୁ କରି ତଦନ୍ତକୁ ଜୋରଦାର କରିଛି।

 

The post ଯୁବକଙ୍କୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.