ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ହେବ ଅଧରପଣା ନୀତି
ପୁରୀ,୭ା୭: ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଅଧର ପଣା ତିଆରି ପାଇଁ ତୁମ୍ଭାକାର ହାଣ୍ଡି ମଧ୍ୟ ଆସିଯାଇଛି। ଏପରିକି ଦିବ୍ୟ କୂଅରୁ ପାଣି ଆଣିବା ଆରମ୍ଭ ହୋଇଗଲାଣି। ଦିବ୍ୟ କୂଅ ପାଣିରେ ତିଆରି ହେବ ଅଧର ପଣା। ପଣା ପାଇ ତୃପ୍ତି ଲଭିବେ ଚଣ୍ଡିଚାମୁଣ୍ଡା ଓ ଅଶରୀ। ଅଧରପଣା ନୀତିରେ ୯ ଅଧର ହାଣ୍ଡି ଭାଙ୍ଗିବା ପରମ୍ପରା ରହିଛି। ଅଧରପଣା ନୀତି ଆରମ୍ଭ ହୋଇ ରାତି ୮ଟା ୩୦ରେ […] The post ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ହେବ ଅଧରପଣା ନୀତି appeared first on Dharitri Odia News.
ପୁରୀ,୭ା୭: ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଅଧର ପଣା ତିଆରି ପାଇଁ ତୁମ୍ଭାକାର ହାଣ୍ଡି ମଧ୍ୟ ଆସିଯାଇଛି। ଏପରିକି ଦିବ୍ୟ କୂଅରୁ ପାଣି ଆଣିବା ଆରମ୍ଭ ହୋଇଗଲାଣି। ଦିବ୍ୟ କୂଅ ପାଣିରେ ତିଆରି ହେବ ଅଧର ପଣା। ପଣା ପାଇ ତୃପ୍ତି ଲଭିବେ ଚଣ୍ଡିଚାମୁଣ୍ଡା ଓ ଅଶରୀ। ଅଧରପଣା ନୀତିରେ ୯ ଅଧର ହାଣ୍ଡି ଭାଙ୍ଗିବା ପରମ୍ପରା ରହିଛି।
ଅଧରପଣା ନୀତି ଆରମ୍ଭ ହୋଇ ରାତି ୮ଟା ୩୦ରେ ଶେଷ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ତେବେ ମଧ୍ୟ ରାତ୍ର ୨ଟାରେ ଶ୍ରୀଜିଉଙ୍କ ରାତ୍ର ପହୁଡ଼ ପଡ଼ିବ। ସେହିପରି ଆସନ୍ତାକାଲି କାଲି ମହାବାହୁ ନୀଳାଦ୍ରି ବିଜେ କରିବେ।
ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ଏକାଦଶୀ ତିଥିରେ ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଇଥିଲେ। ଭକ୍ତମାନେ ଦାରୁବିଗ୍ରହଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଥିଲେ। ଶ୍ରୀବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଝଟକିଥିଲେ। ବିଶ୍ୱନିୟନ୍ତାଙ୍କ ଏହି ଅନନ୍ୟ ବେଶକୁ ସୁନାବେଶ, ରାଜରାଜେଶ୍ୱର ଓ ବଡ଼ତଢ଼ାଉ ବେଶ ବୋଲି କୁହାଯାଏ।
ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ଡ୍ରୋନ ଏବଂ ଏଆଇ କ୍ୟାମେରା ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥା ପରିଚାଳନା କରାଯାଉଛି।
The post ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ହେବ ଅଧରପଣା ନୀତି appeared first on Dharitri Odia News.