ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି
ନୂଆଦିଲ୍ଲୀ,୧।୪: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ, ପ୍ରଶ୍ନ ସେ କହିଛନ୍ତିନ୍ ଏହା ଶତପ୍ରତିଶତ ସମ୍ଭବ। ଏକ ସାକ୍ଷାତକାରରେ ନିତିନ ଗଡକରୀ କହିଛନ୍ତି, ଏହା ମୋର ଲକ୍ଷ୍ୟଏହା କରିବା କଷ୍ଟକର କିନ୍ତୁ ଏହା ଅସମ୍ଭବ ନୁହେଁ। ଇନ୍ଧନ ଆମଦାନୀ ପାଇଁ ଭାରତ ବାର୍ଷିକ […] The post ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି appeared first on Dharitri Odia News.
ନୂଆଦିଲ୍ଲୀ,୧।୪: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ, ପ୍ରଶ୍ନ ସେ କହିଛନ୍ତିନ୍ ଏହା ଶତପ୍ରତିଶତ ସମ୍ଭବ।
ଏକ ସାକ୍ଷାତକାରରେ ନିତିନ ଗଡକରୀ କହିଛନ୍ତି, ଏହା ମୋର ଲକ୍ଷ୍ୟଏହା କରିବା କଷ୍ଟକର କିନ୍ତୁ ଏହା ଅସମ୍ଭବ ନୁହେଁ। ଇନ୍ଧନ ଆମଦାନୀ ପାଇଁ ଭାରତ ବାର୍ଷିକ ୧୬ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଯଦି ଏହି ଅର୍ଥ ସଞ୍ଚୟ ହୁଏ, ତେବେ ଏହା କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବ, ଦେଶର ଗ୍ରାମରେ ସମୃଦ୍ଧ ହେବ ଏବଂ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦିଆଯିବ। ଦେଶର ସଡ଼କରୁ ପେଟ୍ରୋଲ ଏବଂ ଡିଜେଲ କାରକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ସଡକ ପରିବହନ ମନ୍ତ୍ରୀ ସମୟସୀମା ଦେବାକୁ ମନା କରି ଦେଇଛନ୍ତି।
ନିତିନ ଗଡକରୀ କହିଛନ୍ତି, ହାଇବ୍ରିଡ ଯାନରେ ଜିଏସ୍ଟି ୫ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଥିବାବେଳେ ଫ୍ଲେକ୍ସ ଇଞ୍ଜିନରେ ଜିଏସ୍ଟିକୁ ୧୨ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି। ସେ ଏହି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଛି ଏବଂ ମନ୍ତ୍ରଣାଳୟ ଏହାକୁ ବିଚାର କରୁଛି। ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଇନ୍ଧନ ଆମଦାନୀ ଦୂର ହୋଇପାରିବ।
ସଡକ ପରିବହନ ମନ୍ତ୍ରୀ କହିଛନ୍ତି, ସେ ୨୦୦୪ ଠାରୁ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ଦିଗରେ ଏକ ବଡ ପରିବର୍ତ୍ତନ ଦେଖାଯିବ ବୋଲି ଆଶା ପ୍ରକଟ କରିଛନ୍ତି। ଏହି ପରିବର୍ତ୍ତନର ତାରିଖ ଏବଂ ବର୍ଷ କହିବା ଅତ୍ୟନ୍ତ କଷ୍ଟକର। ଏହା ନିଶ୍ଚିତ କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ।
The post ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି appeared first on Dharitri Odia News.