ଆଉ ଦରକାର ପଡ଼ିବନି ଆଧାରକାର୍ଡ; କ୍ୟୁଆର କୋଡ୍ ସ୍କାନରେ ହେବ ସବୁ କାମ

ସରକାର ଏକ ନୂତନ ଆଧାର ଆପ୍ ଲଞ୍ଚ କରିଛନ୍ତି। ଏହା ସହିତ, ବ୍ୟବହାରକାରୀଙ୍କୁ ସେମାନଙ୍କର ଆଧାର ସମ୍ପର୍କିତ ସୂଚନା ଯାଞ୍ଚ କରିବା ପାଇଁ କୌଣସି ଭୌତିକ କାର୍ଡ କିମ୍ବା ଫଟୋ କପିର ଆବଶ୍ୟକତା ପଡ଼ିବ ନାହିଁ। ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନୂଆ ‘ଆଧାର ଫେସ୍‌ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି। ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍‌ […] The post ଆଉ ଦରକାର ପଡ଼ିବନି ଆଧାରକାର୍ଡ; କ୍ୟୁଆର କୋଡ୍ ସ୍କାନରେ ହେବ ସବୁ କାମ appeared first on Odisha.News.

ଆଉ ଦରକାର ପଡ଼ିବନି ଆଧାରକାର୍ଡ; କ୍ୟୁଆର କୋଡ୍ ସ୍କାନରେ ହେବ ସବୁ କାମ

ସରକାର ଏକ ନୂତନ ଆଧାର ଆପ୍ ଲଞ୍ଚ କରିଛନ୍ତି। ଏହା ସହିତ, ବ୍ୟବହାରକାରୀଙ୍କୁ ସେମାନଙ୍କର ଆଧାର ସମ୍ପର୍କିତ ସୂଚନା ଯାଞ୍ଚ କରିବା ପାଇଁ କୌଣସି ଭୌତିକ କାର୍ଡ କିମ୍ବା ଫଟୋ କପିର ଆବଶ୍ୟକତା ପଡ଼ିବ ନାହିଁ।

ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନୂଆ ‘ଆଧାର ଫେସ୍‌ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି। ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍‌ ଆଇଡି ଥିବା ଆଧାର ମୋବାଇଲ ଆପ୍‌ ଶୁଭାରମ୍ଭ ହୋଇଛି। X ରେ ପ୍ରକାଶିତ ଭିଡିଓ ଦର୍ଶାଉଛି ଯେ ଏହି ଆପ୍ ମାଧ୍ୟମରେ ଫେସ୍ ଆଇଡି ପ୍ରମାଣୀକରଣ ସମ୍ଭବ ହେବ ଏବଂ ବ୍ୟବହାରକାରୀଙ୍କ ସମ୍ମତିରେ ତଥ୍ୟ ସୁରକ୍ଷିତ ଭାବରେ ସେୟାର କରାଯିବ। ବର୍ତ୍ତମାନ ଏହି ଆପ୍ ବିଟା ପରୀକ୍ଷଣ ପର୍ଯ୍ୟାୟରେ ଅଛି, ଯାହା ଆଧାର ଯାଞ୍ଚକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛି। ଏହା ବ୍ୟବହାରକାରୀଙ୍କ ଗୋପନୀୟତା ବୃଦ୍ଧି କରିବ ଏବଂ ଆଧାରର ଅପବ୍ୟବହାରକୁ ମଧ୍ୟ ରୋକିବ। ଏହି ପ୍ରକ୍ରିୟା ଶହେ ପ୍ରତିଶତ ଡିଜିଟାଲ୍ ଏବଂ ସୁରକ୍ଷିତ। ଆଧାର କାର୍ଡ ସହ ଜଡିତ ତଥ୍ୟ ଲିକ୍ ହୋଇପାରିବ ନାହିଁ।

The post ଆଉ ଦରକାର ପଡ଼ିବନି ଆଧାରକାର୍ଡ; କ୍ୟୁଆର କୋଡ୍ ସ୍କାନରେ ହେବ ସବୁ କାମ appeared first on Odisha.News.