ଆଉ ନାହାନ୍ତି ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବର
ମ୍ୟୁନିକ୍, ୯ା୧: ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବରଙ୍କ ପରଲୋକ ହୋଇଛି। ଜଣେ ଖେଳାଳି ଓ କୋଚ୍ ଭାବେ ସେ ଫୁଟ୍ବଲ ବିଶ୍ୱକପ୍ ଜିତିବାର ବିରଳ ଗୌରବ ଅର୍ଜନ କରିଥିଲେ। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଷ୍ଟାର୍ ଡିଫେଣ୍ଡର ଥିଲେ। ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜର୍ମାନୀ ୧୯୭୪ରେ ବିଶ୍ୱକପ୍ ଜିତିଥିଲା। କୋଚ୍ ଦାୟିତ୍ୱରେ ଥିବାବେଳେ ପଶ୍ଚିମ ଜର୍ମାନୀ ୧୯୯୦ରେ ପୁଣି ଟୁର୍ନାମେଣ୍ଟ ଜିତିଥିଲା। ଏହାର କିଛି ମାସ ପରେ ବର୍ଲିନ ଓ୍ବାଲର ପତନ ଘଟିବା […] The post ଆଉ ନାହାନ୍ତି ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବର appeared first on Dharitri Odia News.
ମ୍ୟୁନିକ୍, ୯ା୧: ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବରଙ୍କ ପରଲୋକ ହୋଇଛି। ଜଣେ ଖେଳାଳି ଓ କୋଚ୍ ଭାବେ ସେ ଫୁଟ୍ବଲ ବିଶ୍ୱକପ୍ ଜିତିବାର ବିରଳ ଗୌରବ ଅର୍ଜନ କରିଥିଲେ। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଷ୍ଟାର୍ ଡିଫେଣ୍ଡର ଥିଲେ। ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜର୍ମାନୀ ୧୯୭୪ରେ ବିଶ୍ୱକପ୍ ଜିତିଥିଲା। କୋଚ୍ ଦାୟିତ୍ୱରେ ଥିବାବେଳେ ପଶ୍ଚିମ ଜର୍ମାନୀ ୧୯୯୦ରେ ପୁଣି ଟୁର୍ନାମେଣ୍ଟ ଜିତିଥିଲା। ଏହାର କିଛି ମାସ ପରେ ବର୍ଲିନ ଓ୍ବାଲର ପତନ ଘଟିବା ସହ ଜର୍ମାନୀର ଏକତ୍ରୀକରଣ ହୋଇଥିଲା। ଉଭୟ ଖେଳାଳି ଓ କୋଚ୍ ଭାବେ ବିଶ୍ୱକପ୍ ଜିତିଥିବା ପ୍ରଥମ ବ୍ୟକ୍ତି ବ୍ରାଜିଲର ମାରିଓ ଜାଗାଲୋଙ୍କ ମୃତ୍ୟୁର ଦୁଇ ଦିନ ପରେ ବେକେନବରଙ୍କ ଦେହାନ୍ତ ହୋଇଛି।
The post ଆଉ ନାହାନ୍ତି ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବର appeared first on Dharitri Odia News.