‘ସତ୍ୟମେବ ଜୟତି’ର ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା

କଟକ,୨୨ା୧ (କାର୍ତ୍ତିକ ସାହୁ) ଜାତୀୟତାର ପ୍ରତୀକ ବହନ କରୁଥିବା ଚିହ୍ନରେ ଲେଖାଥିବା ‘ସତ୍ୟମେବ ଜୟତି’ ଉକ୍ତିର ଅପବ୍ୟବହାର କରାଯାଉଛି। ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ଏକ ସ୍ବେଚ୍ଛାସେବୀ ସଂଗଠନ ଏଲୋନ୍‌ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ, ସତ୍ୟମେବ ଜୟତି ଉକ୍ତିର ଅପବ୍ୟବହାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଟ୍ରଷ୍ଟର ସଦସ୍ୟମାନେ ଦେଶର କୋଣଅନୁକୋଣକୁ ଯାଇ ଏ ବାବଦରେ ବିଭିନ୍ନ ସରକାରୀ କଳରେ ଥିବା ପଦାଧିକାରୀମାନଙ୍କ […] The post ‘ସତ୍ୟମେବ ଜୟତି’ର ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା appeared first on Dharitri Odia News.

‘ସତ୍ୟମେବ ଜୟତି’ର ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା

କଟକ,୨୨ା୧ (କାର୍ତ୍ତିକ ସାହୁ) ଜାତୀୟତାର ପ୍ରତୀକ ବହନ କରୁଥିବା ଚିହ୍ନରେ ଲେଖାଥିବା ‘ସତ୍ୟମେବ ଜୟତି’ ଉକ୍ତିର ଅପବ୍ୟବହାର କରାଯାଉଛି। ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ଏକ ସ୍ବେଚ୍ଛାସେବୀ ସଂଗଠନ ଏଲୋନ୍‌ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ, ସତ୍ୟମେବ ଜୟତି ଉକ୍ତିର ଅପବ୍ୟବହାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଟ୍ରଷ୍ଟର ସଦସ୍ୟମାନେ ଦେଶର କୋଣଅନୁକୋଣକୁ ଯାଇ ଏ ବାବଦରେ ବିଭିନ୍ନ ସରକାରୀ କଳରେ ଥିବା ପଦାଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଏହି ଉକ୍ତିକୁ ଉପଯୁକ୍ତ ସ୍ଥାନରେ ରଖାଯାଉନାହିଁ। ଏପରି ଅପବ୍ୟବହାରକୁ ରୋକିବା ଦିଗରେ ଗତ ଏକ ଦଶନ୍ଧି ଧରି ଟ୍ରଷ୍ଟ ପକ୍ଷରୁ ଏକ ଆନ୍ଦୋଳନ ଆରମ୍ଭ କରାଯାଇଥିଲେ ବି କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ସଭାପତି ଡ. ସନ୍ତୋଷ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ଗୃହ ସଚିବ ଓ ଶିକ୍ଷା ସଚିବ, ରାଜ୍ୟ ଗୃହ ସଚିବ, ଗଣଶିକ୍ଷା ସଚିବ ଆଦିଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି। ଆଇନ୍‌ଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

The post ‘ସତ୍ୟମେବ ଜୟତି’ର ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା appeared first on Dharitri Odia News.