ଆଉ ନାହାନ୍ତି ତାମିଲ ସିନେମାର ଜଣାଶୁଣା ଅଭିନେତା ଡାନିଏଲ ବାଲାଜୀ, ହାର୍ଟ ଆଟାକ୍‌ରେ ଚାଲିଗଲା ଜୀବନ

ମୁମ୍ଵାଇ ୩୦।୦୩: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରୁ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ତାମିଲ ସିନେମା ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ଦିନ ହୃଦଘାତରେ ଏହି ଅଭିନେତା ଦୁନିଆକୁ ଅଲବିଦା କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା।  ଗତକାଲି ଛାତି ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜୀବନ ବଞ୍ଚିଯିବ ବୋଲି ଆଶା ଥିଲା। କିନ୍ତୁ ସେ ତାଙ୍କୁ ବହୁ ଚେଷ୍ଟା ସତ୍ତ୍ଵେ ବଞ୍ଚାଯାଇ ପାରିନଥିଲା । ଅଭିନେତାଙ୍କ ଦେହାନ୍ତ ହେତୁ ପ୍ରଶଂସକ ତଥା ଇଣ୍ଡଷ୍ଟ୍ରି ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ପରିବାର ସଦସ୍ୟଙ୍କ ଅବସ୍ଥା ଭଲ ନାହିଁ। ଆଜି ତାଙ୍କ ବାସଭବନରେ ହିଁ ଶେଷ ରୀତିନୀତି କରାଯିବ ।କେଉଁଠାରୁ ଆରମ୍ଭ ହୋଇଥିଲା କ୍ୟାରିୟର?ଟେଲିଭିଜନରୁ ଡାନିଏଲ୍ ବାଲାଜୀଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା । ସିରିଏଲ ‘ଚିତ୍ତୀ’ ତାଙ୍କୁ ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧ କରିପାରିଥିଲା । ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରେ ଡାନିଏଲ ବାଲାଜୀ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ତାମିଲ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ଡାନିଏଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । 

ଆଉ ନାହାନ୍ତି ତାମିଲ ସିନେମାର ଜଣାଶୁଣା ଅଭିନେତା ଡାନିଏଲ ବାଲାଜୀ, ହାର୍ଟ ଆଟାକ୍‌ରେ ଚାଲିଗଲା ଜୀବନ

ମୁମ୍ଵାଇ ୩୦।୦୩: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରୁ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ତାମିଲ ସିନେମା ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ଦିନ ହୃଦଘାତରେ ଏହି ଅଭିନେତା ଦୁନିଆକୁ ଅଲବିଦା କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା।  ଗତକାଲି ଛାତି ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜୀବନ ବଞ୍ଚିଯିବ ବୋଲି ଆଶା ଥିଲା। କିନ୍ତୁ ସେ ତାଙ୍କୁ ବହୁ ଚେଷ୍ଟା ସତ୍ତ୍ଵେ ବଞ୍ଚାଯାଇ ପାରିନଥିଲା । ଅଭିନେତାଙ୍କ ଦେହାନ୍ତ ହେତୁ ପ୍ରଶଂସକ ତଥା ଇଣ୍ଡଷ୍ଟ୍ରି ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ପରିବାର ସଦସ୍ୟଙ୍କ ଅବସ୍ଥା ଭଲ ନାହିଁ। ଆଜି ତାଙ୍କ ବାସଭବନରେ ହିଁ ଶେଷ ରୀତିନୀତି କରାଯିବ ।

କେଉଁଠାରୁ ଆରମ୍ଭ ହୋଇଥିଲା କ୍ୟାରିୟର?

ଟେଲିଭିଜନରୁ ଡାନିଏଲ୍ ବାଲାଜୀଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା । ସିରିଏଲ ‘ଚିତ୍ତୀ’ ତାଙ୍କୁ ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧ କରିପାରିଥିଲା । ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରେ ଡାନିଏଲ ବାଲାଜୀ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ତାମିଲ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ଡାନିଏଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।