ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ

ଚେନ୍ନାଇ,୨୬।୧୨: ଗୁରୁବାର କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଜୋତା ଖୋଲି ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଡିଏମକେ କ୍ଷମତାସୀନ ହେବା ପର୍ଯ୍ୟନ୍ତ ମୁଁ କୌଣସି ଜୋତା ବା ଚପଲ ପିନ୍ଧିବି ନାହିଁ। ଏହା ସହିତ ସେ ପ୍ରଭୁ ମୁରୁଗାନଙ୍କ ସମସ୍ତ ୬ଟି ଧାମ ପରିଦର୍ଶନ କରିବାକୁ ୪୮ ଦିନର ଉପବାସ ଘୋଷଣା କରିଥିଲେ। ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ନାମଲାଇ କ୍ରୋଧିତ ହୋଇ ଡିଏମକେ ସରକାରଙ୍କୁ […] The post ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ appeared first on Dharitri Odia News.

ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ

ଚେନ୍ନାଇ,୨୬।୧୨: ଗୁରୁବାର କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଜୋତା ଖୋଲି ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଡିଏମକେ କ୍ଷମତାସୀନ ହେବା ପର୍ଯ୍ୟନ୍ତ ମୁଁ କୌଣସି ଜୋତା ବା ଚପଲ ପିନ୍ଧିବି ନାହିଁ। ଏହା ସହିତ ସେ ପ୍ରଭୁ ମୁରୁଗାନଙ୍କ ସମସ୍ତ ୬ଟି ଧାମ ପରିଦର୍ଶନ କରିବାକୁ ୪୮ ଦିନର ଉପବାସ ଘୋଷଣା କରିଥିଲେ।
ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ନାମଲାଇ କ୍ରୋଧିତ ହୋଇ ଡିଏମକେ ସରକାରଙ୍କୁ ସମାଲୋଚନା କରିବା ସହ ପୀଡିତାଙ୍କ ସମ୍ପୂର୍ଣ୍ଣ ପରିଚୟ ପ୍ରକାଶ ପାଇଥିବା ମାମଲାରେ ଏଫଆଇଆର ଲିକ କରିଥିବା ପୋଲିସକୁ ଟାର୍ଗେଟ କରିଛନ୍ତି। ଅଭିଯୁକ୍ତ ଡିଏମକେ ସହ ଜଡିତ ଥିବାରୁ ସେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସବୁଥର ପରି ଆମେ ନିର୍ବାଚନରେ ଜିତିବା ପାଇଁ ଟଙ୍କା ଦେବୁ ନାହିଁ। ଟଙ୍କା ବଣ୍ଟନ ନକରି ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଡିଏମକେ ସରକାର ନଭାଙ୍ଗିବା ପର୍ଯ୍ୟନ୍ତ ମୁଁ ଚପଲ ପିନ୍ଧିବି ନାହିଁ।

The post ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ appeared first on Dharitri Odia News.