ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ

ନୂଆଦିଲ୍ଲୀ,୨୮।୧୨: ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ଏନସିପି ୧୧ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ଭାଜପା ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ଦିଲ୍ଲୀରେ ଦଳ ୧୧ଟି ଆସନରେ ନିଜର ପ୍ରାର୍ଥୀ ରଖିଛି। ଏନସିପି ସଂସଦୀୟ ବୋର୍ଡର ଅନୁମୋଦନ ପରେ ପ୍ରଥମ ପର୍ଯ୍ୟାୟରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏନସିପି ବୁରାଡି, ବାଦଲି, […] The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ appeared first on Dharitri Odia News.

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ

ନୂଆଦିଲ୍ଲୀ,୨୮।୧୨: ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ଏନସିପି ୧୧ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ଭାଜପା ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ଦିଲ୍ଲୀରେ ଦଳ ୧୧ଟି ଆସନରେ ନିଜର ପ୍ରାର୍ଥୀ ରଖିଛି।
ଏନସିପି ସଂସଦୀୟ ବୋର୍ଡର ଅନୁମୋଦନ ପରେ ପ୍ରଥମ ପର୍ଯ୍ୟାୟରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏନସିପି ବୁରାଡି, ବାଦଲି, ମଙ୍ଗୋଲପୁରୀ, ଚାନ୍ଦନୀ ଚୌକ, ବଲି ମାରନ, ଛତରପୁର, ସଙ୍ଗମ ବିହାର, ଓଖଲା, ଲକ୍ଷ୍ମୀ ନଗର, ସୀମା ପୁରୀ ଏବଂ ଗୋକୁଲ ପୁରୀରୁ ପ୍ରାର୍ଥୀ ଘୋଷଣା କରିଛି।
ନିକଟରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ତାଙ୍କ ଦଳ ପୂର୍ବରୁ ଦିଲ୍ଲୀରେ ନିର୍ବାଚନ ଲଢୁଛନ୍ତି ଏବଂ ଏଥର ମଧ୍ୟ ନିର୍ବାଚନ ଲଢିବେ। ମେଣ୍ଟ ପାଇଁ ଏନଡିଏ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ତେବେ ଏନସିପି ଯେଉଁଭଳି ଭାବରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଏହା ସ୍ପଷ୍ଟ ହୋଇଛି ଯେ ଏହା ଭାଜପା ସହ ମିଳିତ ଭାବେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ।

The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ appeared first on Dharitri Odia News.