ଗ୍ରାମସଭା କାର୍ଯ୍ୟ ତାଲିକାରେ ନ ଥିବାରୁ ଅସନ୍ତୋଷ
ତେନ୍ତୁଳିଖୁଣ୍ଟି, ୫।୫(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟଖସଡ଼ା ପ୍ରସ୍ତୁତି ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ବ୍ଲକ୍ ଅଧ୍ୟକ୍ଷା ନୀଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଏମ୍ପି ପ୍ରତିନିଧି ସନ୍ତୋଷ ପାତ୍ର, ବିଧାୟକ ପ୍ରତିନିଧି ହରେକୃଷ୍ଣ ମୁଦୁଲି, ଜୋନ୍-୧ ଜିଲା ପରିଷଦ ସଭ୍ୟା କ୍ରିଷ୍ଣାମଞ୍ଜରୀ ବିଷୋୟୀ, ଜୋନ୍-୨ ସଭ୍ୟ ରତିକାନ୍ତ ପଣ୍ଡା, ନିର୍ବାହୀ ଯନ୍ତ୍ରୀ […] The post ଗ୍ରାମସଭା କାର୍ଯ୍ୟ ତାଲିକାରେ ନ ଥିବାରୁ ଅସନ୍ତୋଷ appeared first on Dharitri Odia News.
ତେନ୍ତୁଳିଖୁଣ୍ଟି, ୫।୫(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟଖସଡ଼ା ପ୍ରସ୍ତୁତି ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ବ୍ଲକ୍ ଅଧ୍ୟକ୍ଷା ନୀଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଏମ୍ପି ପ୍ରତିନିଧି ସନ୍ତୋଷ ପାତ୍ର, ବିଧାୟକ ପ୍ରତିନିଧି ହରେକୃଷ୍ଣ ମୁଦୁଲି, ଜୋନ୍-୧ ଜିଲା ପରିଷଦ ସଭ୍ୟା କ୍ରିଷ୍ଣାମଞ୍ଜରୀ ବିଷୋୟୀ, ଜୋନ୍-୨ ସଭ୍ୟ ରତିକାନ୍ତ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଶଙ୍କର ବୁଡ଼କେ, ଏବିଡିଓ କୃପାସିନ୍ଧୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ବୈଠକ ପ୍ରାରମ୍ଭରେ ସରପଞ୍ଚ ଓ ସମିତିସଭ୍ୟ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଚୂଡାନ୍ତ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଦେଇଥିବା ଗ୍ରାମସଭାର କାର୍ଯ୍ୟକୁ କାହିଁକି ତାଲିକାରେ ସାମିଲ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ।
୨୦୨୫-୨୬ ଆର୍ଥିକ ବର୍ଷରେ ୩ କୋଟି ୩ ଲକ୍ଷ ୯୭ ହଜାର ୭୬୦ ଟଙ୍କା ବିକଶିତ ଗାଁ ବିକଶିତ ଓଡ଼ିଶା ମୋଟ ଅଟକଳ ହୋଇଥିବା ବିଡିଓ ସୂଚନା ଦେଇଥିଲେ। ପୁଣି ଏହି ବଜେଟରୁ ୪୦% ସିଧାସଳଖ ବିଧାୟକଙ୍କ ହସ୍ତରେ ରହୁଥିବା ଯୋଗୁ ସରପଞ୍ଚ ଏବଂ ସମିତି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହା ପରେ ପୁଣି ସେହି ତାଲିକାରେ କିଛି କିଛି ସଂଶୋଧନ ପାଇଁ ମତ ପ୍ରକାଶ ପାଇଥିଲା। ପଞ୍ଚାୟତ ଅଧିକାରୀ ରାଧାକାନ୍ତ ରଣା ଧନ୍ୟବାଦ ଦେଇଥିଲେ।
The post ଗ୍ରାମସଭା କାର୍ଯ୍ୟ ତାଲିକାରେ ନ ଥିବାରୁ ଅସନ୍ତୋଷ appeared first on Dharitri Odia News.