କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ,୧୧ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ମହିଳାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ଜଣେ ଦୁର୍ବତ୍ତ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧିନୁଆଁପଲ୍ଲୀ ଗ୍ରାମର ସଞ୍ଜିତ ବିଶ୍ୱାଳଙ୍କ ସ୍ତ୍ରୀ ନର୍ମଦା ଖଲ୍ଲିକୋଟ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେ ଟଙ୍କା ଉଠାଇବା ବେଳେ ପାଖରେ ଜଣେ ଅଜଣା ବ୍ୟକ୍ତି ଠିଆ ହୋଇଥିଲେ। ନର୍ମଦା ପ୍ରଥମେ ୫୦୦ ଟଙ୍କା […] The post କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା appeared first on Dharitri Odia News.

କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ,୧୧ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ମହିଳାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ଜଣେ ଦୁର୍ବତ୍ତ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧିନୁଆଁପଲ୍ଲୀ ଗ୍ରାମର ସଞ୍ଜିତ ବିଶ୍ୱାଳଙ୍କ ସ୍ତ୍ରୀ ନର୍ମଦା ଖଲ୍ଲିକୋଟ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେ ଟଙ୍କା ଉଠାଇବା ବେଳେ ପାଖରେ ଜଣେ ଅଜଣା ବ୍ୟକ୍ତି ଠିଆ ହୋଇଥିଲେ। ନର୍ମଦା ପ୍ରଥମେ ୫୦୦ ଟଙ୍କା ପରେ ୯୫୦୦ ଟଙ୍କା ଏବଂ ପରେ ୧୦ ହଜାର ଲେଖାଏ ଦୁଇ ଥର ଏପରି ମୋଟ ୩୦ ହଜାର ଟଙ୍କା ଉଠାଇଥିଲେ।

ପାଖରେ ଛିଡା ହୋଇଥିବା ବ୍ୟକ୍ତି ଜଣକ କୌଶଳକ୍ରମେ ନର୍ମଦାଙ୍କ କାର୍ଡଟି ବଦଳାଇ ଦେଇଥିଲେ। ନର୍ମଦା ଏହା ଜାଣି ନ ପାରି କାର୍ଡଟିକୁ କଭର ଭିତରେ ରଖି ଚାଲି ଯାଇଥିଲେ। ଗୁରୁବାର ତାଙ୍କ ଆକାଉଣ୍ଟରୁ ଦୁଇ ଥରରେ ୧ ଲକ୍ଷ ୨୫ ହଜାର ଟଙ୍କା ଉଠା ଯାଇଥିବା ନେଇ ସେ ମୋବାଇଲ ଫୋନକୁ ଆସିଥିବା ମ୍ୟାସେଜରୁ ଜାଣିଥିଲେ।

ଏନେଇ ନର୍ମଦା ଷ୍ଟେଟ ବ୍ୟାଙ୍କକୁ ଯାଇ ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଆକାଉଣ୍ଟ ଷ୍ଟେଟମେଣ୍ଟ ବାହାର କରିବା ପରେ ଟଙ୍କା ଲୁଟ ବିଷୟରେ ଜଣାପଡ଼ିଥିଲା। ସମ୍ପୃକ୍ତ ଅଜଣା ବ୍ୟକ୍ତି ବାଲୁଗାଁର ଏକ ସୁନା ଦୋକାନରୁ ୭୫ ହଜାର ଟଙ୍କାର ସୁନା କିଣିଥିବା ବେଳେ ଏଟିଏମରୁ ୫୦ ହଜାର ଟଙ୍କା ଉଠାଇ ଥିବା ଜଣାପଡ଼ିଥିଲା। ନର୍ମଦା ଆଣିଥିବା କାର୍ଡଟି ଅନିତା କୁମାରୀ ନାୟକ ନାମ୍ମୀ ମହିଳାଙ୍କ ନାମରେ ରହିଛି। ସେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି।

ସେହିପରି ସମାନ ଢଙ୍ଗରେ ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଏଟିଏମରେ ଗତ ୧୦ ଦିନ ତଳେ ଠକେଇ ହୋଇଥିଲା। ତେନ୍ତୁଳିଆପଲ୍ଲୀ ଗ୍ରାମର ଶରତ ମହାରଣା ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ଅଜଣା ବ୍ୟକ୍ତି ପାଖରେ ଛିଡା ହୋଇଥିଲେ। ସେ କୌଶଳ କ୍ରମେ କାର୍ଡଟି ବଦଳାଇ ଶରତଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଉଠାଇ ନେଇଥିଲେ।

The post କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା appeared first on Dharitri Odia News.