ଆଉ ବେଶୀ ଡେରି ନୁହେଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି
ସରକାରଙ୍କ ଦ୍ୱାରା ନିର୍ଧାରିତ ଏସଓପି ଅନୁଯାୟୀ ASI ପକ୍ଷରୁ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି।
ଆଉ ବେଶୀ ଡେରି ନୁହେଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ଖୋଲିବ ଗୁପ୍ତ ସୁଡ଼ଙ୍ଗ ରହସ୍ୟ । ଉନ୍ମୋଚିତ ହେବ ଗୁପ୍ତ ଭଣ୍ଡାର ଚର୍ଚ୍ଚାର ସତ । ଖୁବ୍ଶୀଘ୍ର ହେବ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ସୋସିଆଲ୍ ମିଡିଆରେ ଆଜି ଏନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ସରକାରଙ୍କ ଦ୍ୱାରା ନିର୍ଧାରିତ ଏସଓପି ଅନୁଯାୟୀ ASI ପକ୍ଷରୁ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି।