ଆଉ ମନ ଇଛା ପାଉଁଶ ଡମ୍ପିଂ କରିପାରିବେନି କମ୍ପାନି, ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ
ଭୁବନେଶ୍ଵର: ପ୍ରଦୂଷଣ ରୋକିବା ପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି | ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉତ୍ତରାଂଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ମାସେ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ବୈଠକରେ ଆଲୋଚନା ହୋଇଛି | ଅନ୍ୟପଟେ ବୈଠକକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ଜୋର ଧରିଛି ରାଜନୀତି। ଆଉ ମନ ଇଛା ପାଉଁଶ ଡମ୍ପିଂ କରିପାରିବେନି କମ୍ପାନି।ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ | ଏଥିପାଇଁ ଆଜି ଉତ୍ତରାଂଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ | ଏଥିରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ତଥା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ | ଏହା ସହ ୪ଟି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଭାବେ ପଂଚାୟତିରାଜ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ | ଆଭାସୀ ଜରିଆରେ ଯୋଡ଼ି ହୋଇଥିଲେ ରାଜ୍ୟ ପ୍ରଦୂଷଣ ବିଭାଗର ଅଧିକାରୀ, ଜିଲ୍ଲାସ୍ତରର ରିଜିଓନାଲ ଅଫିସର ମାନେ | ଜିଲ୍ଲାରେ କେତେ କମ୍ପାନି ଅଛି, କେତେ ପାଉଁଶ ନିର୍ଗତ ହେଉଛି ଏବଂ ତାର ସୁପରିଚାଳନା କିଭଳି ହେବ ବୈଠକରେ ଆଲୋଚନା ହୋଇଛି | ସମସ୍ତ ତଥ୍ୟ ପରେ ଆଇଆଇଏମ, ଭିସୁଟ ତଥା ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ | ଆସ୍ ପରିଚାଳନା ନେଇ ପରିତ୍ୟକ୍ତ ଖଣି ବ୍ୟବହାର ହେବ।ଏନେଇ ଏକ ମାସ ପରେ ଭୁବନେଶ୍ବରରେ ବୈଠ
ଭୁବନେଶ୍ଵର: ପ୍ରଦୂଷଣ ରୋକିବା ପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି | ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉତ୍ତରାଂଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ମାସେ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ବୈଠକରେ ଆଲୋଚନା ହୋଇଛି | ଅନ୍ୟପଟେ ବୈଠକକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ଜୋର ଧରିଛି ରାଜନୀତି।
ଆଉ ମନ ଇଛା ପାଉଁଶ ଡମ୍ପିଂ କରିପାରିବେନି କମ୍ପାନି।ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ | ଏଥିପାଇଁ ଆଜି ଉତ୍ତରାଂଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ | ଏଥିରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ତଥା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ | ଏହା ସହ ୪ଟି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଭାବେ ପଂଚାୟତିରାଜ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ | ଆଭାସୀ ଜରିଆରେ ଯୋଡ଼ି ହୋଇଥିଲେ ରାଜ୍ୟ ପ୍ରଦୂଷଣ ବିଭାଗର ଅଧିକାରୀ, ଜିଲ୍ଲାସ୍ତରର ରିଜିଓନାଲ ଅଫିସର ମାନେ |
ଜିଲ୍ଲାରେ କେତେ କମ୍ପାନି ଅଛି, କେତେ ପାଉଁଶ ନିର୍ଗତ ହେଉଛି ଏବଂ ତାର ସୁପରିଚାଳନା କିଭଳି ହେବ ବୈଠକରେ ଆଲୋଚନା ହୋଇଛି | ସମସ୍ତ ତଥ୍ୟ ପରେ ଆଇଆଇଏମ, ଭିସୁଟ ତଥା ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ | ଆସ୍ ପରିଚାଳନା ନେଇ ପରିତ୍ୟକ୍ତ ଖଣି ବ୍ୟବହାର ହେବ।ଏନେଇ ଏକ ମାସ ପରେ ଭୁବନେଶ୍ବରରେ ବୈଠକ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି | ଆସ୍ ଡମ୍ପିଂରେ ପ୍ରଦୂଷଣ ବିଭାଗ ଅଧିକାରୀଙ୍କର ଜିଲ୍ଲାପାଳ ଓ ଏସପିଙ୍କ ସହ ସମନ୍ବୟ ରହୁ ନାହିଁ | ତେଣୁ ଏଥରେ ସିସିଟିଭି ଲାଗିବା ସହ ଆସ ଗାଡି କୁଆଡେ ଯାଉଛି ତାର ତର୍ଜମା ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ସେପଟେ ଏହି ବୈଠକ ଓ ଲଖନପୁର ବ୍ଲକରେ ବେଆଇନ ଆସ୍ ଡମ୍ପିଂକୁ ନେଇ ବର୍ଷିଛି ବିଜେଡି।ଆରଡିସି ଚିଠି ଓ ମନ୍ତ୍ରୀଙ୍କ ବିଭାଗୀୟ ଚିଠିରେ ମନ୍ତ୍ରୀ ଜିଲ୍ଲା ସ୍ତରରେ ବୈଠକ କରୁଛନ୍ତି । ହେଲେ ଏହା କେଉଁ ବିଭାଗର କାମ ବୋଲି ବିଜେଡି ପ୍ରଶ୍ନ କରିଛି। ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାର ଅଧିକାରୀଙ୍କ ସହିତ ବୈଠକ କରିବା ଏହା ପରିଧି ଭିତରେ ନୁଁହେଁ ବୋଲି ବିଜେଡି କହିଛି।
ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହାକୁ ଐତିହାସିକ ବୈଠକ କହିବା ସହ ବିଜେଡି ଅମଳରେ ହୋଇଥିବା ଭୁଲର ପାହାଡକୁ ମୁଁ ମୁଣ୍ଡାଇଛି ବୋଲି କହିଛନ୍ତି। ଏବେ ଏହି ପାହାଡ ଫଟାଉଛି ବୋଲି ସେ କହିଛନ୍ତି | ଆସ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ କଳି ଆରମ୍ଭ ହୋଇଥିବା ବେଳେ ଆଜିର ବୈଠକ ନିଆଁରେ ଘିଅ ଢାଳିଛି।