ଆଉ ମାତ୍ର ଚାରିଦିନ, ଐତିହାସିକ ବାଲିଯାତ୍ରାକୁ ନେଇ ଉଠିବ ପଡିବ କଟକ
କଟକ: କିଛି ଦିନ ପରେ ଐତିହାସିକ ବାଲିଯାତ୍ରା। ରଙ୍ଗୀନ ହୋଇ ଉଠିବ କଟକ ନଦୀକୂଳ। ଐତିହାସିକ ବାଲିଯାତ୍ରାର ମଜା ଉଠାଇବେ... The post ଆଉ ମାତ୍ର ଚାରିଦିନ, ଐତିହାସିକ ବାଲିଯାତ୍ରାକୁ ନେଇ ଉଠିବ ପଡିବ କଟକ appeared first on .
କଟକ: କିଛି ଦିନ ପରେ ଐତିହାସିକ ବାଲିଯାତ୍ରା। ରଙ୍ଗୀନ ହୋଇ ଉଠିବ କଟକ ନଦୀକୂଳ। ଐତିହାସିକ ବାଲିଯାତ୍ରାର ମଜା ଉଠାଇବେ କଟକିଆଙ୍କ ସହ ସାରା ଓଡ଼ିଶାବାସୀ। ଏବେଠୁ ଯାତ୍ରା ପାଇଁ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ମଝିରେ ଚାରିଦିନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାର ପ୍ରଚାର-ପ୍ରସାର ପାଇଁ ସହରର ବିଭିନ୍ନ ପ୍ରବେଶ ପଥରେ ବଡ ବଡ ତୋରଣ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋଡିଂ ଲଗା ସରିଛି । ସେପଟେ ଉପର ଓ ତଳ ବାଲିଯାତ୍ରା ପଡିଆରେ ନୌକାଗେଟ ସଫା କାମ, କଟକ ଇନ କଟକର ସୌନ୍ଦର୍ଯ୍ୟକରଣ, ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଥି ସହିତ ବ୍ଯବସାୟୀ ଭାଇମାନେ ସେମାନଙ୍କ ଷ୍ଟଲ ନିର୍ମାଣ କାମରେ ଲାଗିଛନ୍ତି। କେବଳ ସେତିକି ନୁହେଁ ବଡ ବଡ ଦୋଳି ସାଙ୍ଗକୁ ନୂଆ ନୂଆ ଦୋଳି ଆଇଟମ ନେଇ ଆସିଥିବା ବ୍ଯବସାୟୀମାନେ ଦୋଳି ଲଗାଉଛନ୍ତି । ପ୍ରଶାସନ ପକ୍ଷରୁ ଓରମାସର ୩୫୦ ଷ୍ଟଲ ପାଇଁ ସୁନ୍ଦର ଓ ସ୍ବତନ୍ତ୍ର କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।
ଏଥର ବାଲିଯାତ୍ରାକୁ ଅନନ୍ତ ଦୁନିଆ ଭଳି ନୂଆ ଆଇଟମ, ସୁନାମୀ ଦୋଳି ଓ ଅନେକ ନୂଆ ଜିନିଷ ଆସିଛି । ଏଥି ସହିତ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଆଠ ଦିନରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଉଡରୁ ସୋନୁ ନିଗମ ଓ ଅନ୍ଯ କଳାକାର ମାନେ ଏଥିରେ ସାମିଲ ହୋଇ ଦର୍ଶକଙ୍କ ମନ ମୋହିବେ। ଅନ୍ୟପଟେ ବାଲିଯାତ୍ରା ର୍ପୂବରୁ ନଦୀକୂଳ ପଡିଆକୁ ଛାତ୍ରଛାତ୍ରୀ ମାନେ ସଫା କରିଛନ୍ତି ।
ଆଉ ଦିନେ ଦୁଇଦିନ ମଧ୍ଯରେ ସବୁ ପ୍ରସ୍ତୁତି ଶେଷ ହୋଇ ଯିବା ପରେ ୧୫ ରୁ ଜମିବ ଐତିହାସିକ କଟକ ବାଲିଯାତ୍ରା।
The post ଆଉ ମାତ୍ର ଚାରିଦିନ, ଐତିହାସିକ ବାଲିଯାତ୍ରାକୁ ନେଇ ଉଠିବ ପଡିବ କଟକ appeared first on .