ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ

ଘରଚଟିଆମାନଙ୍କ କିଚିରିମିଚିରି ଶବ୍ଦ ଏବେ ଅନେକ ଲୋକଙ୍କ ପିଲାଦିନର ସ୍ମୃତିର ଏକ ଅଂଶ ପାଲଟିଯାଇଛି। ଏକ ସମୟ ଥିଲା ଯେତେବେଳେ ସବୁଠି ଚଢ଼େଇ ଦେଖାଯାଉଥିଲେ, ତାହା ଗାଁର ସକାଳର ଶାନ୍ତି ହେଉ କିମ୍ବା ସହରଗୁଡ଼ିକର ବ୍ୟସ୍ତବହୁଳ ରାସ୍ତା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ, ଏହି ଛୋଟ ପକ୍ଷୀଟି ଆମ ଦୁନିଆରୁ ଲୋପ ପାଇବାକୁ ଲାଗିଛି। ସେମାନଙ୍କର ହ୍ରାସ ପାଉଥିବା ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି। ଆମେ କାହିଁକି ଘରଚଟିଆ ଦିବସ ପାଳନ କରୁ? ଚଳିତ ବର୍ଷ […] The post ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ appeared first on Dharitri Odia News.

ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ

ଘରଚଟିଆମାନଙ୍କ କିଚିରିମିଚିରି ଶବ୍ଦ ଏବେ ଅନେକ ଲୋକଙ୍କ ପିଲାଦିନର ସ୍ମୃତିର ଏକ ଅଂଶ ପାଲଟିଯାଇଛି। ଏକ ସମୟ ଥିଲା ଯେତେବେଳେ ସବୁଠି ଚଢ଼େଇ ଦେଖାଯାଉଥିଲେ, ତାହା ଗାଁର ସକାଳର ଶାନ୍ତି ହେଉ କିମ୍ବା ସହରଗୁଡ଼ିକର ବ୍ୟସ୍ତବହୁଳ ରାସ୍ତା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ, ଏହି ଛୋଟ ପକ୍ଷୀଟି ଆମ ଦୁନିଆରୁ ଲୋପ ପାଇବାକୁ ଲାଗିଛି। ସେମାନଙ୍କର ହ୍ରାସ ପାଉଥିବା ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି। ଆମେ କାହିଁକି ଘରଚଟିଆ ଦିବସ ପାଳନ କରୁ? ଚଳିତ ବର୍ଷ ଏହାର ବିଷୟବସ୍ତୁ କ’ଣ ଏବଂ ଘରଚଟିଆମାନଙ୍କୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ଏକାଠି କ’ଣ କରିପାରିବା ସେ ସମ୍ପର୍କରେ ଜାଣନ୍ତୁ…

ଏହି ସୁନ୍ଦର ପକ୍ଷୀଙ୍କ ହ୍ରାସ ପାଉଥିବା ସଂଖ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ଏହାକୁ ବଞ୍ଚାଇବା ପାଇଁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ‘ବିଶ୍ୱ ଘରଚଟିଆ ଦିବସ’ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ମୁଁ ଚଢ଼େଇମାନଙ୍କୁ ଭଲ ପାଏ’। ଏହି ଥିମ୍‌ର ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ଚଢ଼େଇ ପ୍ରତି ପ୍ରେମ ବା ଭଲପାଇବା ବୃଦ୍ଧି କରିବା ଏବଂ ସେମାନଙ୍କର ସଂରକ୍ଷଣ କରିବା।

ଘରଚଟିଆ କେବଳ ଏକ ପକ୍ଷୀ ନୁହେଁ ବରଂ ଆମ ପରିବେଶର ଏକ ବାରୋମିଟର। ଯଦି ଏହା ଅଦୃଶ୍ୟ ହୋଇଯାଉଛି, ତେବେ ବୁଝିଯାଅ ଯେ, ପ୍ରକୃତି ସହିତ କିଛି ଭୁଲ୍‌ ଘଟୁଛି। ଜୈବ ବିବିଧତା ଏବଂ ପରିସଂସ୍ଥା ପାଇଁ ସେମାନଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଘରଚଟିଆଙ୍କୁ ବଞ୍ଚାଇବା ପାଇଁ ଛୋଟ ଛୋଟ ପ୍ରୟାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ମଧ୍ୟ ଏଥିରେ ଯୋଗଦାନ କରିପାରିବେ। ଘରଚଟିଆମାନଙ୍କୁ ବଞ୍ଚାଇବା ପାଇଁ, ଆପଣଙ୍କ ଘର ବାହାରେ ଛୋଟ ବସାଟିଏ ରଖନ୍ତୁ। ପାଣି ଏବଂ ଶସ୍ୟର ବ୍ୟବସ୍ଥା କରନ୍ତୁ। ଯଥାସମ୍ଭବ କମ୍‌ କୀଟନାଶକ ବ୍ୟବହାର କରନ୍ତୁ। ଉଦ୍ୟାନ ଏବଂ ସବୁଜ ଗଛଗୁଡ଼ିକୁ ରକ୍ଷା କରନ୍ତୁ। ଟେରାସ ଏବଂ ବାଲକୋନିରେ ପାଣି ଏବଂ ଶସ୍ୟ ରଖନ୍ତୁ। ଘରଚଟିଆଙ୍କୁ ବଞ୍ଚାଇବା ଦାୟିତ୍ୱ କେବଳ ସରକାର କିମ୍ବା ପରିବେଶବିତ୍‌ଙ୍କର ନୁହେଁ, ବରଂ ଆମ ସମସ୍ତଙ୍କର। ଯଦି ଆମେ ଏକାଠି ଛୋଟ ଛୋଟ ପକ୍ଷକ୍ଷେପ ନେବା, ତେବେ ଏହି ସୁନ୍ଦର ପକ୍ଷୀଟି ପୁଣି ଆମ ଚାରିପାଖରେ ଦେଖାଯିବ।

The post ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ appeared first on Dharitri Odia News.