ଆଉ ୧୨ ଘଣ୍ଟା ବନ୍ଦ ରହିଲା ଇଣ୍ଟରନେଟ୍ ସେବା
ଭଦ୍ରକ, ୧୩।୬(ସନାତନ ରାଉତ): ଗୋ’ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି ସ୍ଥାନରେ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା l ଏହାକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇ ଶୁକ୍ରବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ଜିଲାର ଭଦ୍ରକ […] The post ଆଉ ୧୨ ଘଣ୍ଟା ବନ୍ଦ ରହିଲା ଇଣ୍ଟରନେଟ୍ ସେବା appeared first on Dharitri Odia News.
ଭଦ୍ରକ, ୧୩।୬(ସନାତନ ରାଉତ): ଗୋ’ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି ସ୍ଥାନରେ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା l ଏହାକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇ ଶୁକ୍ରବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ଜିଲାର ଭଦ୍ରକ ବ୍ଲକ, ପୌର ପାଳିକା, ଧାମନଗର ଏନ ଏ ସି ଓ ବ୍ଲକ, ତିହିଡି ବ୍ଲକ ଏହି ୫ ସ୍ଥାନରେ ଇଣ୍ଟେର୍ନେଟ ସେବା ବନ୍ଦ କରାଯାଇଛି l ଗୁରୁବାର ଅପରାହ୍ନ ୫ ଟାରେ ସନ୍ତୋଷଙ୍କ ମୃତଦେହ ଭଦ୍ରକରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ଲୋକେ ମୃତଦେହ ଅଟକାଇ ନେହେରୁ ଷ୍ଟାଡିଅମ ନିକଟରେ ୧୬ ନଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ ଅବରୋଧ କରିଥିଲେ l ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଅଡ଼ି ବସିଥିଲେ l ଏମପି ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିଲ୍ଲୀପ ରାଉତରାଏ, ଏସପି ମନୋଜ ରାଉତ ପହଂଚି ଆଲୋଚନା କରି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରତିଶୃତି ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା l ପ୍ରକାଶ ଥାଉକି ଗତ ମେ ୩୦ ତାରିଖରେ ସନ୍ତୋଷଙ୍କ ସହିତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡ଼ା ଅଂଚଳର କିଛି ଗୋ ମାଫିଆଙ୍କ ର ତିହିଡି ଥାନା ସାଠିବାଙ୍କୀ ନିକଟରେ ବଚସା ହୋଇଥିଲା। ଗୋ ମାଫିଆ ତାଙ୍କ ସହଯୋଗୀମାନେ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ l ୧୩ ଦିନ ଧରି ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ଆଇ ସି ୟୁରେ ରହିବା ପରେ ବୁଧବାର ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା l
ପୋଲିସ ୧୨ ଜଣଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ ଗିରଫ କରି ସାରିଛି l ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସନ୍ତୋଷଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା, ଜଣକୁ ଚାକିରୀ, ପିଲାମାନଙ୍କ ପାଠପଢା ଦାୟିତ୍ୱ ସରକାର ଗ୍ରହଣ କରିବେ ଘୋଷଣା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l
The post ଆଉ ୧୨ ଘଣ୍ଟା ବନ୍ଦ ରହିଲା ଇଣ୍ଟରନେଟ୍ ସେବା appeared first on Dharitri Odia News.